ଢେଙ୍କାନାଳ: ଦିନକୁ ଦିନ ଢେଙ୍କାନାଳ ଜିଲ୍ଲାରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କ୍ରମରେ ସୋମବାର ଜିଲ୍ଲାରେ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୯୮ରେ ପହଞ୍ଚିଛି ।
ସୋମବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମକ୍ବାରେଣ୍ଟାଇନରୁ ୫୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 13 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି 69 ଆକ୍ରାନ୍ତଙ୍କ ମଧ୍ୟରୁ ପରଜଙ୍ଗ ବ୍ଳକରୁ ସର୍ବାଧିକ ୨୩ଜଣ, ଢେଙ୍କାନାଳ ମ୍ୟୁନିସପାଲଟିରୁ ୬, ଭୁବନରୁ ୫, ଓଡପଡାରୁ ୧୦, ସଦର ବ୍ଳକରୁ ୧୪, ଗଦିଁଆରୁ ୩, କାମାକ୍ଷାନଗର ଏନଏସିରୁ ୨, କାମାକ୍ଷାନଗର ବ୍ଳକରୁ ୪ଜଣ, ହିନ୍ଦୋଳ ଓ କଙ୍କଡାହାଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୬୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬୨୬ ଆକ୍ରାନ୍ତ ଚିକତ୍ସିତ ଅଛନ୍ତି । ଏହାଛଡା ସୋମବାରେ ଜିଲ୍ଲାର ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ