ETV Bharat / state

ଢେଙ୍କାନାଳରୁ 5 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 5 ସୁସ୍ଥ - ଢେଙ୍କାନାଳ

ପୁଣି ଢେଙ୍କାନାଳରୁ ୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ୪୨୩ରେ ପହଞ୍ଚିଛି। ଏପଟେ ବୁଧବାର 5 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।

corona
ଢେଙ୍କାନାଳରୁ 5 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Aug 5, 2020, 5:34 PM IST

ଢେଙ୍କାନାଳ: ପୁଣି ଢେଙ୍କାନାଳରୁ ୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ୪୨୩ରେ ପହଞ୍ଚିଛି। ଏପଟେ ବୁଧବାର 5 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ମଧ୍ୟ ସୂଚନା ମିଳିଛି ।

ବୁଧବାର ଚିହ୍ନଟ 5 ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ଭୁବନ ଏନଏସିରୁ ଚିହ୍ନଟ ହୋଇଥିବା ବେଳେ ଗଦିଁଆ ମନ୍ଦାର ଓ ସଦର ବ୍ଳକ ବଣସିଂହରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ ଜଣ ଆକ୍ରାନ୍ତଙ୍କ ଠାରେ କୋରୋନା ଲକ୍ଷଣ ପରିଲଖିତ ହେବା ପରେ ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ସେମାନଙ୍କ ରିପୋର୍ଟ ପଜେଟିଭ ଆସିଛି।

ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସେମାନେ ରହୁଥିବା ଗୃହ ଓ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ସେପଟେ ଜିଲ୍ଲାରେ ଚିକିତ୍ସା ପରେ ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ମୋଟ ୪୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୧ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୨୩୨ ଆକ୍ରାନ୍ତ ଚିକତ୍ସିତ ଅଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.