ଢେଙ୍କାନାଳ: ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସ୍ଥିତି ଉଦବେଗଜନକ ହେବାରେ ଲାଗିଛି । ସେହିପରି ଢେଙ୍କାନାଳ ଜିଲ୍ଲାରେ ଆଜି(ରବିବାର) ୪୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ ସଂକ୍ରମଣକୁ ମିଶାଇ ଜିଲ୍ଲାରେ ମୋଟ ସକ୍ରିୟ ମାମଲା ୧୦୬ରେ ପହଞ୍ଚିଛି ।
ଏହି ୪୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ସରାଙ୍ଗ IGITରୁ ୧୮ଜଣ, ହିନ୍ଦୋଳ କଲେଜରୁ ୧୨ ଜଣ, ଢେଙ୍କାନାଳ ମ୍ୟୁନସିପାଲିଟିରୁ ୬, ସଦର ଓ ଗଦିଁଆ ବ୍ଳକରୁ ୨ ଏବଂ କଙ୍କଡାହାଡ, କାମାକ୍ଷାନଗର, ଭୁବନ, ଓଡାପଡାରୁ ଜଣେ ଲେଖାଏଁ ପଜିଟିଭି ରହିଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ୩ ଜଣ ପଜିଟିଭ ଚିହ୍ନଟ । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମଣ ସଂଖ୍ୟା ୫ ହଜାର ୮୬୦ରେ ରହିଛି । ୫ ହଜାର ୭୨୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ସୁଧା ୧୦୬ଜଣ ଚିକିତ୍ସିତ ଅଛନ୍ତି । ତେବେ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ରାତି ୯ଟା ଠାରୁ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳିନ କଫ୍ୟୁ ଜାରି କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ