ଢେଙ୍କାନାଳ: ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଶୁକ୍ରବାର ଢେଙ୍କାନାଳ ଜିଲ୍ଲାରେ ପୁଣି ୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଚିହ୍ନଟ 4 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ବୁଢୀବିଲି ସଂଗରୋଧ କେନ୍ଦ୍ର ଓ ଆଉ ଜଣେ କନ୍ତିଓ ପୁଟସାହିରୁ ଚିହ୍ନଟ ହୋଇଛନ୍ତି । ବାକି ଦୁଇ ଜଣ ଆକ୍ରାନ୍ତ ମଧ୍ୟରୁ ଜଣେ ତେଲେଙ୍ଗାନାରୁ ଓ ଅନ୍ୟ ଜଣେ ତାମିଲନାଡୁରୁ ଆସି କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ। ସେମାନଙ୍କ କୋରୋନା ରିପୋର୍ଟ ଗତ ଗୁରୁବାର ସଂନ୍ଧ୍ୟାରେ ପଜେଟିଭ ଆସିଛି ।
2 ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହେଲଥ୍ ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଛି। ପରେ କ୍ବାରେଣ୍ଟିନ ସେଣ୍ଟରକୁ ସାନିଟାଇଜ କରାଯାଇଛି। ତେବେ ଅନ୍ୟ ଦୁଇଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ ଏସ.ସି.ବି. ମେଡିକାଲକୁ ପଠାଯାଇଛି ।
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 94 ଜଣ ଆକ୍ରାନ୍ତ ଥିବାବେଳେ ୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ୧୬ ଜଣ ଆକ୍ରାନ୍ତ ଏବେବି ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ