ETV Bharat / state

ଢେଙ୍କାନାଳରେ ପୁଣି ୩ କୋରୋନା ପଜେଟିଭ ଚିହ୍ନଟ - ଢେଙ୍କାନାଳ

ଗୁରୁବାର ଢେଙ୍କାନାଳ ଜିଲ୍ଲାରେ ପୁଣି ୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି ।

corona
ଢେଙ୍କାନାଳରେ ପୁଣି ୩ କୋରୋନା ପଜେଟିଭ ଚିହ୍ନଟ
author img

By

Published : Jul 30, 2020, 3:55 PM IST

ଢେଙ୍କାନାଳ: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏହି କ୍ରମରେ ଗୁରୁବାର ଢେଙ୍କାନାଳ ଜିଲ୍ଲାରେ ପୁଣି ୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି ।

ଗୁରୁବାର ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ବାଙ୍କୁଆଳ ସଂଗରୋଧ କେନ୍ଦ୍ରରୁ ଜଣେ, ସଦର ବ୍ଳକ ଅନ୍ତର୍ଗତ ତାଳବରକୋଟ ଓ ଡେରାସିଂ ଗ୍ରାମରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରେ ଥିବା ଜଣେ ବ୍ୟକ୍ତି ତାମିଲନାଡୁରୁ ଆସି ସିଧା ସଂଗରୋଧ କେନ୍ଦ୍ରରେ ରହିଥିଲେ।

ଅନ୍ୟ ଦୁଇଜଣ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଆଣ୍ଟିଜେନ ଟେଷ୍ଟରୁ ପଜେଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସେମାନେ ରହୁଥିବା ସଂଗରୋଧ କେନ୍ଦ୍ର ଓ ଗୃହକୁ ବିଶୋଧନ କରାଯାଇଛି ।

ଏପଟେ ଚିକିତ୍ସା ପରେ ଜିଲ୍ଲାର ଆଉ ୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ମୋଟ ୨୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୪ ଜଣ ଚିକିତ୍ସା ପରେ ସୁସ୍ଥହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୬୮ ଜଣ ଆକ୍ରାନ୍ତ ଚିକତ୍ସିତ ହେଉଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.