ETV Bharat / state

ପୁଣି ଢେଙ୍କାନାଳରେ 2 କୋରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳରେ ଦୁଇ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 51ରେ ପହଞ୍ଚିଛି ।

corona positive
ପୁଣି ଢେଙ୍କାନାଳରେ 2 କୋରନା ଆକ୍ରାନ୍ତ ଚିହ୍ନଟ
author img

By

Published : Jun 14, 2020, 12:03 PM IST

ଢେଙ୍କାନାଳ: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନାହିଁ । ଏହି କ୍ରମରେ ଢେଙ୍କାନାଳରେ ଦୁଇ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 51ରେ ପହଞ୍ଚିଛି ।

ପୁଣି ଢେଙ୍କାନାଳରେ 2 କୋରନା ଆକ୍ରାନ୍ତ ଚିହ୍ନଟ

ଚିହ୍ନଟ ହୋଇଥିବା 2 ନୂଆ ଆକ୍ରାନ୍ତ ଢେଙ୍କାନାଳ କାରିଗର ସାହି ଅଞ୍ଚଳର ୬୦ ବର୍ଷୀୟ ଜଣେ ବୃଦ୍ଧା ମହିଳା ଏବଂ ଓ ତାଙ୍କ ପୁଅ ଥିବା ସୂଚନା ମିଳିଛି । ସେମାନେ ଗତ ଜୁନ 6ରେ ଉତ୍ତରପ୍ରଦେଶ ମଥୁରାରୁ ଫେରି ହୋମ କ୍ଵାରେଣ୍ଟାଇନରେ ଥିଲେ।

ଏହାପରେ ସେମାନଙ୍କ ରକ୍ତ ନମୁନା କୋରୋନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ଗତ ଶନିବାର ସେମାନଙ୍କ ରିପୋର୍ଟ ପଜେଟିଭ ଆସିଛି । ଉଭୟ ମା ଏବଂ ପୁଅଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ପଠାଯାଇଛି। ଏପଟେ ପୌରସଂସ୍ଥା ପକ୍ଷରୁ କାରିଗର ସାହିର ଅଭିନନ୍ଦନ ଗାର୍ଡେନ ଅଞ୍ଚଳକୁ ସାନିଟାଇଜ କରାଯାଉଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଢେ଼ଙ୍କାନାଳ ଜିଲ୍ଲାରେ 51 ଜଣ ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ୧୮ ଜଣ ଆକ୍ରାନ୍ତ ବର୍ତ୍ତମାନ ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.