ETV Bharat / state

ଢେଙ୍କାନାଳ କୃଷି ସମ୍ମିଳନୀରେ ପକେଟମାର୍, 2 ଗିରଫ - କୃଷି ସମ୍ମିଳନୀରେ ଲୁଟ୍ ଖବର

ଢେଙ୍କାନାଳରେ ଚାଲିଥିବା କୃଷି ସମ୍ମିଳନୀରେ ମାତିଛନ୍ତି ପକେଟମାର୍ । ପୋଲିସର ଚଢାଉରେ 2 ଗିରଫ । ଅଧିକ ପଢନ୍ତୁ...

ଢେଙ୍କାନାଳ କୃଷି ସମ୍ମିଳନୀରେ ପକେଟମାର୍, 2 ଗିରଫ

author img

By

Published : Dec 26, 2020, 8:50 PM IST

ଢେଙ୍କାନାଳ: ବିଜେପି ପକ୍ଷରୁ ଢେଙ୍କାନାଳରେ କରାଯାଇଥିବା କୃଷକ ସମ୍ମିଳନୀରେ ମାତିଛନ୍ତି ପକେଟମାର । ଏହି ପକେଟମାରଙ୍କ ଉପରେ ପୋଲିସର ଚଢାଉ । ଚଢାଉ କରି ପୋଲିସ 2 ଜଣଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ 17 ହଜାର ଟଙ୍କା ଜବତ କରିଛି ପୋଲିସ ।

ଢେଙ୍କାନାଳ କୃଷି ସମ୍ମିଳନୀରେ ପକେଟମାର୍, 2 ଗିରଫ

ସୂଚନା ଅନୁଯାୟୀ ଢେଙ୍କାନାଳରେ ଆଜି(ଶନିବାର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ କୃଷକ ସମ୍ମିଳନୀକୁ ଉଦବୋଧନ କରିଥିଲେ । କୃଷକ ସମ୍ମିଳନୀ ପରେ ସ୍ଥାନୀୟ ସୌଦାମିନୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଜେପି କର୍ମୀମାନେ ଖାଉଥିବାର ସୁଯୋଗ ନେଇ ପକେଟମାର କରିଛନ୍ତି ଲୁଟେରା । ତେବେ ଅନୁଗୋଳ ଜିଲ୍ଲା ବିଜେପି ସଭାପତି ପ୍ରତାପ ପ୍ରଧାନଙ୍କ ଠାରୁ ୩୫ହଜାର ଓ ଭୁବନ ଅଞ୍ଚଳ ତଥା ଅନ୍ୟ କେତେକ ବିଜେପି କର୍ମୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି ।

ସେହିପରି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ବ୍ଲକରୁ ଆସିଥିବା କିଛି ଚାଷୀଙ୍କ ଠାରୁ ମଧ୍ୟ ମନିପର୍ସ ଓ ଏଟିଏମ କାର୍ଡ ଚୋରି ହୋଇଥିବା ଅଭିଯୋଗ କରାଯାଇଛି । ତେବେ ଢେଙ୍କାନାଳ ଟାଉନଥାନା ପୋଲିସ ଏନେଇ ୨ ଜଣଙ୍କୁ ଗିରଫ କରି ଅଧିକ ପଚରା ଉଚରା କରୁଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.