ETV Bharat / state

ଢେଙ୍କାନାଳରେ ବିମାନ ଦୁର୍ଘଟଣାଗ୍ରସ୍ତ, 2 ମୃତ - Plane crash

ବିରାଶାଳ ଏୟାରଷ୍ଟ୍ରିପରେ ବିମାନ ଦୁର୍ଘଟଣା । 2ଜଣ ପାଇଲଟଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ପାଇଲଟ ପ୍ରଶିକ୍ଷଣ ଛାତ୍ରୀ ଥିବାବେଳେ ଅନ୍ୟଜଣେ ଟ୍ରେନର ଥିଲେ ।

Plane crash
ବିମାନ ଦୁର୍ଘଟଣାଗ୍ରସ୍ତ, 2 ମୃତ
author img

By

Published : Jun 8, 2020, 8:42 AM IST

Updated : Jun 8, 2020, 1:19 PM IST

ଢେଙ୍କାନାଳ: ବିରାଶାଳ ଏୟାର ଷ୍ଟ୍ରିପ୍‌ ବିମାନ ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ଘଟିଛି । ମୃତ ପାଇଲଟଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି । ଯୁବତୀ ଜଣଙ୍କ ପାଇଲଟ ପ୍ରଶିକ୍ଷଣ ଛାତ୍ରୀ ଥିବାବେଳେ ତାଙ୍କ ନାମ ଅନିଷା ଫତିମା ଓ ତାଙ୍କ ଘର ତାମିଲନାଡୁର ବୋଲି ଜଣାପଡିଛି ।

ଢେଙ୍କାନାଳରେ ବିମାନ ଦୁର୍ଘଟଣାଗ୍ରସ୍ତ, 2 ମୃତ

ଅନ୍ୟ ମୃତକ ଜଣଙ୍କ ଟ୍ରେନର ସଞ୍ଜୀବ ଝା ହୋଇଥିବାବେଳେ ତାଙ୍କ ଘର ବିହାର ବୋଲି ସ୍ପଷ୍ଟ ହୋଇଛି । ଦୁର୍ଘଟଣାଟି ବିରାଶାଳ ଏୟାରଷ୍ଟ୍ରିପ ପାଇଲଟ ପ୍ରଶିକ୍ଷଣ କେନ୍ଦ୍ରରେ ଘଟିଛି । ଦୁର୍ଘଟଣା ପରେ ଉଭୟଙ୍କୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ପ୍ରଶିକ୍ଷଣ ବିମାନ ଓ ସେଥିରେ ମାତ୍ର ଏହି ଦୁଇ ଜଣ ରହିଥିଲେ । ଦ୍ବିତୀୟଥର ଉଡାଣ କରି ବିମାନକୁ ଲ୍ୟାଣ୍ଡିଂ କରିବା ବେଳେ ଭୂମିରୁ ପ୍ରାୟ 100 ଫୁଟ ଉଚ୍ଚରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଢେଙ୍କାନାଳରେ ବିମାନ ଦୁର୍ଘଟଣାଗ୍ରସ୍ତ, 2 ମୃତ

ସେପଟେ ଅଗ୍ନିକାଣ୍ଡ ଆଶଙ୍କାରେ କାମାକ୍ଷାନଗରରୁ ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି । ଖବର ପାଇ ଘଟଣାସ୍ଥଳକୁ ଢେଙ୍କାନାଳ ଏସପି ଅନୁପମା ଜେମ୍ସ ଓ କଙ୍କଡାହାଡ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି ।

ସୂଚନାଥାଉକି, ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗତ 2019 ମସିହା ମେ ମାସରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବିରାଶାଳ ଠାରେ ଏହି ଏୟାରଷ୍ଟ୍ରିଟକୁ ପୁନରୁଦ୍ଧାର କରାଯାଇଥିଲା । ତେବେ ଏହା ଏକ ପାଇଲଟ ପ୍ରଶିକ୍ଷଣ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିଲା । ଯେଉଁଠି ଗତି ଫ୍ଲାଇଂ ଇନଷ୍ଟିଚ୍ୟୁଟ ନାମକ ଏକ ଘରୋଇ ସଂସ୍ଥା ସରକାରଙ୍କ ଠାରୁ ଫ୍ରାଞ୍ଚାଇଜ ଭାବେ ନେଇ ପାଇଲଟ ପ୍ରଶିକ୍ଷଣ ଦେଉଥିଲା ।

ଏଠାରେ ଭାରତର ବିଭିନ୍ନ ରାଜ୍ୟରୁ ପାଇଲଟ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ନେଇଥାନ୍ତି । ପ୍ରଥମ ବ୍ୟାଚରେ ପୂର୍ବରୁ 20ଜଣ ପ୍ରଶିକ୍ଷାର୍ଥୀ ସଫଳତାର ସହ ପ୍ରଶିକ୍ଷଣ ନେଇ ସାରିଛନ୍ତି । ଦ୍ବିତୀୟ ବ୍ୟାଚର ପ୍ରଶିକ୍ଷଣ ଚାଲିଥିଲା । ତେବେ ଆଜି ଦୁଇଜଣ ପାଇଲଟ ପ୍ରଶିକ୍ଷାର୍ଥୀ ଆସିଥିଲେ । କିନ୍ତୁ ଦୁର୍ଘଟଣା ଘଟିବାବେଳେ ଟ୍ରେନରଙ୍କ ସହ ବିମାନରେ କେବଳ ଟ୍ରେନର ଓ ଅନିଷା ରହିଥିଲେ । ସକାଳ ସାଢେ 6ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ବିଭାଗୀୟ ତଦନ୍ତ ପାଇଁ ଏୟାରଷ୍ଟ୍ରିପ ଭିତରକୁ କାହାକୁ ଛଡାଯାଉନାହିଁ ବୋଲି ପ୍ରାଥମିକ ତଦନ୍ତ କରି ଢେଙ୍କାନାଳ ଏସପି ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Jun 8, 2020, 1:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.