ETV Bharat / state

2 ଗୋରୁ ବୋଝେଇ କଣ୍ଟେନର ଜବତ; 9 ଗୋରୁ ଉଦ୍ଧାର, 5 ଗିରଫ

ଢେଙ୍କାନାଳ ଭୂବନରେ 2ଟି ଟାଟା ଏସି ଗୋରୁ ବୋଝେଇ ଗାଡିକୁ ଜବତ କରାଯିବା ସହ 5 ଜଣଙ୍କୁ ଗିରଫ ହୋଇଛନ୍ତି ।

author img

By

Published : Oct 28, 2019, 10:52 AM IST

ଗୋରୁ ଉଦ୍ଧାର

ଢେଙ୍କାନାଳ: ଭୂବନରୁ ପୁଣି ଗୋରୁ ବୋଝେଇ ଗାଡି ଜବତ ହୋଇଛି । ଢେଙ୍କାନାଳ ଭୂବନରେ 2ଟି ଟାଟା ଏସି ଗୋରୁ ବୋଝେଇ ଗାଡିକୁ ଜବତ କରାଯିବା ସହ 5 ଜଣଙ୍କୁ ଗିରଫ ହୋଇଛନ୍ତି । ଏହାସହ 9 ଗୋରୁକୁ ଉଦ୍ଧାର କରାଯାଇଛି ।

ଗୋରୁ ବୋଝେଇ ଗାଡି ଜବତ

ସୋମବାର ଭୋର ସମୟରେ ଭୂବନର NH-୫୩ ଶାମଳ ଛକ ନିକଟରେ ଦୁଇଟି ଟାଟା ଏସିରେ ଗୋରୁ ଚାଲାଣ ହେଉଥିବା ସମୟରେ ବଜରଙ୍ଗ ଦଳ ଗାଡିକୁ ଜବତ କରି ପୋଲିସର ଜିମା ଦେଇଛନ୍ତି । ଦୁଇଟି ଗାଡିରୁ ୯ ଗୋରୁ ଉଦ୍ଧାର କରିଛି ଭୂବନ ପୋଲିସ । ଉଦ୍ଧାର ଗୋରୁ ସବୁକୁ ଆଠମଲ୍ଲିକ ଅଞ୍ଚଳରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଜଣାପଡିଛି ।

ଢେଙ୍କାନାଳ ଜିଲ୍ଲାରେ ଚାଲିଛି ବେଧଡକ ଗୋରୁ ଚାଲାଣ । ଗତ କିଛିଦିନ ତଳେ ଢେଙ୍କାନାଳ ନିହଲ ପ୍ରସାଦ ଥାନା ଅଞ୍ଚଳରୁ କମିସନରେଟ ପୁଲିସ ୬ଟି ଗୋରୁ ବୋଝେଇ ଟ୍ରକ ଜବତ କରିଥିବା ସହ ୭ଶହ ଗୋରୁ ଉଦ୍ଧାର କରିଥିଲା । ବାରମ୍ବାର ଢେଙ୍କାନାଳରୁ ଏମିତି ଖବର ଆସୁଥିଲେ ମଧ୍ୟ ଗୋରୁ ଚାଲାଣ ବନ୍ଦ ହୋଇପାରୁନି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ ।

Intro:ପୁଣି ଗୋରୁ ବୋଝେଇ ଗାଡି ଜବତ/ଢେଙ୍କାନାଳ ଭୂବନରେ ଦୁଇଟି ଟାଟା ଏସି ଗୋରୁ ବୋଝେଇ ଗାଡିକୁ ଧରିଲେ ବଜରଙ୍ଗ ଦଳ/୯ଟି ଗୋରୁ ଉଦ୍ଧାର ଓ ୫ଜଣ ଗିରଫ/ପୁଲିସ ଜିମା ଦେଲେ ଲୋକେBody:ଢେଙ୍କାନାଳ ଜିଲ୍ଲାରେ ଚାଲିଛି ବେଧଡକ ଗୋରୁ ଚାଲାଣ ।ଗତ କିଛି ଦିନ ତଳେ ଢେଙ୍କାନାଳ ନିହଲପ୍ରସାଦ ଥାନା ଅଞ୍ଚଳରୁ କମିସନରେଟ ପୁଲିସ ୬ଟି ଗୋରୁ ବୋଝେଇ ଟ୍ରକ ଜବତ କରିଥିବା ସହ ୭ଶହ ଘୋରୁ ଉଦ୍ଧାର କରିଥିଲା।ତଥାପି ଗୋରୁ ଚାଲାଣ ବନ୍ଦ ହୋଇନାହିଁ।ପୁଣି ଆଜି ଭୋର ସମୟରେ ଭୁବନ NH ୫୩ ଶାମଳ ଛକ ନିକଟରୁ ଦୁଇଟି ଟାଟା ଏସି ଗୋରୁ ବୋଝେଇ ଗାଡି ଧରିଛନ୍ତି ଭୁବନ ବଜରଙ୍ଗ ଦଳ । ଦୁଇଟି ଗାଡିରୁ ୯ ଟି ଗୋରୁ ଉଦ୍ଧାର କରିଛନ୍ତି।Conclusion:ବେଆଇନ ଭାବେ ଏହି ଗୋରୁ ବୋଝେଇ କରି ଚାଲାଣ କରୁଥିବା ୫ଜଣ ସହ ଭୁବନ ପୁଲିସ ଜିମା ଦେଇଛନ୍ତି।ପୁଲିସ ୨ଟି ଗାଡି ଜବତ କରି୫ଜଣଙ୍କୁ ଗିରଫ କରିଛି। ଉଦ୍ଧାର ଗୋରୁ ଗୁଡିକ ଆଠମଲ୍ଲିକ ଅଞ୍ଚଳରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଜଣାପଡିଛି। ଢେଙ୍କାନାଳରୁ ଉର୍ମିଳା ପାତ୍ର। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.