ETV Bharat / state

ବର୍ଷାରେ ବେହାଲ ଢେଙ୍କାନାଳ, ପାଣି ଘେରରେ ଫସି ରହିଥିବା 12 କର୍ମଚାରୀ ସୁରକ୍ଷିତ ଉଦ୍ଧାର - ପାଣି ଘେରରେ ଫସି ରହିଥିବା 12 କର୍ମଚାରୀ ସୁରକ୍ଷିତ ଉଦ୍ଧାର

ଗତ କିଛି ଦିନ ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଢେଙ୍କାନାଳରେ ପ୍ରବଳ ବର୍ଷା ଛେଚୁଛି । ଯାହା ପ୍ରଭାବରେ ଗତକାଲି ପାଣି ଘେରରେ ରହିଯାଇଥିବା 12 କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

ପାଣି ଘେରରେ ଫସି ରହିଥିବା 12 କର୍ମଚାରୀ ସୁରକ୍ଷିତ ଉଦ୍ଧାର

author img

By

Published : Aug 15, 2020, 2:55 PM IST

ଢେଙ୍କାନାଳ: ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇପଡିଛି ଢେଙ୍କାନାଳ । ବର୍ଷା ପାଣିରେ ଫସି ରହିଥିବା 12 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଶୁକ୍ରବାର ଜିଲ୍ଲାର ବାଲିବୋ ପଞ୍ଚାୟତ ଅନ୍ତର୍ଗତ ଦଧିସିଂହା ଗାଁର ପାଣ୍ଡରା ନାଳ କଷ୍ଟ୍ରକସନ କାର୍ଯ୍ୟରେ ନିୟୋଜିତ 12 କର୍ମଚାରୀ ଜଳବନ୍ଦୀ ହୋଇପଡିଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ପାଣି ଘେରରେ ଫସି ରହିଥିବା 12 କର୍ମଚାରୀ ସୁରକ୍ଷିତ ଉଦ୍ଧାର

ଅଷ୍ଟଲକ୍ଷ୍ମୀ କନଷ୍ଟ୍ରକସନ ( ଭୁବନେଶ୍ବର ) ଅଧିନରେ ୧୨ ଜଣ କର୍ମଚାରୀ ବ୍ରିଜ କାର୍ଯ୍ୟରେ ନିୟୋଜିତ ଥିଲେ । ଗତକାଲି ବିଳମ୍ବିତ ରାତ୍ରୀରେ ଲଗାଣ ବର୍ଷା ଯୋଗୁଁ ହଠାତ ବର୍ଷା ପାଣି କଣ୍ଡରା ନାଳରେ ମାଡିଆସିଥିଲା । ଯାହା ଫଳରେ ବାର ଜଣ କର୍ମଚାରୀ ୩୦ ଫୁଟ ପାଣି ଘେରରେ ଜଳବନ୍ଦୀ ହୋଇ ରହିଯାଇଥିଲେ । ସେମାନଙ୍କ ମଧ୍ୟରୁ ବୁଧିଆ ମହାକୁଡ ପାଖ ଗ୍ରାମ ଖଡଗପୁରକୁ ପାଣିରେ ପଶି ଯାଉଥିବା ବେଳେ ପାଣି ସୁଅରେ ଭାସି ଯାଇ ଗୋଟେ ଗଛରେ ଲାଗିଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.