ETV Bharat / state

ନିଜ ଭିଟାମାଟିକୁ ଫେରିଲେ ଇଟାଭାଟିର 11 ଶ୍ରମିକ - 11 migrant jharkhand workers return to their state

ଝାଡଖଣ୍ଡରୁ ଆସିଥିବା ସ୍ବତନ୍ତ୍ର ବସ ଯୋଗେ ଢେଙ୍କାନାଳରୁ ନିଜ ଭିଟାମାଟିକୁ ଫେରିଛନ୍ତି 11 ଜଣ ଇଟାଭାଟି ଶ୍ରମିକ। ଢେଙ୍କାନାଳ ସଦର ବ୍ଲକର ପଦ୍ମନାଭ ପୁର ଠାରେ ଏକ ଇଟାଭାଟିରେ କାମ କରୁଥିବା 11 ଜଣ ଶ୍ରମିକ ରବିବାର ରାତିରେ ଝାଡଖଣ୍ଡକୁ ଫେରିଛନ୍ତି ।

11 migrant jharkhand workers return to their state
ନିଜ ଭିଟାମାଟିକୁ ଫେରିଲେ ଇଟାଭାଟିର 11 ଶ୍ରମିକ
author img

By

Published : May 4, 2020, 10:36 AM IST

Updated : May 4, 2020, 11:13 AM IST

ଢେଙ୍କାନାଳ: ଝାଡଖଣ୍ଡରୁ ଆସିଥିବା ସ୍ବତନ୍ତ୍ର ବସ ଯୋଗେ ଢେଙ୍କାନାଳରୁ ନିଜ ଭିଟାମାଟିକୁ ଫେରିଛନ୍ତି 11 ଜଣ ଇଟାଭାଟି ଶ୍ରମିକ। ଢେଙ୍କାନାଳ ସଦର ବ୍ଲକର ପଦ୍ମନାଭ ପୁର ଠାରେ ଏକ ଇଟାଭାଟିରେ କାମ କରୁଥିବା 11 ଜଣ ଶ୍ରମିକ ରବିବାର ରାତିରେ ଝାଡଖଣ୍ଡକୁ ଫେରିଛନ୍ତି ।

ନିଜ ଭିଟାମାଟିକୁ ଫେରିଲେ ଇଟାଭାଟିର 11 ଶ୍ରମିକ

ଏଥିପାଇଁ ଝାଡଖଣ୍ଡରୁ ଏକ ସ୍ବତନ୍ତ୍ର ବସ ରବିବାର ସନ୍ଧ୍ୟାରେ ଢେଙ୍କାନାଳରେ ପହଞ୍ଚିଥିଲା। ଏହି ବସଟି ଢେଙ୍କାନାଳରେ ପହଞ୍ଚିବା ପରେ ଶ୍ରମିକମାନଙ୍କୁ ଝାଡଖଣ୍ଡ ପଠାଇବା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁସଙ୍ଗିକ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

11ଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଝାଡଖଣ୍ଡ ରାଜ୍ୟର ଶଢେଇକଳା ଓ ଖରସୁଆଁ ଜିଲ୍ଲାର 21ଜଣ ଶ୍ରମିକ ଗତ 3ମାସ ହେଲା ଢେଙ୍କାନାଳ ସଦର ବ୍ଲକର ପଦ୍ମନାଭପୁର ଠାରେ ଥିବା ଏକ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିଲେ ।

ତେବେ ଲକ ଡାଉନ ପରେ କାମ ବନ୍ଦ ହୋଇଯାଇଥିବାବେଳେ ସେମାନେ ନିଜ ଘରକୁ ଫେରି ପାରିନଥିଲେ । ଫଳରେ ନିଜ ଘରକୁ ଫେରିବା ପାଇଁ ଝାଡଖଣ୍ଡ ସରକାରଙ୍କୁ ନିବେଦନ କରିବା ସହ ପଞ୍ଜିକୃତ କରିଥିଲେ । ଝାଡଖଣ୍ଡ ସରକାର ସେମାନଙ୍କୁ ନେବା ପାଇଁ ପଠାଇଥିବା ଉକ୍ତ ବସ ରବିବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଞ୍ଚିଥିଲା ।

ସେପଟେ 21ଜଣ ଶ୍ରମିକଙ୍କ ମଧ୍ୟରୁ 10ଜଣ ଯିବାକୁ ଇଚ୍ଛା ପ୍ରକାଶ କରିନଥିଲେ। ଫଳରେ ଅବଶିଷ୍ଟ 11 ଜଣଙ୍କୁ ନେଇ ରବିବାର ରାତିରେ ବସଟି ଝାଡଖଣ୍ଡ ଅଭିମୁଖେ ଯାଇଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 4, 2020, 11:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.