ଢେଙ୍କାନାଳ: ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀପଲ ଆତଙ୍କ ଫଳରେ ବ୍ୟାପକ ଧାନଫସଲ କ୍ଷୟକ୍ଷତି ହୋଇଛି । କାମାକ୍ଷାନଗର ବ୍ଲକ କନ୍ତିଓକାଟେଣି, ତୁମୁସିଙ୍ଗା ଓ କୁସୁମଯୋଡି ଗ୍ରାମରେ ଦେଖିବାକୁ ମିଳିଛି ୬୦ ଟିକିଆ ବିଶାଳ ହାତୀପଲର ଆତଙ୍କରାଜ l ଫଳରେ ହାତୀ ଉପଦ୍ରବରେ କାମାକ୍ଷାନଗରରେ ଶହଶହ ଏକର ଧାନ ଫସଲ ନଷ୍ଟ ହୋଇଛି ।
ବର୍ତ୍ତମାନ ଫସଲ ଅମଳ ସମୟ ହୋଇଥିବା ବେଳେ ହାତୀ ଉପଦ୍ରବ ଦୁଇଗୁଣ ବଢିଯାଇଛି । ଏହି ସମୟରେ ହାତୀ ମାନେ ଜନବସତି ମୁହାଁ ହୋଇ ଧାନ ଫସଲ ଖାଇବା ସହ ବ୍ୟାପକ ଫସଲ ନଷ୍ଟ କରି କରିଛନ୍ତି l ଏ ସମସ୍ୟା ଆଜକୁ ଦୀର୍ଘ ବର୍ଷ ହେବ କାମାକ୍ଷାନଗର ଅଞ୍ଚଳରେ ମୁଣ୍ଡବିନ୍ଧାର କାରଣ ହୋଇଛି।
ଅଞ୍ଚଳର ଲୋକମାନଙ୍କ ପାଇିଁ ଅଲଗା କୈାଣସି ରୋଜଗାର ପନ୍ଥା ନଥିବା କାରଣରୁ ଶତକଡା ୯୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିନ୍ତି । କିନ୍ତୁ ଏବେ ହାତୀ ମାନଙ୍କ ଉପଦ୍ରବ ଯୋଗୁ ଶହଶହ ଏକର ଧାନ କ୍ଷେତ ନଷ୍ଟ ହେବାକୁ ବସିଲାଣି । ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗର ଏଥି ପ୍ରତି କୌଣସି ଆଖିଦୃଶିଆ ପଦକ୍ଷପ ନନେବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏ ଗଗରେ ବନ ବିଭାଗ ପଦକ୍ଷପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିର୍ପୋଟ ଇଟିଭି ଭାରତ