ETV Bharat / state

ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ଗଳାକାଟି ହତ୍ୟା, ହତ୍ୟାକାରୀର ଟେର ପାଉନି ପୋଲିସ

author img

By

Published : Apr 7, 2023, 8:24 AM IST

ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କୁ ଗଳା କାଟି ହତ୍ୟା ପରେ ଫେରାର ହୋଇଗଲେ ଦୁର୍ବୃତ୍ତ । ଘଟଣାକୁ ଦୁଇ ଦିନ ବିତିଥିଲେ ବି ହତ୍ୟାକାରୀର ଟେର ପାଉନି ପୋଲିସ । ଅଧିକ ପଢନ୍ତୁ

Woman killed near office in Deogarh
Woman killed near office in Deogarh
Woman killed near office in Deogarh

ଦେବଗଡ: ବିଚ ରାସ୍ତାରେ ମହିଳା ଫାଇନାନ୍ସ କର୍ମଚାରୀ ନିର୍ମମ ହତ୍ୟା । ଗଳା କାଟି ଓ ପଥରରେ ଛେଚି ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ଏ ମଧ୍ୟରେ ଘଟଣାକୁ ଦୁଇ ଦିନ ବିତିଥିଲେ ବି ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ । ମୃତ ମହିଳା ହେଉଛନ୍ତି କୁଚିଣ୍ଡା ଅଞ୍ଚଳର ରିତା ସାହୁ । କେଉଁ କାରଣରୁ ମହିଳାଙ୍କୁ ଦୁର୍ବୃତ୍ତ ମାନେ ହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ନାମକ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ରିତା ସାହୁ । ଦୁଇ ମାସ ପୂର୍ବରୁ ସେ କମ୍ପାନୀରେ ଯୋଗ ଦେଇଥିଲେ । ଗତ ମଙ୍ଗଳବାର ରାତି ପ୍ରାୟ 11ଟା ସମୟରେ ସେ ଅଫିସରୁ ଫେରୁଥିବା ସମୟରେ ଘରେ ପହଞ୍ଚିବା ପୂର୍ବରୁ ଅଫିସ ନିକଟରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏହାପରେ ଛୁରୀରେ ଗଳା କାଟିବା ପରେ ପଥରରେ ଆକ୍ରମଣ କରିଥିଲେ ।

ଫଳରେ ରିତା ଚିତ୍କାର କରିବାରୁ ଅଫିସ କର୍ମଚାରୀ ପହଞ୍ଚି ଦେଖିବା ବେଳକୁ ଦୁଇଜଣ ଦୁର୍ବୃତ୍ତ ସେଠାରୁ ଫେରାର ହୋଇ ଯାଇଥିଲେ । ଘଟଣା ସ୍ଥଳରେ ସେମାନେ ପିନ୍ଧିଥିବା ଗ୍ଲୋବସ ଓ ଛୁରୀ ଫୋପାଡ଼ି ଦେଇଥିଲେ । ଅଫିସର ଅନ୍ୟ ସହଯୋଗୀ କର୍ମଚାରୀ ମାନେ ରିତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଆଦର୍ଶ ଥାନା ପୋଲିସକୁ ଖବର ଦେଇଥିଲେ । ମାତ୍ର ଡାକ୍ତରଖାନାରେ ଡାକ୍ତର ରିତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଦେବଗଡ଼ ପୋଲିସ ସୂଚନା ପାଇ ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଦେବଗଡ଼ ଏସ ପି ପ୍ରମୋଦ କୁମାର ରଥ ମଧ୍ୟ ଘଟଣାସ୍ଥଳ ଓ ଡାକ୍ତରଖାନାକୁ ଯାଇ ଅନୁଧ୍ୟାନ କରିବା ସହ ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଥିଲେ ।

ଗତକାଲି(ଗୁରୁବାର) ଅପରାହ୍ନରେ ଅନୁଗୋଳରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ହତ୍ୟା ଘଟଣାର କାରଣ ସମ୍ପର୍କରେ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ । ପାରିପାର୍ଶିକ ପରିସ୍ଥିତିରୁ ଏହା ଏକ ତରଫା ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ମୃତ ଯୁବତୀ ଜଣକ କୁଚିଣ୍ଡା ଅଞ୍ଚଳର ଜୟନାରାୟଣ ସାହୁଙ୍କ ଝିଅ ରିତା ସାହୁ । ମୃତକଙ୍କ ମାଆ ଏସମ୍ପର୍କରେ ଦେବଗଡ଼ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ବିଭିନ୍ନ ମହଲରେ ଦାବି ହେଉଛି ।

ଏହି ଘଟଣା ଦୁଇଦିନ ବିତିଗଲା ପରେ ବି ପୋଲିସ ଅଭିଯୁକ୍ତଙ୍କ ସୁରାକ ପାଇପାରିନାହିଁ । ପୋଲିସ ପକ୍ଷରୁ ଏକାଧିକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରହିଛି । ମାତ୍ର ହତ୍ୟାକାରୀଙ୍କୁ ଠାବ କରିବାରେ ବିଳମ୍ବ ହେଉଛି ହେଉଥିବାରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ଦେବଗଡ଼ ଜିଲ୍ଲାରେ କିଛିମାସ ହେଲା ଲଗାତାର ଭାବେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।ଦେବଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ରାତ୍ରକାଳୀନ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ନିମନ୍ତେ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.