ETV Bharat / state

ଅନ୍ଧାରି ଗାଁର ଅନ୍ଧାରି ଶାସନ: ବିଧବା ମହିଳା ଭୋଗୁଛନ୍ତି ସାମାଜିକ ବାସନ୍ଦାଦେଶ

ଆଜି ବି ବଞ୍ଚିଛି ଅନ୍ଧବିଶ୍ୱାସ । ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ଭୋଗିବାକୁ ପଡୁଛି ସାମାଜିକ ବାସନ୍ଦାଦେଶ । ଏଭଳି ଅମାନବୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆଦସ ପଞ୍ଚାୟତର ଅନ୍ଧାରି ଗ୍ରାମରେ ।

ଅନ୍ଧାରି ଗାଁ ର ଅନ୍ଧାରି ଶାସନ: ବିଧବା ମହିଳା ଭୋଗୁଛନ୍ତି ସାମାଜିକ ବାସନ୍ଦାଦେଶ

author img

By

Published : Sep 17, 2020, 8:42 PM IST

ଦେବଗଡ଼: ଆଜି ବି ବଞ୍ଚିଛି ଅନ୍ଧବିଶ୍ୱାସ । ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ଭୋଗିବାକୁ ପଡୁଛି ସାମାଜିକ ବାସନ୍ଦାଦେଶ । ଏଭଳି ଅମାନବୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆଦସ ପଞ୍ଚାୟତର ଅନ୍ଧାରି ଗ୍ରାମରେ ।

ଅନ୍ଧାରି ଗାଁ ର ଅନ୍ଧାରି ଶାସନ: ବିଧବା ମହିଳା ଭୋଗୁଛନ୍ତି ସାମାଜିକ ବାସନ୍ଦାଦେଶ

ଗ୍ରାମର ଅସହାୟ ବିଧବା ମହିଳା ରତନି କିଷାନଙ୍କ ସ୍ୱାମୀ ପ୍ରମୋଦ କିଷାନଙ୍କର ଚାରିବର୍ଷ ପୂର୍ବରୁ ଦେହାନ୍ତ ହୋଇସାରିଛି । ତେବେ ନିଜର ଚାରୋଟି ସନ୍ତାନକୁ ନେଇ ମୂଲ ମଜୁରୀ କରି ଯେନତେନ ପ୍ରକାରେ ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି ମହିଳା ଜଣକ । ତେବେ ଦୁଃଖର ବିଷୟ ଯେ , ଆଜକୁ ଦଶମାସ ହେଲା ଏକ ସାମାନ୍ୟ କଥାକୁ ନେଇ ଗାଁରେ ସାମାଜିକ ବାସନ୍ଦର ଶିକାର ହେବାକୁ ପଡିଛି ଏହି ଅସହାୟ ବିଧବା ମହିଳା ଜଣଙ୍କୁ ।

widow women faced social restriction

ୱାର୍ଡମେମ୍ବର ରଜନୀ ବାଘ ଓ ତାଙ୍କ ସ୍ୱାମୀ ରମେଶ ବାଘଙ୍କ ସହ ଝଗଡାକୁ ନେଇ ଗ୍ରାମବାସୀ ଏକତ୍ରିତ ହୋଇ ମହିଳାଙ୍କୁ ବାସନ୍ଦ କରିଛନ୍ତି । ଗାଁ ସଭାରେ ଅସହାୟ ମହିଳା ଓ ତାଙ୍କ ଚାରିଗୋଟି ସନ୍ତାନକୁ ପ୍ରତ୍ୟକ କ୍ଷେତ୍ରରେ ବାସନ୍ଦ ନିଷ୍ପତ୍ତି ହୋଇଛି । ଏପରିକି, ଗାଁର କୌଣସି ବ୍ୟକ୍ତି ତାଙ୍କ ସହ ମିଳାମିଶା କିମ୍ବା କଥାବାର୍ତ୍ତା କଲେ, 5000 (ପାଞ୍ଚ ହଜାର) ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।

ଫଳରେ ତିନୋଟି କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନକୁ ନେଇ ଗାଁରେ ଏକାକି ବଞ୍ଚି ରହିବା ଏହି ଆଦିବାସୀ ବିଧବା ମହିଳାଙ୍କ ପକ୍ଷରେ ଅତ୍ୟନ୍ତ କଷ୍ଟକର ହୋଇପଡିଛି । ଅନ୍ୟପଟେ ପାଞ୍ଚପ୍ରାଣୀଙ୍କ ଜୀବନ ଅସୁରକ୍ଷିତ ହୋଇ ରହିଛି ।

ଏ ସମ୍ପର୍କରେ ଅସହାୟ ମହିଳା ଜଣକ ଆଜକୁ ଦଶମାସ ହେଲା ରିଆମାଳ ଥାନା ପୋଲିସ ଠାରୁ ଆରମ୍ଭ କରି ଦେବଗଡ଼ ଏସପି ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା , ଏ ସମସ୍ୟାର ସମାଧାନ କରିବା ଦିଗରେ କେହି ଆନ୍ତରିକତା ଦେଖାଇନାହାଁନ୍ତି ।

ସାମାଜିକ ବାସନ୍ଦର ଶିକାର ହୋଇଥିବା ଏହି ଅସହାୟ ପରିବାରକୁ ପ୍ରଶାସନ ପକ୍ଷରୁ ସୁରକ୍ଷା ଦିଆନଗଲେ , ଆଗାମୀ ଦିନରେ କୌଣସି ଅଘଟଣ ଯେ ନଘଟିବ, ସେକଥାକୁ ଅସ୍ବୀକାର କରାଯାଇ ନପାରେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.