ETV Bharat / state

କ୍ଷତି ସହୁଛନ୍ତି ତରଭୁଜ ଚାଷୀ, ମିଳୁନି ସରକାରୀ ପ୍ରୋତ୍ସାହନ - ତରଭୁଜ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ

ଦେବଗଡ଼ ଜିଲ୍ଲାରେ କ୍ଷତି ସହୁଛନ୍ତି ତରଭୁଜ ଚାଷୀ । ବିହନ ସାର ଓ କୀଟନାଶକ ଔଷଧର ଅହେତୁକ ଦରବୃଦ୍ଧି ସାଙ୍ଗକୁ ଉଚିତ ବଜାର ମୂଲ୍ୟ ନମିଳିବାରୁ ଚିନ୍ତାରେ ଚାଷୀ । ଅଧିକ ପଢ଼ନ୍ତୁ

ଦେବଗଡ଼ରେ ତରଭୁଜ ଚାଷୀ
watermelon farming in deogarh
author img

By

Published : Mar 1, 2023, 9:31 AM IST

କ୍ଷତି ସହୁଛନ୍ତି ତରଭୁଜ ଚାଷୀ

ଦେବଗଡ଼: ସବୁଜ ବଣ ପାହାଡ଼ ପରିବେଷ୍ଟିତ ଦେବଗଡ଼ ଜିଲ୍ଲା । ଏହି ଜିଲ୍ଲାର ଉର୍ବର ମୃତ୍ତିକା ଓ ଜଳବାୟୁ ମୁଖ୍ୟତଃ ତରଭୁଜ ଚାଷ ପାଇଁ ବେଶ ଉପଯୋଗୀ । ସେହି ଦୃଷ୍ଟିରୁ ଜିଲ୍ଲାର ଅଧିକାଂଶ ଚାଷୀ ତରଭୁଜ ଚାଷ ପ୍ରତି ମନ ବଳାଇଥାନ୍ତି । ବିଶେଷ କରି ଜିଲ୍ଲାର ବାରକୋଟ ବ୍ଲକ ଓ ତିଳେଇବଣି ବ୍ଲକରେ ଥିବା ବ୍ରାହ୍ମଣୀ ନଦୀ ଓ ରେଙ୍ଗାଲି ଜଳଭଣ୍ଡାର ତଟବର୍ତ୍ତୀ ଅଞ୍ଚଳରେ ପ୍ରତିବର୍ଷ ବିପୁଳ ମାତ୍ରାରେ ତରଭୁଜ ଚାଷ କରାଯାଇଥାଏ । ନାମଧାରୀ , ପୁନମ , କିରଣ, କିଷମ, ରାଜକୁମାର ଓ ସୁଇଟହାର୍ଟ ଆଦି କିସମର ତରଭୁଜ ଚାଷ କରି ଚାଷୀମାନେ ଭଲ ଦୁଇପଇସା ରୋଜଗାର କରିବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ଉଚିତ ବଜାର ମିଳୁନଥିବାରୁ କ୍ଷତି ସହୁଛନ୍ତି ତରଭୁଜ ଚାଷୀ । ବିହନ ସାର ଓ କୀଟନାଶକ ଔଷଧର ମୂଲ୍ୟବୃଦ୍ଧି ଚାଷୀଙ୍କୁ ଚିନ୍ତାରେ ପକାଇଛି ।

ଜିଲ୍ଲାରେ ମୁଖ୍ୟତଃ ଫେବୃଆରୀ ଓ ମାର୍ଚ୍ଚ ମାସ ବେଳକୁ ତରଭୁଜ ଅମଳ ହୋଇ ବିକ୍ରି ହୋଇଥାଏ । ଦେବଗଡ଼ ଜିଲ୍ଲାର ତରଭୁଜ ବେଶ ସୁସ୍ୱାଦୁ ହୋଇଥିବାରୁ ଓ ଏହାର ଅଧିକ ଚାହିଦା ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବେପାରୀମାନେ ଆସି ତରଭୁଜ କ୍ରୟ କରି ନେଇଥାନ୍ତି । ଚଳିତ ବର୍ଷ ମଧ୍ୟ ଜିଲ୍ଲାର ବାଲିରୋଇ, ରୁଗୁଡ଼, ଚାରିମଞ୍ଚା, ମଣ୍ଡାଶିଳା, ରାଇତାବାହାଲ, ସୁଗୁଡା ଓ ବଲମ ଆଦି ଅଞ୍ଚଳରେ ପ୍ରାୟ 500 ହେକ୍ଟର ପରିମିତ ଜମିରେ ତରଭୁଜ ଚାଷ କରାଯାଇଛି । ମାତ୍ର ତରଭୁଜ ବିହନ, ସାର ଓ କୀଟନାଶକ ଔଷଧର ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ଜିଲ୍ଲାରେ ତରଭୁଜ ସଂରକ୍ଷଣ ଓ ଉପଯୁକ୍ତ ବିକ୍ରୟ ବ୍ୟବସ୍ଥା ନଥିବାରୁ ଚାଷୀମାନେ ତରଭୁଜ ଚାଷ ଉପରୁ ଧୀରେ ଧୀରେ ମୁହଁ ଫେରାଇ ନେଉଥିବା ଦେଖାଯାଇଛି ।

ତରଭୁଜ ବିହନର ମୂଲ୍ୟ କିଲୋପ୍ରତି 30 ହଜାର ଟଙ୍କା ଲେଖାଏଁ ରହିଥିବାରୁ ଚାଷୀମାନେ ଅଧିକ ମୂଲ୍ୟ ଦେଇ ବିହନ କ୍ରୟ କରିବାକୁ ସକ୍ଷମ ହେଉନାହାନ୍ତି । ପୁଣି ସାର ଓ କୀଟନାଶକ ଔଷଧର ମୂଲ୍ୟ ଆକାଶଛୁଆଁ ହୋଇଛି । ଅନ୍ୟପଟେ ଚଳିତ ବର୍ଷ ତରଭୁଜ କ୍ରୟ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆଶାନୁରୂପ ବେପାରୀ ଆସୁନାହାନ୍ତି । ଫଳରେ ଚାଷୀମାନେ ନିଜ ନିଜ ଉତ୍ପାଦିତ ତରଭୁଜକୁ ସ୍ଥାନୀୟ ଅଞ୍ଚଳର ବେପାରୀ ମାନଙ୍କୁ କିଲୋପ୍ରତି 7/8 ଟଙ୍କାରେ ବିକ୍ରି କରି ଅଭାବି ବିକ୍ରୀର ସମ୍ମୁଖୀନ ହେଉଛନ୍ତି । ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ନଥିବାରୁ ତରଭୁଜକୁ ଅଧିକ ସମୟ ରଖିବା ମଧ୍ୟ ସମ୍ଭବ ହେଉନାହିଁ । ଫଳରେ ଚାଷୀମାନେ ହତାଶ ହୋଇ ପଡିଛନ୍ତି ।

ଦେବଗଡ଼ ଜିଲ୍ଲା ତରଭୁଜ ଚାଷ ପାଇଁ ରାଜ୍ୟରେ ବେଶ ସୁନାମ ଅର୍ଜନ କରିଥିବା ବେଳେ ଚାଷୀଙ୍କୁ କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରୁନାହିଁ । ଚାଷୀଙ୍କ ସମସ୍ୟା ପ୍ରତି ସରକାର ଯତ୍ନବାନ ହେଲେ ଜିଲ୍ଲାର ତରଭୁଜ ଚାଷୀମାନେ ଅଧିକ ଅମଳ କରିବା ସହ ଏହି ଚାଷ ପ୍ରତି ଅଧିକ ଚାଷୀ ଆକର୍ଷିତ ହୁଅନ୍ତେ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.