ETV Bharat / state

ସ୍ଥାଣୁ ପାଲଟିଲା ପ୍ରଶାସନ, ଗୃହ ନିର୍ମାଣ ପାଇଁ ଜଙ୍ଗଲ କାଟିଲେ ଗ୍ରାମବାସୀ - ଦେବଗଡ ଜଙ୍ଗଲ ନଷ୍ଟ

ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇଆସୁଥିବା ଗ୍ରାମବାସୀ ମାନେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପ୍ରଶାସନକୁ କହିଥିବାବେଳେ ମିଳିନି ସୁଫଳ । ଅଧିକ ପଢନ୍ତୁ...

ସ୍ଥାଣୁ ପାଲଟିଲା ପ୍ରଶାସନ, ଗୃହ ନିର୍ମାଣ ପାଇଁ ଜଙ୍ଗଲ କାଟିଲେ ଗ୍ରାମବାସୀ

author img

By

Published : Nov 5, 2020, 10:56 AM IST

Updated : Nov 5, 2020, 11:19 AM IST

ଦେବଗଡ: ଶୁଣିଲାନି ପ୍ରଶାସନ। ଶେଷରେ ଆଇନକୁ ହାତକୁ ନେଲେ ଗ୍ରାମବାସୀ। ଗୃହ ନିର୍ମାଣ ପାଇଁ କାଟିଲେ ଏକର ଏକର ପରିମିତ ସଂରକ୍ଷିତ ଜଙ୍ଗଲ। ନଷ୍ଟ ହୋଇଗଲା ଶହଶହ ସଂଖ୍ୟାରେ ମୂଲ୍ୟବାନ ବୃକ୍ଷରାଜି । ଏଭଳି ଘଟଣା ଦେଖିବାକୁ ମିଳିଛି ବାରକୋଟ ରେଞ୍ଜ ଅଧିନ ବଡତଇଲା ସଂରକ୍ଷିତ ଜଙ୍ଗଲରେ।

ସୂଚନା ଅନୁଯାୟୀ, ବାରକୋଟ ବ୍ଲକ କାଦୋପଡା ପଞ୍ଚାୟତର ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଛି ମହୁପାଳ ଗାଁ । ଏହି ଗାଁରେ ବସବାସ କରନ୍ତି 30ଟି ଆଦିବାସୀ ପରିବାର। ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି। ଏଥିସହିତ ଗାଁଟି ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଥିବାରୁ ବର୍ଷ ତମାମ ଗାଁରେ ହାତୀ ଉପଦ୍ରଵ ଗ୍ରାମବାସୀଙ୍କ ଜୀବନ ଓ ଜୀବିକାକୁ ବହୁଗୁଣରେ ପ୍ରଭାବିତ କରିଛି। ତେଣୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନରେ ଥଇଥାନ କରାଇବାକୁ ଆଜକୁ ବହୁବର୍ଷ ହେଲା ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳୁଛି, ହେଲେ କୌଣସି ପଦକ୍ଷେପ ନିଆଯାଉନାହିଁ।

ଯେଉଁ କାରଣରୁ ପ୍ରଶାସନ ଉପରୁ ଆସ୍ଥା ତୁଟାଇ ଗତ କିଛଦିନ ପୂର୍ବରୁ ମହୁପାଳ ଗ୍ରାମବାସୀ ଏକତ୍ରିତ ହୋଇ ପାହାଡର ପାଦଦେଶରେ ଥିବା ବଡତଇଲା ସଂରକ୍ଷିତ ଜଙ୍ଗଲରେ ପ୍ରାୟ 4 ଏକରରୁ ଉର୍ଦ୍ଧ୍ବ ପରିମିତ ଜଙ୍ଗଲ ସଫା କରି ସେଠାରେ ବାସଗୃହ ନିର୍ମାଣ ପାଇଁ ଉଦ୍ୟମ କରିଛନ୍ତି।

ସ୍ଥାଣୁ ପାଲଟିଲା ପ୍ରଶାସନ, ଗୃହ ନିର୍ମାଣ ପାଇଁ ଜଙ୍ଗଲ କାଟିଲେ ଗ୍ରାମବାସୀ

ଏ ସମ୍ପର୍କରେ ବାରକୋଟ ବନବିଭାଗ ଖବରପାଇ ପୋଲିସ ସହାୟତାରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ସେଠାରୁ ଉଚ୍ଛେଦ କରିଥିବା ଜଣାଯାଇଛି।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

Last Updated : Nov 5, 2020, 11:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.