ETV Bharat / state

ହାତୀ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ

author img

By

Published : Dec 15, 2019, 6:06 PM IST

ଦେବଗଡରେ ବଢୁଛି ହାତୀ ଉପଦ୍ରବ। ଚାଷ ଜମିରେ ହାତୀ ପଶିଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି। ପନିପରିବା ଚାଷ କରିଥିବା ଚାଷୀ କ୍ଷତିପୂରଣ ଦାବି କରିଛନ୍ତି।

vegetable field destroy by elephant
ହାତୀ ଉପଦ୍ରବ

ଦେବଗଡ଼: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। କିଛିଦିନ ପୂର୍ବରୁ ହାତୀପଲ ଦେବଗଡର ରିଆମାଲ ରେଞ୍ଜର ବିଭିନ୍ନ ଅଞ୍ଚଳରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ଶନିବାର ରାତିରେ ପୁଣି ଏକ ହାତୀପଲ ଦେବଗଡ଼ ରେଞ୍ଜ ଅଧିନସ୍ଥ ନିକ୍ତିମାଳ ଗାଁ ଓ ଆଖପାଖ ଅଞ୍ଚଳରେ ଚାଷ ହୋଇଥିବା ବ୍ୟାପକ ପନିପରିବା ନଷ୍ଟ କରିଛନ୍ତି।

ରାତିରେ ପ୍ରାୟ ୩୦ଟି ହାତୀ ନିକ୍ତିମାଳ ଗାଁ ସମେତ ଆଖପାଖ ଅଞ୍ଚଳ ଯଥା ଗଜୁରିବଣି, କାଲକାଟ, ପାଳସାକୁଦର ଆଦି ଗାଁରେ ପଶି ପ୍ରାୟ ଦଶ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିରେ ହୋଇଥିବା ଫୁଲକୋବି, ବନ୍ଧାକୋବି ଓ ଟମାଟୋ ଆଦି ପନିପରିବାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଏହି ଅଞ୍ଚଳର ଚାଷୀ ମୁଖ୍ୟତଃ ବର୍ଷ ତମାମ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ହାତୀଙ୍କ ଉପଦ୍ରବ ପାଇଁ ସେମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିଛି।

ହାତୀ ଉପଦ୍ରବ

ହାତୀପଲଙ୍କୁ ଘଉଡାଇବା ପାଇଁ ଦେବଗଡ଼ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଥିଲେ ମଧ୍ୟ, ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ବରଂ ହାତୀଙ୍କ ଉପଦ୍ରବ ବିଭିନ୍ନ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଯାହା ବର୍ତ୍ତମାନ ବନବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଚାଷୀକୂଳଙ୍କ କ୍ଷୟକ୍ଷତିର ସଠିକ ଆକଳନ କରି ବନ ବିଭାଗ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।

ଦେବଗଡରୁ ସରୋଜ ସତପଥୀ, ଇଟିଭି ଭାରତ

Intro:ଦେବଗଡ଼ ଜିଲ୍ଲା ରେ ଥମୁନି ହାତୀ ଉପଦ୍ରବ । ଗତ କିଛିଦିନ ପୂର୍ବରୁ ହାତୀପଲ ରିଆମାଲ ରେଞ୍ଜ ର ବିଭିନ୍ନ ଅଞ୍ଚଳ ରେ ବ୍ୟାପକ କ୍ଷୟ କ୍ଷତି ଘଟାଇ ଆସିଥିବା ବେଳେ , ଗତକାଲି ପୁଣି ଏକ ହାତୀପଲ ଦେବଗଡ଼ ରେଞ୍ଜ ଅଧିନ ନିକ୍ତିମାଳ ଗାଁ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ପନିପରିବା ଫସଲ ନଷ୍ଟ କରିଥିବା ଜଣାଯାଇଛି ।

Body:ଦେବଗଡ଼ ଜିଲ୍ଳା ରେ ହାତୀ ଉପଦ୍ରବ ଦିନକୁଦିନ ଅସହ୍ୟ ହେବାରେ ଲାଗିଛି । ହାତୀ ଉପଦ୍ରବ ଯୋଗୁଁ ବିଶେଷ କରି ଜିଲ୍ଲାର ଚାଷୀକୁଳ ନାହିଁ ନଥିବା କ୍ଷତି ସହି ଆସୁଛନ୍ତି । ଗତକାଲି ରାତିରେ ଏକ ୩୦ ଜଣିଆ ହାତୀପଲ ଦେବଗଡ଼ ରେଞ୍ଜ ଅଧିନ ନିକ୍ତିମାଳ ଗାଁ ରେ ବ୍ୟାପକ କ୍ଷୟ କ୍ଷତି ଘଟାଇ ଥିବା ଜଣାଯାଇଛି । ହାତୀପଲ ନିକ୍ତିମାଳ ଗାଁ ସମେତ ଆଖପାଖ ଅଂଚଳ ତଥା ଗଜୁରିବଣି , କାଲକାଟ , ପାଳସାକୁଦର ଆଦି ଗାଁରେ ପଶି ଚାଷୀ ଙ୍କ ପ୍ରାୟ ଦଶ ଏକର ରୁ ଉର୍ଦ୍ଧ୍ୱ ବଗିଚା ରେ ହୋଇଥିବା ଫୁଲକୋବି , ବନ୍ଧାକୋବି ଓ ଟମାଟୋ ଆଦି ପନିପରିବା ଚାଷ ସମ୍ପୁର୍ଣ୍ଣ ନଷ୍ଟ କରି ପକାଇଛନ୍ତି ।

ଏହି ଅଂଚଳରେ ଗରିବ ଶ୍ରେଣୀ ର ଚାଷୀ ମୁଖ୍ୟତଃ ବନ୍ଧାକୋବି , ଫୁଲକୋବି , ଟମାଟୋ ଆଦି ଚାଷ କରି ଓ ସେସବୁ ଦେବଗଡ଼ ବଜାର ରେ ବିକ୍ରୟ କରି ବର୍ଷ ତମାମ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ଗତକାଲି ୩୦ ଜଣିଆ ହାତୀପଲ ଆସି ଏ ସମସ୍ତ ଗ୍ରାମ ରେ ହୋଇଥିବା ପନିପରିବା ଖାଇବା ସହିତ ମାଡିଦଳି ସମ୍ପୁର୍ଣ୍ଣ ଭାବେ ନଷ୍ଟ କରି ପକାଇଛନ୍ତି । ଫଳରେ ଏନେଇ ଚାଷୀକୁଳ ବିପୁଳ କ୍ଷତି ସହିଥିବା ବେଳେ , ଫସଲ ଉଜୁଡି ଯିବା ଚିନ୍ତାରେ ମୁଣ୍ଡରେ ହାତଦେଇ ବସି ରହିଛନ୍ତି ।

Conclusion:ହାତୀପଲ ଙ୍କୁ ଘଉଡାଇବା ପାଇଁ ଦେବଗଡ଼ ବନ ବିଭାଗ ପକ୍ଷରୁ ଯେତେ ଯେକୌଣସି ପ୍ରକାରେ ଉଦ୍ୟମ କରାଯାଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୋୖଣସି ସୁଫଳ ମିଳିପାରିନାହିଁ । ବରଂ ହାତୀ ଉପଦ୍ରବ ଗୋଟିଏ ପରେ ଗୋଟିଏ ଅଂଚଳ କୁ ବ୍ୟାପିବାରେ ଲାଗିଛି । ଯାହାକି ବନବିଭାଗ ପାଇଁ ମୁଣ୍ଡବ୍ୟଥା ର କାରଣ ହୋଇଛି । ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଚାଷିକୂଳ ଙ୍କ କ୍ଷୟ କ୍ଷତି ର ସଠିକ ଆକଳନ କରି ବନ ବିଭାଗ ଉପଯୁକ୍ତ କ୍ଷତିପୂର୍ଣ ଦେବାକୁ ସାଧାରଣରେ ଦାବି ହେଉଛି ।

Byte 1 - କ୍ଷୀରୋଦ ବିହାରୀ ସାହୁ ( ଚାଷୀ , ନିକ୍ତିମାଳ )
Byte 2 -. ଗୌତମ ରାଉଳ ( ଚାଷୀ , ନିକ୍ତିମାଳ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.