ETV Bharat / state

କୋଳ ଖାଲି କରିଦେଲା ବିଷଧର ସାପ, ଆଖି ବୁଜିଲେ ଦୁଇ ନାବାଳକ ଭାଇ - ସାପକାମୁଡାରେ ଦୁଇ ନାବାଳକଙ୍କ ମୃତ୍ୟୁ

ରାତିରେ ଶୋଇଥିବା ବେଳେ ସାପକାମୁଡାରେ ଦୁଇ ନାବାଳକ ଭାଇଙ୍କର ମୃତ୍ୟୁ ହୋଇଛି । ଦେବଗଡ ଜିଲ୍ଲା ଜାଙ୍ଗିଲିକୁଦରୁ ଆସିଛି ଏପରି ଦୁଃଖଦ ଖବର । ଅଧିକ ପଢନ୍ତୁ

ସାପ କାମୁଡ଼ାରେ 2 ଭିନ୍ନକ୍ଷମ ନାବାଳକ ଶିଶୁପୁତ୍ରଙ୍କ ମୃତ୍ୟୁ
snake bite death
author img

By

Published : Jul 25, 2023, 10:52 AM IST

Updated : Jul 25, 2023, 12:57 PM IST

ସାପକାମୁଡାରେ ଦୁଇ ଭାଇ ମୃତ

ଦେବଗଡ: କୋଳ ଖାଲି କରିଦେଲା ସାପ । ବର୍ଷା ଦିନରେ ଭୟ ବଢାଇଛି ସାପ । ପୁଣି ଜୀବନ ନେଲା ବିଷଧର ସାପ । ରାତିରେ ଶୋଇଥିବା ବେଳେ ସାପ କାମୁଡାରେ ଦୁଇ ନାବାଳକ ଭାଇଙ୍କର ମୃତ୍ୟୁ ହୋଇଛି । ଦେବଗଡ ଜିଲ୍ଲା ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ଏହି ଅଘଟ ଘଟିଛି । ଘର ଚଟାଣରେ ଶୋଇଥିବା ବେଳେ ବିଷଧର ଚିତି ସାପ କାମୁଡାରେ ଦୁଇ ନାବାଳାକଙ୍କ ଜୀବନ ଦୀପ ଲିଭି ଯାଇଛି ।

ଏହା ବି ପଢନ୍ତୁ...Snake Bite Death: କୋଚିଂ ସେଣ୍ଟରରେ ଶୋଇଥିଲେ ଦଂଶିଲା ବିଷଧର ସାପ, ଆଖି ବୁଜିଲେ 3 ଛାତ୍ରଛାତ୍ରୀ

ସୂଚନା ଅନୁଯାୟୀ, ଜାଙ୍ଗିଲିକୁଦର ଗାଁର ସର୍ବେଶ୍ଵର ଦେହୁରୀଙ୍କ ବଡ଼ ପୁଅ ଗୌରାଙ୍ଗ (୧୪) ଓ ସାନ ପୁଅ ସୌଭାଗ୍ୟ(୮) ଗତକାଲି ରାତିରେ ଖାଇ ସାରି ପରିବାର ସଦସ୍ୟଙ୍କ ସହିତ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ଗୌରାଙ୍ଗ ଓ ସୌଭାଗ୍ଯଙ୍କୁ କାମୁଡି ଦେଇଥିଲା । ବାପା ସର୍ବେଶ୍ଵର ସେମାନଙ୍କୁ ସାପ କାମୁଡି ଥିବା ଜାଣିବା ପରେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସାନଭାଇ ସୌଭାଗ୍ୟଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ବଡ ଭାଇ ଗୌରାଙ୍ଗର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଥିଲା । ଖବରପାଇ ଦେବଗଡ ଥାନା ପୋଲିସ ମୃତଦେହ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଇ ପୁଅକୁ ହରାଇ ଅବାକ ହୋଇଛି ପରିବାର । ଜାଙ୍ଗିଲିକୁଦର ଗାଁରେ ଏକ ଶୋକର ଛାୟା ଖେଳାଯାଇଛି ।

ଏହା ବି ପଢନ୍ତୁ...ସାପ କାମୁଡ଼ାରେ ୩ ଶିଶୁ ମୃତ; ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ଦାୟୀ କଲା ବିଜେପି

ଦେବଗଡ଼ ଜିଲ୍ଲାରେ ବିଗତ କିଛିବର୍ଷ ହେଲା ସାପକାମୁଡ଼ା ଜନିତ ମୃତ୍ୟୁସଂଖ୍ୟା ଉଦବେଗ ଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଜନ ସଚେତନତା ଅଭାବରୁ ଲୋକେ ତୁରନ୍ତ ଡାକ୍ତରୀ ଚିକିତ୍ସା ନକରି ଝଡ଼ାଫୁଙ୍କା ଓ ଦେଶୀ ଉପଚାର ଉପରେ ଗୁରୁତ୍ୱ ଦେଉଥିବାରୁ ଅକାଳରେ ଅନେକ ଜୀବନ ଦୀପ ଲିଭି ଯାଉଥିବା କୁହାଯାଉଛି । ଏ ଦିଗରେ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ପ୍ରକାଶଥାଉ କି, ଜୁଲାଇ 23 ତାରିଖରେ ସାପ କାମୁଡାରେ 3 ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ନିଶ୍ଚିନ୍ତପୁର ଜାଲି ଅଞ୍ଚଳରେଏକ କୋଚିଂ ସେଣ୍ଟରରେ 4 ଜଣ ଛାତ୍ରଛାତ୍ରୀଙ୍କୁ ସାପ କାମୁଡ଼ିଥିଲା । ସେଥିରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ଜଣେ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ବର୍ଷା ଦିନ ଆସିଲେ ସାପକାମୁଡ଼ା ଜନିତ ଘଟଣା ଘଟିଥାଏ । ବିଶେଷ କରି ବର୍ଷା ଦିନେ ସାପ ପ୍ରତି ସତର୍କତା ଅବଲମ୍ବନ କଲେ ଏପରି ଅଘଟଣ ଘଟିବ ନାହିଁ ।

ଇଟିଭି ଭାରତ, ଦେବଗଡ

Last Updated : Jul 25, 2023, 12:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.