ETV Bharat / state

କାଳବୈଶାଖୀ ତାଣ୍ଡବରେ ବିପର୍ଯ୍ୟସ୍ତ ଦେବଗଡ - କାଳବୈଶାଖୀ

ରିଆମାଳ ବ୍ଲକରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ। ଶନିବାର ଅପରାହ୍ନରେ ରିଆମାଳ ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।

debgarh latest news, thunder storm in debagarh, thunder storm, weather in debagarh, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌, ଦେବଗଡରେ କାଳବୈଶାଖୀ, କାଳବୈଶାଖୀ, ଦେବଗଡରେ ପାଣିପାଗ
କାଳବୈଶାଖୀ ତାଣ୍ଡବରେ ବିପର୍ଯ୍ୟସ୍ତ ଦେବଗଡ
author img

By

Published : May 17, 2020, 8:05 PM IST

ଦେବଗଡ: ରିଆମାଳ ବ୍ଲକରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ। ଶନିବାର ଅପରାହ୍ନରେ ରିଆମାଳ ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ଶନିବାର ଅପରାହ୍ନରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ରିଆମାଳ, ଆଡସ, ତାରଙ୍ଗ, ଟୁହିଲାମାଲ, ନାଉଳିପଡା, ବୁଡିଡୋ ଓ ମଲେହିପଡା ଆଦି 7 ଖଣ୍ଡ ପଞ୍ଚାୟତର ବିଭିନ୍ନ ଗାଁରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା ।

କାଳବୈଶାଖୀ ତାଣ୍ଡବରେ ବିପର୍ଯ୍ୟସ୍ତ ଦେବଗଡ

ପ୍ରାୟ ଘଣ୍ଟାଏ ଧରି ପ୍ରବଳ ବେଗରେ ପବନ ବୋହିବା ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା । ଫଳରେ ରାସ୍ତା ଉପରେ ବଡ ବଡ ଗଛ ଭାଙ୍ଗି ପଡିବା ସହିତ ଶତାଧିକ ସଂଖାରେ ଘରର ଛାତ ଉଡି ଯାଇଥିଲା । ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଓ ତାର ରାସ୍ତା ଉପରେ ଓହଳି ପଡ଼ିଥିବାରୁ ସମଗ୍ର ଅଞ୍ଚଳରର ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ବିଶେଷ କରି ବହୁ ସଂଖାରେ ଗରିବ ଲୋକଙ୍କ ଘରଦ୍ବାର ଓ ଖାଦ୍ୟ ଶସ୍ୟ ନଷ୍ଟ ହୋଇଯିବାରୁ ସେମାନେ ପଲିଥିନ ତଳେ ଭୋକ ଉପାସରେ ରାତି ବିତାଇଛନ୍ତି ।

ଅନ୍ୟପଟେ କାଳବୈଶାଖୀ ତାଣ୍ଡବରେ ଏହି ସବୁ ପଞ୍ଚାୟତରେ ଥିବା କ୍ବାରେଣ୍ଟାଇନ ସେଣ୍ଟରଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେଣ୍ଟର ଗୁଡିକରେ ବିଦ୍ୟୁତ ଓ ପାନୀୟଜଳ ସଂଯୋଗ ବିଛିନ୍ନ ହୋଇଥିବାରୁ ସେଠାରେ ଥିବା ଅନ୍ତେବାସୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ରିଆମାଳ ବ୍ଲକର ବିଭିନ୍ନ ଅଂଚଳରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.