ETV Bharat / state

ଦେବଗଡ଼ରେ ଲକଡାଉନ ଜାରି, ସମସ୍ତ ପ୍ରବେଶ ପଥ ସିଲ - ସମସ୍ତ ପ୍ରବେଶ ପଥ ସିଲ

ଦେବଗଡ଼ରେ ଲକଡାଉନ ଜାରି । ଗ୍ରାମାଞ୍ଚଳର ଲୋକ ବି ସଚେତନ । ଗାଁର ସମସ୍ତ ପ୍ରବେଶ ପଥକୁ ସିଲ କଲେ ଅଞ୍ଚଳବାସୀ । ଅଧିକ ପଢନ୍ତୁ....

The lockdown continues in Devgarh, sealing all entrances
ଦେବଗଡ଼ରେ ଲକଡାଉନ ଜାରି
author img

By

Published : Apr 5, 2020, 7:41 PM IST

ଦେବଗଡ଼: କୋରୋନା ମହାମାରୀ ରୂପ ନେଇଥିବା ବେଳେ ସଂକ୍ରମଣର ମୁକାବିଲା ପାଇଁ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଲାକଡାଉନର ପ୍ରଭାବ ପରିଲକ୍ଷିତ ହୋଇଛି ଦେବଗଡ଼ ଜିଲ୍ଲାରେ । ଗାଁ ଠୁ ସହର ସବୁଠି ଲୋକେ କୋରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ଲାକଡାଉନ କଟକଣା କୁ ମାନି ଆସୁଛନ୍ତି । କାଁ ଭାଁ କେତେକ ଅଞ୍ଚଳକୁ ବାଦ ଦେଲେ ଜିଲ୍ଲା ସଦର ମହକୁମା ସମେତ ଅଧିକାଂଶ ଗ୍ରାମାଞ୍ଚଳରେ ଲୋକେ ସଂକ୍ରମଣର ଭୟାବହତା ନେଇ ସଚେତନ ଥିବାବେଳେ, ସରକାରଙ୍କ ଲାକଡାଉନ କଟକଣା କୁ ସମ୍ପୂର୍ଣ ରୂପେ ପାଳନ କରି ଆସୁଥିବା ଦେଖାଯାଇଛି ।

ଦେବଗଡ଼ରେ ଲକଡାଉନ ଜାରି

ବିଶେଷକରି ବିଭିନ୍ନ ଗ୍ରାମାଞ୍ଚଳର ଲୋକେ ନିଜ ନିଜ ଗାଁର ସମସ୍ତ ପ୍ରବେଶ ପଥକୁ କାଠ ଓ ବାଉଁଶ ପକାଇ ସିଲ କରି ଦେଇଛନ୍ତି । ଯାନବାହନ ଚଳାଚଳକୁ ବାରଣ କରାଯିବା ସହିତ ବାହାର ଲୋକେ ଯେଭଳି ଗାଁ କୁ ପ୍ରବେଶ କରି ନପାରିବେ ସେଥିପାଇଁ ଗାଁ ରାସ୍ତାକୁ ସିଲ କରି ଦିଆଯାଇଛି । ଏଥିସହିତ ଗ୍ରାମବାସୀ ନିଜନିଜ ଘରେ ରହିବା ସଙ୍ଗେସଙ୍ଗେ ସାମାଜିକ ଦୁରତା ରକ୍ଷା କରି ଆସୁଛନ୍ତି । ଅନ୍ୟପକ୍ଷେ , ସଂକ୍ରମଣର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ନିଆ ଯାଇଥିବା ବେଳେ, ଲାକଡାଉନ ସମୟରେ ଲୋକଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥି , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.