ETV Bharat / state

ଆବର୍ଜନା ପାଣିରେ ପଡି ଶିଶୁପୁତ୍ର ମୃତ - ଆବର୍ଜନା ପାଣିରେ ପଡି ଶିଶୁପୁତ୍ର ମୃତ

ବାରକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମରେ ଆଜି(ଶନିବାର) ଏକ ଦେଢ ବର୍ଷର ଶିଶୁପୁତ୍ର ଘରେ ଖେଳୁଥିବା ବେଳେ ଘରର ଆବର୍ଜନା ପାଣି ଥିବା ଏକ କୁଣ୍ଡରେ ପଡି ମୃତ୍ୟୁବରଣ କରିଥିବା ଜଣାଯାଇଛି । ଅଧିକ ପଢନ୍ତୁ...

The baby boy died after falling into the Waste water
ଆବର୍ଜନା ପାଣିରେ ପଡି ଶିଶୁପୁତ୍ର ମୃତ
author img

By

Published : Mar 13, 2021, 9:49 PM IST

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମରେ ଆଜି(ଶନିବାର) ଏକ ଦେଢ ବର୍ଷର ଶିଶୁପୁତ୍ର ଘରେ ଖେଳୁଥିବାବେଳେ ଘରର ଆବର୍ଜନା ପାଣି ଥିବା ଏକ କୁଣ୍ଡରେ ପଡି ମୃତ୍ୟୁବରଣ କରିଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ଗୋପପୁର ଗ୍ରାମର ସିନୁ ମହନ୍ତଙ୍କ ଦେଢ ବର୍ଷର ଶିଶୁପୁତ୍ର କ୍ରିଷ୍ଣା ଆଜି ଘର ଅଗଣାରେ ଖେଳୁଥିବାବେଳେ ଘର ଅଗଣାରେ ଥିବା ଏକ ଆବର୍ଜନା କୁଣ୍ଡରେ ପଡିଯାଇଥିଲା । କିଛି ସମୟ ପରେ ପରିବାର ଲୋକେ କ୍ରିଷ୍ଣାକୁ ଖୋଜାଖୋଜି କରିବା ପରେ ଆବର୍ଜନା କୁଣ୍ଡରେ ସେ ପଡିଥିବା ଦେଖି ଉଦ୍ଧାର କରିଥିଲେ ।

The baby boy died after falling into the Waste water
ଆବର୍ଜନା ପାଣିରେ ପଡି ଶିଶୁପୁତ୍ର ମୃତ

ଗୁରୁତର ଅବସ୍ଥାରେ ପରିବାର ଲୋକେ ଶିଶୁପୁତ୍ରଟିକୁ ବାରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଦେବଗଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଦେବଗଡ଼ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦେବଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.