ETV Bharat / state

କାଳବୈଶାଖୀରେ ଉଜୁଡିଲା ସୂର୍ଯ୍ୟମୁଖୀ ଚାଷ

author img

By

Published : Apr 23, 2020, 10:20 AM IST

କୋରୋନା ପରେ ଏବେ କାଳବୈଶାଖୀ ଭାଙ୍ଗିଦେଇଛି ସୂର୍ଯ୍ୟମୁଖୀ ଚାଷୀଙ୍କ ଚାଷ । ଅଧିକ ସୂଚନା ପାଇଁ ପଢନ୍ତୁ...

Sunflower cultivation was destroyed in the rainstrom in deoghar
କାଳବୈଶାଖୀରେ ଉଜୁଡିଲା ସୂର୍ଯ୍ୟମୁଖୀ ଚାଷ

ଦେବଗଡ: କାଳବୈଶାଖୀର ତାଣ୍ଡବରେ ଉଜୁଡିଗଲା ଏକର ଏକର ପରିମିତ ଜମିରେ ହୋଇଥିବା ସୂର୍ଯ୍ୟମୁଖୀ ଚାଷ । ମୁଣ୍ଡରେ ହାତଦେଇ ବସିରହିଛନ୍ତି ଦେବଗଡ଼ ଜିଲା ତିଳେଇବନି ବ୍ଲକ କଲଣ୍ଡା ପଂଚାୟତ ର ଶତାଧିକ ସୂର୍ଯ୍ୟମୁଖୀ ଚାଷୀ । ପ୍ରଥମେ କରନା ମହାମାରୀ ଆତଙ୍କ ସୂର୍ଯ୍ୟମୁଖୀ ଚାଷକାର୍ଯ୍ୟ କୁ ପ୍ରଭାବିତ କରିଥିବା ବେଳେ , ଗତକାଲି କାଳବୈଶାଖୀ ତାଣ୍ଡବ ସୂର୍ଯ୍ୟମୁଖୀ ଚାଷୀ ଙ୍କ ପାଇଁ ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି । ଚଳିତ ବର୍ଷ ଦେବଗଡ଼ ଜିଲା ତିଳେଇବଣି ବ୍ଲକ ର କଲଣ୍ଡା , ବଲଣ୍ଡା ଓ ଝାତକିପଶି ଆଦି ଗାଁରେ ଚାଷୀମାନେ ପ୍ରାୟ 100 ଏକରୁ ଉର୍ଦ୍ଧ ଚାଷଜମିରେ ସୂର୍ଯ୍ୟମୁଖୀ ଚାଷ କରିଥିଲେ ।

ମାତ୍ର ଗତକାଲି ସକାଳେ ଓ ସଂନ୍ଧ୍ୟାରେ ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ହୋଇଥିଲା । ଫଳରେ ଏ ଅଂଚଳରେ ହୋଇଥିବା ସୂର୍ଯ୍ୟମୁଖୀ ଚାଷ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । କାଳବୈଶାଖୀ ପ୍ରଭାବରେ ଏ ଅଞ୍ଚଳର ପ୍ରାୟ 50 ଏକର ରୁ ଉର୍ଦ୍ଧ ଚାଷଜମି ରେ ହୋଇଥିବା ସୂର୍ଯ୍ୟମୁଖୀ ଗଛ ଗୁଡିକ ଭାଙ୍ଗି ମାଟିରେ ମିଶି ଯାଇଛି । ଚାଷଜମିରେ ବର୍ଷାପାଣି ଜମି ରହିଥିବାରୁ ଅମଳ ହେବାକୁ ଥିବା ସୂର୍ଯ୍ୟମୁଖୀ ପାଣିରେ ପଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଆଉ କିଛିଦିନ ମଧ୍ୟରେ ସୂର୍ଯ୍ୟମୁଖୀ ଅମଳ କରିବାକୁ ଚାଷୀକୁଳ ଆଶାବାନ୍ଧି ବସିଥିବା ବେଳେ କାଳବୈଶାଖୀରେ ଚାଷୀକୁଳଙ୍କ ସମସ୍ତ ଆଶା କୁ ପାଣିରେ ମିଳାଇ ଦେଇଛି । ଫଳରେ ଧାର କରଜ କରି ସୂର୍ଯ୍ୟମୁଖୀ ଚାଷ କରିଥିବା ଏ ଅଞ୍ଚଳର ଶତାଧିକ ଗରିବ ଶ୍ରେଣୀ ଚାଷୀ ମୁଣ୍ଡରେ ହାତଦେଇ ବସିରହିଛନ୍ତି । ଜିଲାରେ କାଳବୈଶାଖୀ ଯୋଗୁଁ କ୍ଷୟକ୍ଷତି ହୋଇଥିବା ସୂର୍ଯ୍ୟମୁଖୀ ଚାଷ ର ସଠିକ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ଚାଷୀକୁଳ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.