ETV Bharat / state

ବିଷାକ୍ତ ଛତୁ ଖାଇ ପରିବାରର ପାଞ୍ଚ ଜଣ ଅସୁସ୍ଥ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମରେ ବିଷାକ୍ତ ଜଙ୍ଗଲି ଛତୁ ଖାଇ ପରିବାରର ପାଞ୍ଚଜଣ ଗୁରୁତର ଅସୁସ୍ଥ । ସେମାନଙ୍କୁ ଦେବଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ସ୍ୟାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅଧିକ ପଢନ୍ତୁ

author img

By

Published : Aug 30, 2022, 10:38 PM IST

ବିଷାକ୍ତ ଛତୁ ଖାଇ  ପରିବାରର ପାଞ୍ଚଜଣ ଅସୁସ୍ଥ
ବିଷାକ୍ତ ଛତୁ ଖାଇ ପରିବାରର ପାଞ୍ଚଜଣ ଅସୁସ୍ଥ

ଦେବଗଡ: ବିଷାକ୍ତ ଜଙ୍ଗଲି ଛତୁ ( Poisonous Mushroom ) ଖାଇ ପରିବାରର ପାଞ୍ଚ ଜଣ ଗୁରୁତର ଅସୁସ୍ଥ ( Serious 5 Family Members ) । ସମସ୍ତ ଅସୁସ୍ଥଙ୍କୁ ଦେବଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ସ୍ୟାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମରେ ।

ବିଷାକ୍ତ ଛତୁ ଖାଇ ପରିବାରର ପାଞ୍ଚଜଣ ଅସୁସ୍ଥ

ରିଆମାଳ ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମର ବିନୋଦ ଧୀବର ଗତକାଲି ଜଙ୍ଗଲକୁ ଯାଇଥିବା ବେଳେ ବାଉଁଶ ବୁଦା ମୂଳରେ ଫୁଟିଥିବା କିଛି ଛତୁ ତୋଳି ଆଣିଥିଲେ । ପରେ ପୁରା ପରିବାର ମଧ୍ୟାହ୍ନ ଭୋଜନରେ ଜଙ୍ଗଲରୁ ଆଣିଥିବା ଛତୁ ଖାଇଥିଲେ । ଅପରାହ୍ନ ସମୟରେ ଛତୁ ଖାଇଥିବା ସମସ୍ତଙ୍କର ଝାଡା ଓ ବାନ୍ତି ଆରମ୍ଭ ହୋଇଥିଲା ଓ ରାତି ବେଳକୁ ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏହି ଘଟଣା ଜଣାପଡିବା ପରେ ଗତକାଲି ବିଳମ୍ବିତ ରାତ୍ରିରେ ଗାଁର କେତେକ ସହୃଦୟ ବ୍ୟକ୍ତି ମିଶି ସମସ୍ତ ଅସୁସ୍ଥଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଛତୁ ଖାଇ ଅସୁସ୍ଥଙ୍କ ମଧ୍ୟରେ ବିନୋଦ ଧୀବର (34), ତାଙ୍କ ସ୍ତ୍ରୀ ଝୁନୁ ଧୀବର (27), ବିନୋଦଙ୍କ ମାଆ ସାଇ ଧୀବର(65), ବିନୋଦଙ୍କ ଦୁଇ ସନ୍ତାନ ମାନସ ଧୀବର (5) ଓ ସୁମନ ଧୀବର (3) ରହିଛନ୍ତି । ଅସୁସ୍ଥ ହୋଇଥିବା ସମସ୍ତଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ସେମାନଙ୍କ ସ୍ୟାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଭାବରେ ନିକଟରେ ଦେବଗଡ ତିଲେଇବଣି ବ୍ଲକ ଅନ୍ତର୍ଗତ ଛେପଲିପାଲି ଗ୍ରାମର ଗୋଟିଏ ପରିବାରର ୭ ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇପଡିଥିଲେ । ଗୁରୁତର ଅସୁସ୍ଥ ମାନେ ହେଲେ ଛେପଲିପାଲି ଗ୍ରାମର ହରିଜନପଡା ସାହିର ରମେଶ ମହାନନ୍ଦ(୬୫), ତାଙ୍କ ତ୍ସୀ କେର ମହାନନ୍ଦ (୬୦), ପୁଅ ହୃଷିକେଶ ମହାନନ୍ଦ (୨୩), ଝିଅ ଅଞ୍ଜନା ଭୋଜ (୪୫), ନାତୁଣୀ ପଲ୍ଲୀ ଭୋଜ (୨୦), ନାତି ଚଇତୁ ଭୋଜ (୧୮), ଭୁଲୁ ଭୋଜ (୧୫) । ସୂଚନା ଅନୁଯାୟୀ, ଛେପଲିପାଲି ଗ୍ରାମର ରମେଶ ମହାନନ୍ଦଙ୍କ ବାଡିରେ ବାଉଁଶ ଗଛ ମୂଳରେ କିଛି ଛତୁ ଫୁଟିଥିଲା । ପୂର୍ବାହ୍ନ ସମୟରେ ରମେଶ ଛତୁ ତୋଳି ଆଣିବା ପରେ ଘରେ ରୋଷେଇ କରାଯାଇଥିଲା । ତେବେ ଛତୁ ଖାଇବା ପରେ ରମେଶ, ତାଙ୍କ ସ୍ତ୍ରୀ କେର, ପୁଅ ହୃଷିକେଶ , ଝିଅ ଅଞ୍ଜନା, ନାତି ଚଇତୁ , ଭୁଲୁ ଓ ନାତୁଣୀ ପଲ୍ଲୀ ବାନ୍ତି କରିବା ସହିତ ଅସୁସ୍ଥତା ଅନୁଭବ କରିଥିଲେ। ତେବେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେହିପରି ଭାବରେ ସମ୍ବଲପୁରର କ୍ଷେତରାଜପୁର ଥାନା ସନ୍ନିକଟସ୍ଥ ମନ୍ଦଲିଆ ଅଞ୍ଚଳରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିଲେ । ମନ୍ଦଲିଆ ନିବାସୀ ଦାସ ପରିବାରର ଲୋକେ ଶନିବାର ମଧ୍ୟାହ୍ନ ସମୟରେ ଛତୁ ଖାଇବାର କିଛି ସମୟରେ ପରେ ଅଚାନକ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ସେମାନଙ୍କୁ ଝାଡା ବାନ୍ତି ହେବା ସହିତ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତୁରନ୍ତ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.