ETV Bharat / state

ଟିକାକେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ, କୋଭିଡ ନିୟମକୁ ଫୁ

author img

By

Published : May 6, 2021, 5:41 PM IST

କୋରୋନା ସଂକ୍ରମଣ ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ସାମୂହିକ ଟୀକାକରଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି । ଏହି କ୍ରମରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାଦାନ କାର୍ଯ୍ୟକ୍ରମ ଜାରି ରହିଛି । ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ପ୍ରତିଯୋଗିତା ଯୋଗୁଁ ଟିକାକେନ୍ଦ୍ରରେ କୋଭିଡ ନିୟମ ଉଲଂଘନ ହେଉଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

social-distance-failed-at-vaccination-centre-in-Deogarh
ଟିକାକେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ, କୋଭିଡ ନିୟମକୁ ଫୁ

ଦେବଗଡ଼: ସାରା ଦେଶରେ କୋରୋନା ସଂକ୍ରମଣର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୀକାକରଣ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରାଯାଉଥିବାବେଳେ ଟୀକା ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ପ୍ରତିଯୋଗିତା ଯୋଗୁଁ ଟିକାକେନ୍ଦ୍ରରେ କୋଭିଡ ନିୟମ ଉଲଂଘନ ହେଉଥିବା ଦେଖାଯାଇଛି ।

କୋରୋନା ସଂକ୍ରମଣ ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ସାମୂହିକ ଟୀକାକରଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି । ଏହି କ୍ରମରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାଦାନ କାର୍ଯ୍ୟକ୍ରମ ଜାରି ରହିଛି । ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଟିକାକେନ୍ଦ୍ରରେ ପ୍ରତିଦିନ ଭୋର ସକାଳୁ ଲୋକେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହୁଛନ୍ତି । କିଏ ଆଗ ଟିକା ନେବ, ସେନେଇ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳୁଛି । ଫଳରେ ଟିକାନେବା ପାଇଁ ଟିକାକେନ୍ଦ୍ରକୁ ଆସୁଥିବା ଅଧିକାଂଶ ଲୋକ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଉଛନ୍ତି ।

ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ପରାମର୍ଶ ଦିଆଯାଉଥିଲେ ସୁଦ୍ଧା, ଟିକାକେନ୍ଦ୍ରରେ ଏହା କେବଳ ଏକ ପ୍ରହସନରେ ପରିଣତ ହୋଇଛି । ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସକୁ ଅନେକ ସମୟରେ ନାକେଦମ ହେବାକୁ ପଡୁଛି । ଯଦ୍ବାରା ଜିଲ୍ଲାରେ କୋରୋନା ସଂକ୍ରମଣ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି ।

ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଟିକାକେନ୍ଦ୍ରରେ ଲୋକଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷା କରିବାକୁ ସଚେତନ ମହଲରେ ଦାବି ହେଉଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.