ETV Bharat / state

ନାଳରୁ ଅସୁସ୍ଥ ମାଈ ହାତୀ ଉଦ୍ଧାର

ଏକ ନାଳରୁ ଅସୁସ୍ଥ ମାଈହାତୀକୁ ଉଦ୍ଧାର କଲା ଦେବଗଡ଼ ବନବିଭାଗ । ତେବେ ଅଧିକ ବୟସ କାରଣରୁ ମାଇହାତୀଟି ଅସୁସ୍ଥ ହୋଇ ଚଳପ୍ରଚଳ କରିପାରୁନଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Dec 2, 2020, 7:39 AM IST

Sick elephant rescued from a canal in Deogarh range
ଦେବଗଡ଼ ରେଞ୍ଜର ଏକ ନାଳରୁ ଅସୁସ୍ଥ ମାଇହାତୀ ଉଦ୍ଧାର

ଦେବଗଡ଼: ଏକ ନାଳରୁ ଅସୁସ୍ଥ ମାଇହାତୀକୁ ଉଦ୍ଧାର କଲା ଦେବଗଡ଼ ବନବିଭାଗ । ସୂଚନା ଅନୁଯାୟୀ, ଗତ ଦୁଇଦିନ ପୂର୍ବରୁ ଦେବଗଡ଼ ରେଞ୍ଜ କଂସର ସେକ୍ସନ ଅଧିନ ବିରିଆମ ଗାଁ ନିକଟ ନାଳରେ ଏକ ମାଇହାତୀ ଶୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମାତ୍ର ହାତୀଟି ଚଳପ୍ରଚଳ କରି ପାରୁନଥିବା ଦେଖି ସ୍ଥାନୀୟ ଲୋକେ ଦେବଗଡ଼ ବନବିଭାଗକୁ ଖବର ଦେଇଥିଲେ ।

ଦେବଗଡ଼ ବନବିଭାଗ ଖବର ପାଇବା ପରେ ଡିଫଓ କ୍ଷମା ସଢଙ୍ଗୀ,ରେଞ୍ଜ ଅଫିସର ଦେବଦତ୍ତ ନନ୍ଦ, ସ୍ଥାନୀୟ ଫରେଷ୍ଟର ପ୍ରସନ୍ନ ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଅସୁସ୍ଥ ମାଇହାତୀର ଚିକିତ୍ସା ଆରମ୍ଭ କରିଛନ୍ତି । ତେବେ ବୟସାଧିକ କାରଣରୁ ମାଇହାତୀଟି ଅସୁସ୍ଥ ହୋଇ ଚଳପ୍ରଚଳ କରିପାରୁନଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିବା ବେଳେ, ଅସୁସ୍ଥ ମାଈ ହାତୀଟିକୁ ସୁସ୍ଥ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛି ବନବିଭାଗ ।

ଦେବଗଡ଼ରୁ ସରୋଜ କୁମାର ଶତପଥୀ, ଇିଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.