ଦେବଗଡ: ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଦେବଗଡ଼ ଗସ୍ତ । ସ୍ଥାନୀୟ ନିଲବେର୍ଣ୍ଣି ସାହିରେ ଥିବା ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଏଚଏଡ଼ିଟି (HADT) ର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ।
ଦେବଗଡ ଜିଲ୍ଲାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଦେବଗଡ଼ ଗସ୍ତରେ କରିଛନ୍ତି । ଏକ ସାଧାରଣ ସଭାରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ମାରାଣ୍ଡି ଆଦିବାସୀ ଓ ହରିଜନ ଲୋକଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାର ଲୋକେ କିଭଳି ସୁଫଳ ପାଇବେ ସେନେଇ ପରାମର୍ଶ ଦେଇଥିଲେ । ଆଦିବାସୀ ଓ ହରିଜନ ଲୋକେ ଶିକ୍ଷାକୁ ପ୍ରାଥମିକତା ଦେଇ ନିଜନିଜ ପିଲାମାନଙ୍କୁ ପାଠ ପଢ଼ାଇ ମଣିଷ କରିବା ଦିଗରେ ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।
ଦେବଗଡ ଜିଲ୍ଲାର ହରିଜନ ଓ ଆଦବାସୀ ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ଜିଲ୍ଲାରେ ସ୍ବେଚ୍ଛାସେବୀ ସଂସ୍ଥା HADT କାର୍ଯ୍ୟ କରି ଆସୁଥିବାରୁ ସଂସ୍ଥାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାଧାରଣ ସଭାରେ ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା ଓ ହରିଜନ ଆଦିବାସୀ ଉନ୍ନୟନ ସଂସ୍ଥା ଅଧ୍ୟକ୍ଷ ଡ. ଉଇଲିୟମ ହେଣେଜଙ୍କ ସମେତ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ