ETV Bharat / state

ସୁଧୁରୁନି ରାଞ୍ଚି-ବିଜୟୱାଡା କରିଡ଼ରର ସମସ୍ୟା, ମରାମତି ଆଳରେ ମାଲାମାଲ ହେଉଛନ୍ତି ଯନ୍ତ୍ରୀ ଠିକାଦାର ! - ସରକାର ଦୃଷ୍ଟି ଦେବାକୁ ଦାବି

ଦେଓଗଡ଼ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ରାଜପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ରହିଥିବାବେଳେ ଅନେକ ଦୁର୍ଘଟଣା ଘଟୁଛି। ଅଧିକ ପଢନ୍ତୁ

road in deogarh is in dilapidated condition
ରାସ୍ତା ପାଲଟିଛି ମରଣଯନ୍ତା
author img

By ETV Bharat Odisha Team

Published : Sep 8, 2023, 3:41 PM IST

ରାସ୍ତା ପାଲଟିଛି ମରଣଯନ୍ତା

ଦେବଗଡ଼: ମରଣଯନ୍ତା ପାଲଟିଛି ରାଞ୍ଚି-ବିଜୟୱାଡ଼ା ରାଜପଥ । ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାନୀୟ କୁଜି ରାଜନେତା ଓ ଠିକାଦାର ଏହାର ମରାମତି କାର୍ଯ୍ୟ କରି ଆସୁଛନ୍ତି । ହେଲେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଫଳରେ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ରହିଥିବାବେଳେ ଅନେକ ଦୁର୍ଘଟଣା ଘଟୁଛି ।

ସେପଟେ ଧର୍ମକୁ ଆଖିଠାର ସଦୃଶ ମରାମତି କାମ କରି ମାଲାମାଲ ହେଉଛନ୍ତି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର । ଦେବଗଡ଼ ଜିଲ୍ଲା ଦେଇ ଅତିକ୍ରମ କରିଛି ରାଞ୍ଚି-ବିଜୟୱାଡା ରାଜପଥ । ଗତ 2016-17 ମସିହାଠାରୁ ଏହି ରାସ୍ତାରେ ଯାନବାହନ ଚଳାଚଳ କରି ଆସୁଛି । ଏହି ରାସ୍ତା ଉପରେ ଜିଲ୍ଲାର ସୁଗୁଡା, ଛେପଲିପାଲି, ଖିଲେଇ, ବାଘବର ଓ ପଳସମା ଆଦି 5ଟି ପଞ୍ଚାୟତର ଲୋକେ ନିର୍ଭର କରିବା ସହ ଝାରସୁଗୁଡା, କେନ୍ଦୁଝର ଓ ରାଉରକେଲାଠାରୁ ତାଳଚେର ଓ ଅନୁଗୋଳ ଆଦି ଶିଳ୍ପାଞ୍ଚଳକୁ ପ୍ରତିଦିନ ବହୁ ସଂଖ୍ୟାରେ ମାଲବାହୀ ଯାନବାହନ ଚଳାଚଳ କରିଥାଏ । ମାତ୍ର ବିଡ଼ମ୍ବନାର ବିଷୟ ଯେ, ଚଳିତ ବର୍ଷାଋତୁ ଆରମ୍ଭରୁ ଦେବଗଡ଼ଠାରୁ କରଲଗା ପର୍ଯ୍ୟନ୍ତ 43 କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି । ରାସ୍ତାର ଅଧିକାଂଶ ସ୍ଥାନରୁ ପିଚୁ ଉଠି ମେଟାଲ ପଦାକୁ ବାହାରି ପଡ଼ିବା ସହିତ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଛି ।

କେତେକ ବ୍ରିଜରୁ କଂକ୍ରିଟ ଉଠିଯାଇ ଛଡ଼ ସବୁ ପଦାକୁ ବାହାରି ପଡ଼ିଛି । ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ବର୍ଷାପାଣି ଭର୍ତ୍ତି ହୋଇ ରହୁଥିବାରୁ ଏଠାରେ ବହୁସଂଖ୍ୟାରେ ଦୁର୍ଘଟଣା ଘଟୁଛି । ଯାନବାହନଗୁଡ଼ିକ ଖାଲରେ ପଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି । ରାସ୍ତାଟି ବର୍ତ୍ତମାନ ଏକ ମରଣଯନ୍ତାରେ ପରିଣତ ହୋଇଥିବାବେଳେ ଏଠାରେ ଯାତାୟତ କରିବାକୁ ଲୋକେ ଆଉ ନିରାପଦ ମଣୁ ନାହାନ୍ତି । ଦେବଗଡ଼ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି ରାସ୍ତାଟି ବିଭିନ୍ନ ସମୟରେ ମରାମତି ହେଉଛି ସତ ହେଲେ ଅତ୍ୟନ୍ତ ନିମ୍ନ ମାନର କାମ କରି ଠିକାଦାର ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...କେବେ ସରିବ ପୁରୁଣା ଜଗନ୍ନାଥ ସଡକ କାମ ? କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ

ସମ୍ପୃକ୍ତ ଠିକାଦାରମାନେ ଏଷ୍ଟିମେଟ୍‌ ଅନୁଯାୟୀ ଏହାର ସ୍ଥାୟୀ ମରାମତି କାର୍ଯ୍ୟ ମାଟି ଓ ମୋରମ ପକାଇ ଦାୟିତ୍ବ ତୁଲାଇ ଦେଉଛନ୍ତି । ଏହାସହ ଅତି ନିମ୍ନମାନର ମେଟାଲ ଓ ଅଳ୍ପ ପିଚୁ ପକାଇ ଦେଇ ମରାମତି ଆଳରେ ଲକ୍ଷାଧିକ ଟଙ୍କା ମିଥ୍ୟା ବିଲ୍‌ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ବିପଦସଙ୍କୁଳ ଅବସ୍ଥାରେ ଥିବା ରାଞ୍ଚି-ବିଜୟୱାଡା ରାସ୍ତାର ସ୍ଥାୟୀ ମରାମତି ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏହି ରାଜପଥଟି ଜିଲ୍ଲା ମାନଚିତ୍ରରୁ ଯେ ନିଶ୍ଚିହ୍ନ ହୋଇଯିବ ଏଥିରେ ସନ୍ଦେହ ନାହିଁ । ତେଣୁ ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.