ETV Bharat / state

ପ୍ରକୃତି ଉପାସନାର ସ୍ଥଳ ପ୍ରଧାନପାଟ ଜଳପ୍ରପାତ - deogarh news

ଦେବଗଡ଼ ସହର ଠାରୁ ଉତ୍ତର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ପ୍ରଧାନପାଟ ପର୍ଯ୍ୟଟନସ୍ଥଳୀ ଅବସ୍ଥିତ। ପର୍ଯ୍ୟଟକଙ୍କ ଆଗମନକୁ ସ୍ବାଗତ କରିବାକୁ ପ୍ରକୃତିରାଣୀ ଏଠାରେ ନବବଧୂ ପରି ସଜାଇ ହୋଇଛି। ସୁଉଚ୍ଚ ଶିଖରରୁ ଖସି ପଡୁଥିବା ଝରଣାର ଜଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।

deogarh
ଫଟୋ ସୌଜନ୍ୟ: ପ୍ରତିନିଧି, ଦେବଗଡ
author img

By

Published : Dec 14, 2019, 3:58 PM IST

ଦେବଗଡ: ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହର ଠାରୁ ଉତ୍ତର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଏହି ପର୍ଯ୍ୟଟନସ୍ଥଳୀ ଅବସ୍ଥିତ। ପର୍ଯ୍ୟଟକଙ୍କ ଆଗମନକୁ ସ୍ବାଗତ କରିବାକୁ ପ୍ରକୃତିରାଣୀ ଏଠାରେ ନବବଧୂ ପରି ସଜାଇ ହୋଇଛି । ସୁଉଚ୍ଚ ଶିଖରରୁ ଖସି ପଡୁଥିବା ଝରଣାର ଜଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।

ଓଡିଶାର ପର୍ଯ୍ୟଟନ ସ୍ଥଳରେ ତାଲିକାରେ ସ୍ଥାନିତ ଏହି ସ୍ଥାନଟି ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଅବସ୍ଥିତ । ନିଘଞ୍ଚ ଜଙ୍ଗଲ ପରିବେଷ୍ଟିତ ସୁଉଚ୍ଚ ପର୍ବତ ଶିଖରରୁ ସପ୍ତକୁଣ୍ଡ ଦେଇ ପ୍ରାୟ ୮୦ ମିଟର ଉଚ୍ଚରୁ ଭୂପୃଷ୍ଠ ଉପରକୁ ଏଠାରେ ଝରିପଡୁଛି ପାହାଡୀ ଝରଣା। ଏହି ଜଳପ୍ରପାତର ପାଦଦେଶରେ ଅଧିଷ୍ଠିତ ହେଉଛନ୍ତି ଦେବଗଡ଼ର ଅଧିଷ୍ଠାତ୍ରୀ ଦେବୀ ପ୍ରଧାନ ପାଟେଶ୍ବରୀ। ଚାରିପଟେ ଘେରି ରହିଥିବା ବିଶାଳ ଶାଳବଣ ଓ ପାହାଡ଼ ସହିତ ନାନା କିସମର ପଶୁପକ୍ଷୀଙ୍କ ଶବ୍ଦ ଏହାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ନିଦାଘ ଗ୍ରୀଷ୍ମ କାଳରେ ପ୍ରଧାନପାଟ ଜଳପ୍ରପାତ ନିକଟରେ ଶୀତଳ ପରିବେଶ ଅନୁଭୂତ ହୋଇଥାଏ। ପୂର୍ବକାଳରେ ରାଜା ଏହାକୁ ଗ୍ରୀଷ୍ମ ନିବାସ ଭାବରେ ବ୍ୟବହାର କରୁଥିଲେ।

ପ୍ରଧାନପାଟର ପାଦଦେଶରେ ରାଜା ରାଜୁଡା ଅମଳରୁ ଦୁଇଟି ପ୍ରାଚୀନ ସୌଧ 'ବସନ୍ତ ନିବାସ 'ଓ 'ଲଳିତ ବସନ୍ତ' ନିର୍ମିତ। ପ୍ରାଚୀନ କାରୁକଳାରେ ସଜ୍ଜିତ ଏହି ଦୁଇଟି ଶୈଳ ନିବାସକୁ ୧୯୦୩ ମସିହାରେ ନିର୍ମାଣ କରିଥିଲେ ତତ୍କାଳୀନ ବାମଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ। ଏଠାରେ ଦେଶ ବିଦେଶରୁ ଆସୁଥିବା ରାଜକବି ଓ ଭାବୁକଙ୍କ ସମାଗମ ହେଉଥିଲା। ଏହା ସହ ଏଠାରେ ରହିଛି ପୌର ଶିଶୁ ଉଦ୍ୟାନ। ଏଠାରେ ଶିଶୁଙ୍କ ମନୋରଞ୍ଜନ କରିବା ପାଇଁ ରହିଛି ଅନେକ କ୍ରୀଡା ଉପକରଣ । ଏହି ପୌର ଉଦ୍ୟାନ ପରିଷରରେ ରହିଛି ରାଜା ରାଜୁଡା ଅମଳରୁ ନିର୍ମିତ ଚମ୍ପକେଶ୍ବର ଶିବ ମନ୍ଦିର ଓ ଗିରିଗୋବର୍ଦ୍ଧନ ମନ୍ଦିର । କର୍ମମୟ ଜୀବନର କ୍ଲାନ୍ତ ଉପଶମ ପାଇଁ କିଛି ସମୟ ପ୍ରକୃତିର କୋଳରେ ନିଜକୁ ହଜାଇ ଦେବାର ପର୍ଯ୍ୟାପ୍ତ ଅବସର ରହିଛି ପ୍ରଧାନପାଟ କୋଳରେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଦେବଗଡ

ପ୍ରଧାନପାଟର ପ୍ରାକୃତିକ ପରିବେଶ ମଧ୍ୟରେ ବଣଭୋଜି କରିବାର ମଜା ନିଆରା । ଏଥିପାଇଁ ପ୍ରତିବର୍ଷ ନଭେମ୍ବର ମାସ ଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳିଛି । ପ୍ରତିଦିନ ଶହ ଶହ ସଂଖାରେ ପିକନିକ ପାର୍ଟି ଆସି ପ୍ରଧାନପାଟ ପାଦ ଦେଶରେ ଥିବା ବିସ୍ତୀର୍ଣ୍ଣ ଶାଳ ବଣରେ ପିକନିକ କରିବା ସହିତ ପ୍ରଧାନପାଟ ଜଳପ୍ରପାତର ମନୋରମ ଦୃଶ୍ୟ ମନଭରି ଉପଭୋଗ କରୁଛନ୍ତି । ପର୍ବତାରୋହଣ ପାଇଁ ମଧ୍ୟ ଏଠାରେ ରହିଛି ଅପୂର୍ବ ସୁଯୋଗ । ପିକନିକ ପାର୍ଟି ମାନେ ପର୍ବତାରୋହଣର ଭରପୁର ମଜା ନେଉଛନ୍ତି ଏଠାରେ । ପର୍ଯ୍ୟଟକ ଓ ପିକନିକ ପାର୍ଟିଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ପ୍ରଧାନପାଟର ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ।

ପ୍ରଧାନପାଟ ଜଳପ୍ରପାତକୁ ଯିବାକୁ ହେଲେ ସଡକ ପଥର ସୁବିଧା ରହିଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏଠାକୁ ବସ ଚଳାଚଳ କରୁଛି । ରାଜ୍ୟ ରାଜଧାନୀ ଭୁବନେଶ୍ବର ଠାରୁ ଦେବଗଡ଼ର ଦୂରତା ୨୬୦ କିଲୋମିଟର। ରାଜଧାନୀ ଭୁବନେଶ୍ବରରୁ ଏଠାକୁ ଯିବାକୁ ଚାହୁଁଥିବା ପର୍ଯ୍ୟଟକ ବସ ଯୋଗେ ସିଧାସଳଖ ଦେବଗଡ଼ ଯାଇ ପାରିବେ। ପର୍ଯ୍ୟଟକଙ୍କ ରହଣି ପାଇଁ ଜଳପ୍ରପାତ ପାଦଦେଶରେ ମ୍ୟୁନିସିପାଲଟି ଓ ପୂର୍ତ୍ତ ବିଭାଗର ଗେଷ୍ଟ ହାଉସ ରହିଛି। ଏତଦବ୍ୟତୀତ ଦେବଗଡ଼ ସହରରେ ଏକାଧିକ ହୋଟେଲ, ଲଜ ଓ ଧର୍ମଶାଳାର ବ୍ୟବସ୍ଥା ମଧ୍ୟ ରହିଛି।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.