ETV Bharat / state

ପର୍ଯ୍ୟଟକଙ୍କୁ ଶକ୍ତ ଧକ୍କା; ପ୍ରଧାନପାଟ ଜଳପ୍ରପାତରେ ବଣଭୋଜି ମନା - ଦେବଗଡ ଜିଲ୍ଲା

ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପର୍ଯ୍ୟଟକ ଏବେ ବଣଭୋଜି ପାଇଁ ଯିବାକୁ ଆରମ୍ଭ କଲେଣୀ ପ୍ରସ୍ତୁତି । କିନ୍ତୁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପ୍ରଧାନପାଟ ଜଳପ୍ରପାତରେ ଚଳିତ ବର୍ଷ ବଣଭୋଜି କରିବାକୁ ମନା କରିଛି ପ୍ରଶାସନ । କଣ ରହିଛି କାରଣ ପଢନ୍ତୁ...

PHOTO
ପ୍ରଧାନପାଟ ଜଳପ୍ରପାତ
author img

By

Published : Dec 4, 2019, 8:25 PM IST

ଦେବଗଡ: ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେବଗଡ ଜିଲ୍ଲାର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଜିଲ୍ଲାର କଳା ସଂସ୍କୃତି ମଧ୍ୟ ପୁରାତନ । ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପ୍ରଧାନପାଟ ଜଳପ୍ରପାତ କୁ ସାରା ବର୍ଷ ପର୍ଯ୍ୟଟକଙ୍କ ଗହଳି ଲାଗିରହିଥାଏ । ଜଳ ପ୍ରପାତର ମନୋରମ ପରିବେଶ ସାଙ୍ଗକୁ ସବୁଜ ପରିବେଶ ଏଠାକୁ ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ । ବିଶେଷ କରି ଶୀତଋତୁରେ ଏଠାରେ ବଣ ଭୋଜି ପାଇଁ ପର୍ଯ୍ୟଟକଙ୍କ କଳାହୋଳ ଲାଗେ । ଯଦ୍ବାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ରୋଜଗାର ମାଧ୍ୟମ ପାଲଟିବା ସହ ଜିଲ୍ଲାର ଅର୍ଥନୈତିକ ବିକାଶରେ ସହାୟକ ହୁଏ ଏହି ପର୍ଯ୍ୟଟନ କ୍ଷେତ୍ର । ହେଲେ ଚଳିତ ବର୍ଷ ପ୍ରଶାସନର ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକଙ୍କ ଚିନ୍ତା ବଢାଇଛି।

ଚଳିତ ବର୍ଷ ପ୍ରଧାନପାଟ ଜଳ ପ୍ରପାତରେ ପର୍ଯ୍ୟଟକ ବଣଭୋଜି କରିପାରିବେ ନାହିଁ । ଏନେଇ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ଲଗାଯାଇଛି ସୂଚନା ଫଳକ । ଫଳରେ ଚଳିତ ବର୍ଷ ଏହି ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଓ ପିକନିକ ପାର୍ଟିଙ୍କ ସଂଖ୍ୟା କମିବାର ଆଶଙ୍କା ଦେଖା ଦେଇଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ପଟେ ପ୍ରଶାସନ ବଣଭୋଜି ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପିଣ୍ଡି ପ୍ରସ୍ତୁତ କରିଛି । ହେଲେ ବଣଭୋଜି ପାଇଁ ବାରଣ କରିଛି । ପ୍ରଶାସନର ଉଦ୍ଦେଶ୍ୟ କଣ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।

ପ୍ରଧାନପାଟ ଜଳପ୍ରପାତରେ ବଣଭୋଜି ମନା

ଅନ୍ୟପଟେ କଣ ପାଇଁ ଏଠାରେ ବଣଭୋଜି କରିବାକୁ ପ୍ରଶାସନ ବାରଣ କରିଛି ତାହା ମଧ୍ୟ ସ୍ପଷ୍ଟ କରିନାହିଁ । ଏନେଇ ଆମେ ଦେବଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲୁ । କିନ୍ତୁ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏପରି କରାଯାଇଥିବା କହିଛନ୍ତି ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

Intro:ଦେବଗଡ଼ ଜିଲ୍ଲା ତଥା ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପ୍ରଧାନପାଟ ଜଳପ୍ରପାତ ପରିଷର ରେ ବଣଭୋଜି କରିବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ ।ଏନେଇ ପ୍ରଧାନପାଟ ଜଳପ୍ରପାତ ପରିଷର ରେ ପୌର ପରିଷଦ ପକ୍ଷରୁ ଲଗାଯାଇଛି ସୂଚନା ଫଳକ । ଫଳରେ ଚଳିତ ବର୍ଷ ଏହି ପର୍ଯ୍ୟଟନ ସ୍ଥଳୀ କୁ ପର୍ଯ୍ୟଟକ ଓ ପିକନିକ ପାର୍ଟି ଙ୍କ ସଂଖ୍ୟା କମିବାର ଆଶଙ୍କା ଦେଖା ଦେଇଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Body:ଦେବଗଡ ସହର ର ଅନତି ଦୂରରେ ଅବସ୍ଥିତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପ୍ରଧାନପାଟ ଜଳପ୍ରପାତ । ସବୁଜ ବନାନୀ ପରିବେଷ୍ଟିତ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ବିମଣ୍ଡିତ ଏହି ପର୍ଯ୍ୟଟନ ସ୍ଥଳୀ କୁ ପ୍ରତିବର୍ଷ ଡିସେମ୍ବର ମାସ ଠାରୁ ଫେବୃଆରୀ ମାସ ମଧ୍ୟରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଓ ପିକନିକ ପାର୍ଟି ଙ୍କ ଆଗମନ ଲାଗି ରହିଥାଏ । ବିଶେଷକରି , ଏହି ପର୍ଯ୍ୟଟନ ସ୍ଥଳୀ ର ଶାନ୍ତ , ସୁନ୍ଦର ଓ ପ୍ରାକୃତିକ ପରିବେଶ ପ୍ରତି ଆକର୍ଷିତ ହୋଇ ଏଠାକୁ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ପିକନିକ ପାର୍ଟି ଆସିଥାନ୍ତି ଓ ଏଠାରେ ବଣଭୋଜି ଓ ପର୍ବତାରୋହଣ ର ଭରପୁର ମଜା ଉଠାଇ ଥାଆନ୍ତି । ଫଳରେ ଏହି ପର୍ଯ୍ୟଟନ ସ୍ଥଳୀ ଟି କିଛିମାସ ପାଇଁ ଚଳଚଂଚଳ ହୋଇ ଉଠିଥାଏ । ଏହାକୁ ଦୃଷ୍ଟି ରେ ରଖି ସରକାର ଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଧାନପାଟ ପରିଷର ରେ ବିଗତ ବର୍ଷ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ବଣଭୋଜି ପାଇଁ ଏଠାରେ ପର୍ଯ୍ୟାପ୍ତ ପିଣ୍ଡି ନିର୍ମାଣ କରାଯିବା ସହିତ ଏହାର ଆନୁସଙ୍ଗିକ ସୌନ୍ଦର୍ଯ୍ୟକରଣ କରାଯାଇଛି । ମାତ୍ର ବିଡ଼ମ୍ବନା ର ବିଷୟ ଯେ , ଚଳିତବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରଧାନପାଟ ପରିଷର ରେ ଥିବା ପିଣ୍ଡି ଗୁଡିକରେ ବଣଭୋଜି ପାଇଁ ବାରଣ କରାଯାଇଛି । ଏନେଇ ଦେବଗଡ଼ ପୌର ପରିଷଦ ପକ୍ଷରୁ ପ୍ରଧାନପାଟ ର ପିକନିକ ସ୍ଥଳ ରେ ଏକ ସାଇନବୋର୍ଡ ଲଗାଯାଇଛି ।ଏଥି ସହିତ , ପିକନିକ ପାର୍ଟି ଙ୍କ ପାଇଁ କୌଣସି ସୁବିଧା ସୁଯୋଗ ଉପଲବ୍ଧ ନଥିବା ଅନ୍ୟ ଏକ ସ୍ଥାନରେ ପିକନିକ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକି ପର୍ଯ୍ୟଟକ ଓ ପିକନିକ ପାର୍ଟି ଙ୍କୁ ନିରାଶ କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ର ଏଭଳି କଟକଣା ଯୋଗୁଁ ଚଳିତବର୍ଷ ଏହି ପର୍ଯ୍ୟଟନ ସ୍ଥଳ କୁ ପର୍ଯ୍ୟଟକ ଓ ପିକନିକ ପାର୍ଟି ଙ୍କ ସଂଖ୍ୟା କମିଯିବାର ଆଶଙ୍କା ଦେଖାଦେଇଛି ।

Conclusion:ଏନେଇ ଆମେ ଦେବଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ ଙ୍କ ମତାମତ ଲୋଡିଥିଲୁ । ମାତ୍ର ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିଲେ ହେଁ , ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଏଭଳି ପଦକ୍ଷେପ ନିଆଯାଇଥିବା ସେ ପ୍ରକାଶ କରିଥିଲେ ।

Byte 1 - ମାର୍କେଣ୍ଡେଶ୍ୱର ଶତପଥୀ ( ବରିଷ୍ଠ ନାଗରିକ , ଦେବଗଡ଼ )
Byte 2 - ଶୁଶୀଳ କପରଦାର ( ସଭାପତି , ଜିଲ୍ଲା ନାଗରିକ କମିଟି , ଦେବଗଡ଼ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.