ETV Bharat / state

ଅଦିନିଆ ବର୍ଷାରେ ବେହାଲ ନବନିର୍ମିତ ରାସ୍ତା

କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହେଲା ରାସ୍ତା । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା କାରଣରୁ ବେହାଲ ନବନର୍ମିତ ରାସ୍ତାର ଅବସ୍ଥା । ଅଧିକ ପଢନ୍ତୁ...

author img

By

Published : Jun 1, 2021, 8:48 AM IST

Updated : Jun 1, 2021, 8:54 AM IST

ଅଦିନିଆ ବର୍ଷାରେ ବେହାଲ ନବନିର୍ମିତ ରାସ୍ତା
ଅଦିନିଆ ବର୍ଷାରେ ବେହାଲ ନବନିର୍ମିତ ରାସ୍ତା

ଦେବଗଡ: କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଲା ରାସ୍ତା । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା କାରଣରୁ ଅଦିନିଆ ବର୍ଷାରେ ନବନିର୍ମିତ ରାସ୍ତା ଅବସ୍ଥା ଏବେ ବେହାଲ । ଦେବଗଡ଼ ଜିଲ୍ଲାର ଖଣ୍ଡାଧୂଆଁ ଠାରୁ ହରିହରପୁର ଗାଁକୁ ଯାଇଥିବା ରାସ୍ତାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଅଦିନିଆ ବର୍ଷାରେ ବେହାଲ ନବନିର୍ମିତ ରାସ୍ତା

ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତର ହରିହରପୁର ଗାଁକୁ ରାସ୍ତା ଖଣ୍ଡିଏ ପାଇଁ ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ଦାବି ପରେ ସରକାର ରାସ୍ତା ନିର୍ମାଣ କରିଥିଲେ । ଖଣ୍ଡାଧୂଆଁ ଗାଁ ଠାରୁ ହରିହରପୁର ଗାଁକୁ 5 କିଲୋମିଟର ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ 2 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆଜକୁ ଦୁଇ ମାସ ପୂର୍ବରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟତଃ ସମାପ୍ତ ହୋଇସାରିଛି । ମାତ୍ର ଅତ୍ୟନ୍ତ ଦୁଃଖର ବିଷୟ ଯେ ଏହି ରାସ୍ତା ନିର୍ମାଣ ହେବା ପରେ ଏହାର ଅବସ୍ଥା ବେହାଲ ହୋଇପଡିଛି । ଗତ କିଛିଦିନ ପୂର୍ବରୁ ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ହରିହରପୁର ଗାଁ ପୋଖରୀ ପାଣି ମାଡ଼ି ଆସି ନବନିର୍ମିତ ରାସ୍ତାରେ ପ୍ରାୟ 40 ଫୁଟ ପର୍ଯ୍ୟନ୍ତ ଘାଇ ସୃଷ୍ଟି କରିଛି ।

ଫଳରେ ଏହି ରାସ୍ତାଟି ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଆଉ ଗୋଟିଏ ବର୍ଷାରେ ସମ୍ପୂର୍ଣ୍ଣ ଧୋଇ ଯିବାର ଆଶଙ୍କା ଦେଖାଦେଇଛି । ଗାଁ ପୋଖରୀ ହିଡ ଦେଇ ନିର୍ମାଣ ହୋଇଥିବା ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଗାର୍ଡୱାଲ ଦିଆଯାଇ ନଥିବା କାରଣରୁ ରାସ୍ତାଟି ବର୍ଷାରେ ଧୋଇ ହୋଇଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହି ବ୍ୟୟବହୁଳ ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏହାକୁ ସ୍ୱୀକାର କରିବା ସହିତ ରାସ୍ତାରେ ଉଭୟ ପାର୍ଶ୍ୱରେ ଗାର୍ଡୱାଲ ପାଇଁ ଅନୁଦାନ ଆସିନଥିବାରୁ ଗାର୍ଡୱାଲ ଦିଆଯାଇ ନାହିଁ ବୋଲି କହିବା ସହ ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

Last Updated : Jun 1, 2021, 8:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.