ETV Bharat / state

ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଦେବଗଡ଼ ସହର ନିକଟସ୍ଥ ଚିକିଣି ଘାଟି ରାସ୍ତାକଡ଼ରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରିଛି ଜିଲା ଶିଶୁ ସୁରକ୍ଷା ୟୁନିଟ । ଅଧିକ ପଢନ୍ତୁ..

author img

By

Published : Sep 5, 2020, 10:28 PM IST

ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଦେବଗଡ଼: ଆଜି ଦେବଗଡ଼ ସହର ନିକଟସ୍ଥ ଚିକିଣି ଘାଟି 53 ନମ୍ବର ଜାତୀୟ ରାଜପଥ କଡ଼ରେ ଏକ ସଦ୍ୟ ନବଜାତ ଶିଶୁକନ୍ୟା ପଡିଥିବା କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର , ଚାଇଲଡ଼ ଲାଇନ କର୍ମକର୍ତ୍ତା ଉପେନ୍ଦ୍ର କୁମାର ଭଞ୍ଜ ଓ ରମାକାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ ।

ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏସଏନସିୟୁ ୱାର୍ଡରେ ଭର୍ତ୍ତି କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଶିଶୁକନ୍ୟା ଟିର ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାଯାଇଛି । ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା କୁ କିଏ ରାସ୍ତାକଡ଼ରେ ଛାଡି ଚାଲିଯାଇଛି , ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.