ETV Bharat / state

ପାହାଡ ଚଢିପାରୁନି ବିକାଶ ଗାଡି, ନାହିଁ ନାହିଁରେ ବିତୁଛି ନଳବନ୍ଧ ଗାଁ ଲୋକଙ୍କ ଜୀବନ

author img

By

Published : Nov 15, 2021, 8:18 PM IST

ଗାଁକୁ ନାହିଁ ଖଣ୍ଡିଏ ନିତିଦିନିଆ ରାସ୍ତା । ପାହାଡିଆ ଦୁର୍ଗମ ପାଦାଚଲା ରାସ୍ତା ଓ ପାଞ୍ଚଟି ନାଳ ପାରିହୋଇ ନୀତି ଯାତାୟତ କରୁଛନ୍ତି ଗ୍ରାମବାସୀ । ପାନୀୟ ଜଳ ଓ ବିଦ୍ୟୁତ ସେବା ବି ପାଲଟିଛି ସାତସପନ । ଏପରି ଅବସ୍ଥା ଦେବଗଡ଼ ଜିଲ୍ଲା ନଳବନ୍ଧ ଗାଁରେ ଦେଖିବାକୁ ମିଳିଛି ।

ବିକାଶରୁ ବହୁଦୂରେ ନଳବନ୍ଧ ଗାଁ
ବିକାଶରୁ ବହୁଦୂରେ ନଳବନ୍ଧ ଗାଁ

ଦେବଗଡ଼: ଗାଁକୁ ନାହିଁ ଖଣ୍ଡିଏ ନିତିଦିନିଆ ରାସ୍ତା । ପାହାଡିଆ ଦୁର୍ଗମ ପାଦାଚଲା ରାସ୍ତା ଓ ପାଞ୍ଚଟି ନାଳ ପାରିହୋଇ ନୀତି ଯାତାୟତ କରୁଛନ୍ତି ଗ୍ରାମବାସୀ । ପାନୀୟ ଜଳ ଓ ବିଦ୍ୟୁତ ସେବା ବି ପାଲଟିଛି ସାତସପନ । ଏଭଳି ଏକାଧିକ ସମସ୍ୟା ଘେରରେ ଦିନ କାଟୁଛନ୍ତି ଦେବଗଡ଼ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ନଳବନ୍ଧ ଗାଁ ।

ବିକାଶରୁ ବହୁଦୂରେ ନଳବନ୍ଧ ଗାଁ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ ନଳବନ୍ଧ ଗାଁ । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଗାଁର ଦୂରତା ମାତ୍ର ସାତ କିଲୋମିଟର । ଦୁର୍ଗମ ପାହାଡ଼ ଘେରା ଏହି ଗାଁରେ ବସବାସ କରି ଆସୁଛନ୍ତି ୩୫ଟି ମୁଣ୍ଡା ଆଦିବାସୀ ପରିବାର । ଗାଁକୁ ନାହିଁ ଖଣ୍ଡିଏ ନୀତିଦିନିଆ ରାସ୍ତା । ଦୁର୍ଗମ ପାହାଡିଆ ପାଦଚଲା ରାସ୍ତାରେ ନୀତି ଯାତାୟତ କରୁଛନ୍ତି ଗ୍ରାମବାସୀ । ଗାଁରୁ ବଣିଆକିଲିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ଦେବଗଡ଼ ସହର ମୁଖ୍ୟ ରାସ୍ତାକୁ ଆସିବାକୁ ସାତ କିଲୋମିଟର ଦୁର୍ଗମ ପାହାଡିଆ ରାସ୍ତା ଓ ପାଞ୍ଚଟି ଚିରସ୍ରୋତା ନାଳ ଅତିକ୍ରମ କରିବାକୁ ପଡୁଛି । ଗାଁକୁ ଆମ୍ବୁଲାନ୍ସ ସେବା କଥା ପଚାରେ ବା କିଏ । ଦୁର୍ଗମ ରାସ୍ତା ଅତିକ୍ରମ କରି ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ରୋଗୀ ମାନଙ୍କୁ ପରିବାର ଲୋକେ ଡୋଳା (ଖଟିଆ) ସାହାଯ୍ୟରେ ଦେବଗଡ଼ ମେଡ଼ିକାଲ ପର୍ଯ୍ୟନ୍ତ ବୋହି ନେଉଛନ୍ତି । ଅନେକ ସମୟରେ ବାଟରେ ରୋଗୀ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ପାହାଡିଆ ନାଳରେ ବନ୍ୟା ଆସିବା ଫଳରେ ବର୍ଷା ଋତୁରେ ଗାଁଟି ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଛି । ତେଣୁ, ଲୋକେ ବର୍ଷ ବର୍ଷ ଧରି ନାହିଁ ନଥିବା ଅସୁବିଧା ଭୋଗ କରି ଆସୁଛନ୍ତି ।

ପ୍ରତ୍ୟକ ପରିବାରକୁ ବିଦ୍ୟୁତସେବା ଯୋଗାଇ ଦେଉଥିବା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ, ଏହି ଗାଁକୁ ଏଯାଏଁ ବିଦ୍ୟୁତ ଆଲୁଅ ଅପହଞ୍ଚ ହୋଇ ରହିଛି । ଧର୍ମକୁ ଆଖିଠାର ସଦୃଶ ଏହି ଗାଁରେ କେଇଖଣ୍ଡ ସୋଲାର ଲାଇଟ ଦେଇ ନିଜ ଦାୟିତ୍ୱ ସାରି ଦେଇଛି ପ୍ରଶାସନ । ହେଲେ ଆଜକୁ ଦୀର୍ଘ ସମୟ ହେଲା ସୋଲାର ଗୁଡିକ ମଧ୍ୟ ଅଚଳ ହୋଇ ପରିତ୍ୟକ୍ତ ଭାବେ ପଡିରହିଛି । ଫଳରେ ଲୋକେ ଲଣ୍ଠନ ଓ ଡିବିରି ଆଲୁଅ ଉପରେ ଭରସା କରି ଚଳି ଆସୁଛନ୍ତି ।

ପାନୀୟ ଜଳ କଥା ନକହିବା ଭଲ । ଗାଁରେ ଲାଗିଛି ସୋଲାର ପାନୀୟ ଜଳ ପ୍ରକଳ୍ପ । ହେଲେ ଏହି ପ୍ରକଳ୍ପଟି ଆଜକୁ ଦୀର୍ଘ ଏକବର୍ଷ ହେଲା ଅଚଳ ହୋଇପଡିଛି । ସେପଟେ ଗାଁରେ ଥିବା ତିନୋଟି ନଳକୂପ ମଧ୍ୟରୁ ଦୁଇଟି ନଳକୂପ ଅଚଳ ହୋଇପଡିଛି । ଫଳରେ ଲୋକେ ପାନୀୟ ଜଳ ମୁନ୍ଦାଏ ପାଇଁ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଗାଁରେ ନାମକୁମାତ୍ର ଅଛି ଗୋଟିଏ ପ୍ରାଥମିକ ବିଦ୍ୟାଳୟ । ମାତ୍ର ଦୁର୍ଗମ ରାସ୍ତା ଅତିକ୍ରମ କରି ଶିକ୍ଷକ ନିୟମିତ ବିଦ୍ୟାଳୟକୁ ଆସୁ ନଥିବାରୁ ପିଲାଏ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ।

ଗାଁକୁ ଖଣ୍ଡିଏ ନୀତି ଦିନିଆ ରାସ୍ତା ନିର୍ମାଣ କରି ଲୋକଙ୍କୁ ସମସ୍ତ ମୌଳିକ ସେବା ଯୋଗାଇ ଦେବାପାଇଁ ଆଜକୁ ବହୁ ବର୍ଷ ହେଲା ନଳବନ୍ଧ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରି କରି ଆସୁଛନ୍ତି । ହେଲେ ଦୁର୍ଗମ ବଣ ମୂଲକରେ ବସବାସ କରୁଥିବା ଲୋକଙ୍କ କଥା ଶୁଣୁଛି ବା କିଏ ?

ନଳବନ୍ଧ ଗାଁର ଏସମସ୍ତ ସମସ୍ୟା ସମ୍ପର୍କରେ ଆମେ ତିଳେଇବଣି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିବା ବେଳେ, ଉକ୍ତ ସମସ୍ୟା ସମ୍ପର୍କରେ ସେ ଅବଗତ ନୁହନ୍ତି ବୋଲି ପ୍ରକାଶ କରିଥିଲେ । ଦେବଗଡ଼ ଭଳି ଅନଗ୍ରସର ଜିଲ୍ଲାରେ ଗ୍ରାଆଞ୍ଚଳର ବିକାଶ କିଭଳି ଚାଲିଛି ଓ ସେଠାରେ ସରକାରଙ୍କ ଲୋକ ହିତକର ଯୋଜନା କିଭଳି ସଫଳ ରୂପାୟନ ହେଉଛି, ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.