ETV Bharat / state

ପୌର ପରିଷଦରେ କାର୍ଯ୍ୟକାରୀ ହେଉନି କାଉନସିଲ ସଂକଳ୍ପ , ଉନ୍ନୟନ କାର୍ଯ୍ୟ ଠପ - ଦେବଗଡ଼ ପୌର ପରିଷଦ

ଦେବଗଡ଼ ପୌର ପରିଷଦରେ କାଉନସିଲ ରିଜୋଲ୍ୟୁସନ କାର୍ଯ୍ୟକାରୀ ହେଉନଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଉନ୍ନୟନ କାର୍ଯ୍ୟ ଠପ ହୋଇଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୌରାଧ୍ୟକ୍ଷ । ଅଧିକ ପଢନ୍ତୁ

deogarh municipality chairmans allegation

author img

By

Published : May 19, 2023, 3:19 PM IST

କାର୍ଯ୍ୟକାରୀ ହେଉନି କାଉନସିଲ ସଂକଳ୍ପ

ଦେବଗଡ: କାର୍ଯ୍ୟକାରୀ ହେଉନି ଦେବଗଡ଼ ପୌର ପରିଷଦ ବୈଠକରେ ଗୃହୀତ ପ୍ରସ୍ତାବ । ଫଳରେ ପୌରାଞ୍ଚଳରେ ଉନ୍ନୟମ କାର୍ଯ୍ୟ ସବୁ ଠପ ହୋଇଛି । ପୌରବାସୀଙ୍କୁ ମୌଳିକ ସେବା ଯୋଗାଇଦେବା କ୍ଷେତ୍ରରେ ପୌର କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବା କାରଣରୁ ପୌରବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏକଥାକୁ ଗଣମାଧ୍ୟମ ଆଗରେ ସ୍ୱୀକାର କରିବା ସହ ଏନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ।

deogarh municipality chairmans allegation
କାର୍ଯ୍ୟକାରୀ ହେଉନି କାଉନସିଲ ସଂକଳ୍ପ

ମୋଟ 11ଟି ୱାର୍ଡକୁ ନେଇ ଗଠିତ ଦେବଗଡ଼ ପୋୖର ପରିଷଦ । ଏହି ପୌର ପରିଷଦଟି ବର୍ତ୍ତମାନ ବିଜେଡି ଶାସନାଧୀନ ରହିଛି । ଏଥିରେ ପୌର ଅଧ୍ୟକ୍ଷା ବିଜେଡିରୁ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ସହିତ 3 ଜଣ କାଉସିଲର ବିଜେଡିରୁ ନିର୍ବାଚିତ ହୋଇଛନ୍ତି । ସେହିପରି 6 ଜଣ କାଉନସିଲର ବିଜେପି ଦଳରୁ ନିର୍ବାଚିତ ହୋଇଥିବା ବେଳେ ଜଣେ ସ୍ୱାଧୀନ କାଉସିଲର ନିର୍ବାଚିତ ହୋଇଛନ୍ତି । ମାତ୍ର ପରିତାପର ବିଷୟ ଯେ, ଆଜକୁ ଦୀର୍ଘ 14 ମାସ ହେଲା ନୂଆ କାଉନସିଲ ଗଠନ ହୋଇଥିଲେ ସୁଦ୍ଧା ପୌରାଞ୍ଚଳରେ ସେମିତି କୌଣସି ଆଖିଦୃଶିଆ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିନାହିଁ । ରାସ୍ତାଘାଟଠାରୁ ଆରମ୍ଭ କରି ଡ୍ରେନେଜ୍‌ ବ୍ୟବସ୍ଥା ସବୁକିଛି ବିପର୍ଯ୍ୟସ୍ତ ହୋଇ ପଡିଛି । ସହରରେ ଡ୍ରେନେଜ୍‌ ବ୍ୟବସ୍ଥାର ପୁନରୁଦ୍ଧାର ଓ ମରାମତି କରାଯାଉ ନଥିବାରୁ ଅଧିକାଂଶ ଡ୍ରେନ୍‌ରେ ଆବର୍ଜନା ପାଣି ନିଷ୍କାସନ ହୋଇନପାରି ଜମାହୋଇ ରହୁଛି ଓ ସହର ପରିବେଶ ପ୍ରଦୂଷିତ କରୁଛି । ସାମାନ୍ୟ ବର୍ଷା ହେଲେ ଏହି ନର୍ଦମା ପାଣି ରାସ୍ତାରେ ବୋହିବା ସହ ଲୋକଙ୍କ ଘରେ ପଶୁଛି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏନେଇ ପୌରାଧ୍ୟକ୍ଷ କହିଛନ୍ତି,"ସହରାଞ୍ଚଳରେ ଲୋକଙ୍କୁ ଅନ୍ତତଃ ରାସ୍ତାଘାଟ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ, ପାନୀୟଜଳ ଓ ଡ୍ରେନେଜ୍‌ ବ୍ୟବସ୍ଥା ଭଳି ମୌଳିକ ସେବା ଯୋଗାଇଦେବା ପାଇଁ ପୋୖର କାଉନସିଲ ମିଟିଂରେ ବାରମ୍ବାର ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ପୌର କର୍ତ୍ତୃପକ୍ଷ ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଦିଗରେ ଧ୍ୟାନ ନଦେଇ ଏକତରଫା ଭାବେ ବିନା ପ୍ରସ୍ତାବ ଗୃହିତରେ ନିଜକୁ ସୁହାଇବା ଭଳି କେବଳ ଏକାଧିକ ପାର୍କ ଓ ଦୋକାନଗୃହ ନିର୍ମାଣ କରି ଚାଲିଥିବା ନେଇ ଅଭିଯୋଗ ହୋଇଛି । ଆଗାମୀ ବର୍ଷାଋତୁ ପୂର୍ବରୁ ମୁଖ୍ୟତଃ ସହରର ରାସ୍ତାଘାଟ ଓ ଡ୍ରେନେଜ୍‌ଗୁଡିକର ପୁନରୁଦ୍ଧାର ଓ ମରାମତି କରାନଗଲେ ସହରବାସୀ ବହୁ ସମସ୍ୟାର ସମ୍ମୁଖୀନ ହେବେ ଓ ଏଥିପାଇଁ ୱାର୍ଡ କାଉନସିଲରମାନଙ୍କୁ ଲୋକଙ୍କ ଆକ୍ରୋସର ସାମ୍ନା କରିବାକୁ ପଡ଼ିବ । ପୌର କର୍ତ୍ତୃପକ୍ଷ ସହର ସୌନ୍ଦର୍ଯ୍ୟକରଣ ଆଳରେ କୋଟିକୋଟି ଟଙ୍କା ବ୍ୟୟକରି ପାର୍କ ଓ ଭେଣ୍ଡିଂ ଜୋନ ନିର୍ମାଣ କରୁଛନ୍ତି ।" ଏଥିରେ ବ୍ୟତିକ୍ରମ ହେଲେ ଆଗାମୀ ଦିନରେ କାଉନସିଲରମାନେ ସମୂହ ଇସ୍ତଫା ଦେବା ସହ ପୌରାଞ୍ଚଳରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ପ୍ରଜିତ କୁମାର ଭୋଜ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.