ETV Bharat / state

ମା’ ଦକ୍ଷିଣକାଳୀଙ୍କ ପୀଠରେ ପାରମ୍ପାରିକ ରୀତିନୀତିରେ ମେରୁ ଯାତ୍ରା ଅନୁଷ୍ଠିତ - ମା ଦକ୍ଷିଣକାଳୀଙ୍କ ପୀଠରେ ମେରୁ ଯାତ୍ରା

ଦେବଗଡ ଜିଲ୍ଲାର ବ୍ରହ୍ମଣିପାଲି ଗାଁ ସ୍ଥିତ ମା ଦକ୍ଷିଣ କାଳୀଙ୍କ ପ୍ରସିଦ୍ଧ ଶକ୍ତିପୀଠରେ ଧୂମଧାମରେ ଆୟୋଜିତ ହୋଇଛି ଏହି ମେରୁଯାତ୍ରା । ଦୀର୍ଘ ୨ ବର୍ଷ ପରେ ମେରୁଯାତ୍ରା ଅନୁଷ୍ଠିତ ହେଉଥିବାରୁ ଚଳଚଞ୍ଚଳ ଶକ୍ତିପୀଠ । ଅଧିକ ପଢନ୍ତୁ

ମା ଦକ୍ଷିଣକାଳୀଙ୍କ ପୀଠରେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେଲା ମେରୁ ଯାତ୍ରା

author img

By

Published : Apr 16, 2022, 8:53 AM IST

Updated : Apr 16, 2022, 1:15 PM IST

ଦେବଗଡ଼: ବାର ମାସରେ ତେର ପର୍ବ ଆମ ସଂସ୍କୃତି ଓ ପରମ୍ପରା । ଏହାରି ମଧ୍ୟରେ ମେରୁ ଯାତ୍ରା ଅନ୍ୟତମ । ତେବେ ଦେବଗଡ ଜିଲ୍ଲାର ବ୍ରହ୍ମଣିପାଲି ଗାଁ ସ୍ଥିତ ମା ଦକ୍ଷିଣ କାଳୀଙ୍କ ପ୍ରସିଦ୍ଧ ଶକ୍ତିପୀଠରେ ଧୂମଧାମରେ ଆୟୋଜିତ ହୋଇଛି ଏହି ମେରୁଯାତ୍ରା । ଦୀର୍ଘ ୨ ବର୍ଷ ପରେ ମେରୁଯାତ୍ରା ଅନୁଷ୍ଠିତ ହେଉଥିବାରୁ ଚଳଚଞ୍ଚଳ ଶକ୍ତିପୀଠ ।

ମା ଦକ୍ଷିଣକାଳୀଙ୍କ ପୀଠରେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେଲା ମେରୁ ଯାତ୍ରା

ଏହି ମେରୁଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାର ଅଞ୍ଚଳରୁ ବହୁ ସଂଖ୍ୟାରେ ମାନସିକ ଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମାନସିକଧାରୀଙ୍କ ମାନସିକ ପୂରଣ ହେଉଥିବା ନେଇ ଭକ୍ତଙ୍କ ପ୍ରଗାଢ ଆସ୍ଥା ଓ ବିଶ୍ୱାସ ରହିଥିବାରୁ ମାନସିକଧାରୀ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହି ଶକ୍ତିପୀଠକୁ ଆସି ମା ଦକ୍ଷିଣ କାଳୀଙ୍କୁ ଦର୍ଶନ କରିଥିଲେ । ପ୍ରତିବର୍ଷ ଚୈତ୍ର ମାସରେ 13 ଦିନ ଧରି ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ । ଦଣ୍ଡ ଯାତ୍ରା କରୁଥିବା ଭକ୍ତ ମାନେ ଏହି ଶକ୍ତିପୀଠରୁ ମା ଦକ୍ଷିଣ କାଳୀଙ୍କ ପ୍ରତିମୂର୍ତ୍ତି ନେଇ ପୂଜାର୍ଚ୍ଚନା କରି ଗାଁ ଗାଁରେ ବୁଲି ଦଣ୍ଡ ଯାତ୍ରା କରିଥାନ୍ତି । ପଣା ସଂକ୍ରାନ୍ତି ଦିନ ଦଣ୍ଡ ଯାତ୍ରା ସମାପନ ପରେ ଅର୍ଥାତ ପଣା ସଂକ୍ରାନ୍ତି ପର ଦିନ ଏହି ଶକ୍ତିପୀଠ ରେ ମେରୁଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଏହି ଦିନ ଦଣ୍ଡୁଆ ଭକ୍ତ ମାନେ ପୁଣିଥରେ ମା ଦକ୍ଷିଣ କାଳୀଙ୍କ ପ୍ରତିମୂର୍ତ୍ତିକୁ ମନ୍ଦିରକୁ ପ୍ରବେଶ କରାଇ ଥାଆନ୍ତି । ଭକ୍ତଙ୍କ ବିଶ୍ୱାସ ଯେ ଏହି ମେରୁଯାତ୍ରା ଦିନ ମାଙ୍କ ନିକଟରେ ଯାହା ମାନସିକ କରାଯାଏ ତାହା ନିଶ୍ଚିତ ପୂରଣ ହୋଇଥାଏ । ତେଣୁ ଏହି ଯାତ୍ରା ଦେବଗଡ଼ ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଅନୁଗୁଳ , କେନ୍ଦୁଝର ଓ ସମ୍ବଲପୁର ଆଦି ଜିଲ୍ଲାର ବିଭିନ୍ନ ଅଂଚଳରେ ବେଶ ସୁଖ୍ୟାତି ଅର୍ଜନ କରିଛି । ବହୁ ପୁରାତନ କାଳରୁ ବ୍ରହ୍ମଣୀପାଲି ଗାଁ ସ୍ଥିତ ଏହି ଶକ୍ତିପୀଠରେ ମେରୁଯାତ୍ରା ଅନୁଷ୍ଠିତ ହୋଇ ଆସୁଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

Last Updated : Apr 16, 2022, 1:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.