ETV Bharat / state

କଷ୍ଟ ବଢାଉଛି ଲକଡାଉନ, ଦୁର୍ଦ୍ଦିନରେ କାଡୋପଡାର 25 କମାର ପରିବାର - କୋରନା ସଂକ୍ରମଣ ନ୍ୟୁଜ

ସାରାବିଶ୍ବରେ ଦେଖାଦେଇଥିବା କୋରନା ସଂକ୍ରମଣ ନେଇ ସରକାର ଦେଶରେ ଲକଡାଉନ ଘୋଷଣା କରିଥିବାରୁ ଏଥିରେ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଛନ୍ତି କାଡୋପଡା ଗାଁର କମାର ପରିବାର ।

lockdown-effect-25-kamara-family-in-problem
କଷ୍ଟ ବଢାଉଛି ଲକଡାଉନ, ଦୁର୍ଦ୍ଦିନରେ କାଡୋପଡାର 25 କମାର ପରିବାର
author img

By

Published : Apr 23, 2020, 8:21 PM IST

ଦେବଗଡ: କୋରୋନା ସଂକ୍ରମଣ ନେଇ ସରକାର ଜାରି କରିଛନ୍ତି ଲକଡାଉନ । ଏହି ଯୋଗୁଁ ନିଜର କୁଳ ବେଉସା ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କାଡୋପଡା ଗାଁର 25ଟି କମାର ପରିବାର ।

କଷ୍ଟ ବଢାଉଛି ଲକଡାଉନ, ଦୁର୍ଦ୍ଦିନରେ କାଡୋପଡାର 25 କମାର ପରିବାର

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ମଲେହିପଡା ପଞ୍ଚାୟତର କାଡୋପଡା ଗାଁରେ ବସବାସ କରନ୍ତି 25ଟି କମାର ପରିବାର । ଚାଷକାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଲୌହ ଉପକରଣ ଯେପରି କୋଦାଳ, ଗଇଁତି, ଶାବଳ, ଟାଙ୍ଗିଆ, ବଟାଳି, ନିଆଁଣ, ବାରିସୀ ଆଦି ଉପକରଣ ତିଆରି କରି ସେସବୁ ବଜାରରେ ବିକ୍ରିକରି ପରିବାର ପ୍ରତିପୋଷଣ କରିଥାନ୍ତି ଏହି କମାର ପରିବାର ।

lockdown-effect-25-kamara-family-in-problem
କଷ୍ଟ ବଢାଉଛି ଲକଡାଉନ

ମାତ୍ର ସାରାବିଶ୍ବରେ ଦେଖାଦେଇଥିବା କୋରନା ସଂକ୍ରମଣ ନେଇ ସରକାର ଦେଶରେ ଲକଡାଉନ ଘୋଷଣା କରିଥିବାରୁ ଏଥିରେ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଛନ୍ତି କାଡୋପଡା ଗାଁର କମାର ପରିବାର । ଲକଡାଉନ କଟକଣା ଯୋଗୁଁ ଘରୁ ବାହାରିବା ସମ୍ଭବ ହେଉନଥିବାରୁ କିମ୍ବା ଉପକରଣ କିଣିବା ପାଇଁ ଗ୍ରାହକ ମିଳୁନଥିବାରୁ ନିଜ ତିଆରି କରିଥିବା ଲୌହ ଉପକରଣ ବିକ୍ରିକରିପାରୁ ନାହାନ୍ତି ସେମାନେ ।

ଫଳରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି । ବର୍ତ୍ତମାନ ଚାଷକାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଏହି ସମୟରେ ଲୌହ ଉପକରଣର ଚାହିଦା ବଜାରରେ ବେଶ ରହିଥାଏ । କମାର ପରିବାର ଏହି ଚାଷକାର୍ଯ୍ୟ ସମୟରେ ନିଜନିଜ ଲୌହ ଉପକରଣ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ମାତ୍ର କୋରନା ମହାମାରୀ ସବୁକିଛି ଠପ କରିଦେଇଛି । ଲକଡାଉନ କଟକଣା ଯୋଗୁଁ ଉପକରଣ ବିକ୍ରି ନହେବାରୁ କମାର ପରିବାର ହାତ ଉପରେ ହାତ ଦେଇ ବସିରହିଛନ୍ତି ।

ଏଭଳି ଦୁର୍ଦ୍ଦିନରେ କମାର ପରିବାରଙ୍କ କୌଳିକ ବୃତ୍ତିକୁ ପ୍ରୋତ୍ସାହନ ଦେବାକୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଆଗେଇ ଆସି ସହଯୋଗର ହାତ ବଢାଇବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.