ETV Bharat / state

ବାଉଁଶ କାରିଗରଙ୍କ ଜୀବିକାକୁ ଲକଡାଉନ ପ୍ରକୋପ, ଉଜୁଡି ଗଲାଣି କୂଳବେଉସା

author img

By

Published : May 5, 2020, 11:24 PM IST

ମହାମାରୀ କୋରୋନା ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଛି ବାଉଁଶ କାରିଗରଙ୍କ ଜୀବନ ଓ ଜୀବିକା । ବର୍ଷ ବର୍ଷ ଧରି ବାଉଁଶରୁ ବିଭିନ୍ନ ଉପକରଣ ତିଆରି କରି ପରିବାର ପ୍ରତିପୋଷଣ କରି ଆସୁଥିବା ଦେବଗଡ଼ ଜିଲ୍ଲା ରେଙ୍ଗାଳବାହାଳ ଗାଁର 60 ଟି ବାଉଁଶ କାରିଗର ପରିବାର ଏବେ ଲକଡାଉନ ଯୋଗୁଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଅଧିକ ପଢନ୍ତୁ...

live-and-livelihoods-of-bamboo-artisan-have-been-affected-by-the-lockdown
ବାଉଁଶ କାରିଗରଙ୍କ ଜୀବିକାକୁ ଲକଡାଉନ ପ୍ରକୋପ, ଉଜୁଡି ଗଲାଣି କୂଳବେଉସା

ଦେବଗଡ: ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଛି ବାଉଁଶ କାରିଗରଙ୍କ ଜୀବନ ଓ ଜୀବିକା । ସଙ୍କଟରେ ପଡିଛି କୌଳିକ ବୃତ୍ତି । ବର୍ଷ ବର୍ଷ ଧରି ବାଉଁଶରୁ ବିଭିନ୍ନ ଉପକରଣ ତିଆରି କରି ପରିବାର ପ୍ରତିପୋଷଣ କରି ଆସୁଥିବା ଦେବଗଡ଼ ଜିଲା ରେଙ୍ଗାଳବାହାଳ ଗାଁର 60 ଟି ବାଉଁଶ କାରିଗର ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦଣ୍ଡାସିଂଘା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲବାହାଳ ଗାଁରେ ବସବାସ କରନ୍ତି 60ଟି ବାଉଁଶ କାରିଗର ପରିବାର । ବାଉଁଶ ଉପକରଣ ଯଥା - ଟୋକେଇ, ପାଚିଆ, ଝୁଡ଼ି, କୁଲା, ଝାଡୁ, ଖଡିକା, ଡଲା ଓ ଗଉଣୀ ଆଦି ଗୃହ ଉପକରଣ ତିଆରି କରିବା ଓ ସେସବୁ ବିଭିନ୍ନ ଗାଁ ଓ ବଜାରରେ ବିକ୍ରି କରିବା ଏହି କାରିଗର ପରିବାରଙ୍କ କୌଳିକ ବୃତ୍ତି । ଏଥିରୁ ହିଁ ବର୍ଷ ତମାମ ପରିବାର ପ୍ରତିପୋଷଣ କରିଥାନ୍ତି ଏମାନେ । ମାତ୍ର କୋରୋନା ସଂକ୍ରମଣ ନେଇ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ କଟକଣା ଯୋଗୁଁ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ରେଙ୍ଗାଲବାହାଳ ଗାଁର ଏହି ବାଉଁଶ କାରିଗର । ଲକଡାଉନ କଟକଣା ଯୋଗୁଁ ବାଉଁଶ ନିର୍ମିତ ଉପକରଣ ଗାଁ ଓ ବଜାରରେ ବିକ୍ରି କରିବା ସମ୍ଭବପର ହେଉନାହିଁ । ଲକଡାଉନ ସମୟରେ ଘରୁ ବାହାରିବା ନେଇ କଡା କଟକଣା ଥିବାରୁ ଗାଁ ଗାଁ କିମ୍ବା ବଜାରକୁ ନେଇ ଉପକରଣ ବିକ୍ରି କରିପାରୁନାହାନ୍ତି ଏହି କାରିଗର ।

ସେପଟେ ବିବାହ ବ୍ରତ ଓ ଅନ୍ୟାନ୍ୟ ପୂଜାପାର୍ବଣ ସମୟରେ ବାଉଁଶ ତିଆରି ଗୃହ ଉପକରଣର ବେଶ ଚାହିଦା ରହିଥାଏ । ଏହି ସମୟରେ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ଏହି କାରିଗର । ମାତ୍ର ଲକଡାଉନ ଯୋଗୁଁ ସମସ୍ତ ବିବାହ, ବ୍ରତ ଓ ଅନ୍ୟାନ୍ୟ ପୂଜାପାର୍ବଣ ଉପରେ କଟକଣା ରହିଥିବାରୁ ଏଥିରେ ଅନେକ ମାତ୍ରାରେ କ୍ଷତି ସହିବାକୁ ପଡୁଛି ଏହି ବାଉଁଶ କାରିଗର ମାନଙ୍କୁ । ବାଉଁଶ ଉପକରଣ ବିକ୍ରି କରିବାକୁ ଗ୍ରାହକ ମିଳୁନଥିବା ବେଳେ , ନିଜ ନିଜ ଘରେ ବାଉଁଶ ଉପକରଣ ଗୁଡିକ ଗଦା ହୋଇ ପଡିରହିଛି ।

ଫଳରେ ଆଗାମୀ ଦିନରେ କିଭଳି ପରିବାର ପ୍ରତିପୋଷଣ କରିବେ, ସେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି ଏହି ବାଉଁଶ କାରିଗର । ବର୍ଷବର୍ଷ ଧରି ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖି ପରିବାର ପ୍ରତିପୋଷଣ କରି ଆସୁଥିବା ଜିଲ୍ଲାର ଏହି ବାଉଁଶ କାରିଗରଙ୍କୁ ଏଭଳି ଦୁର୍ଦ୍ଦିନ ସ୍ଥିତିରେ ସରକାରୀ ପ୍ରୋତ୍ସାହନର ଆଵଶ୍ୟକତା ରହିଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.