ETV Bharat / state

ବନ ବିଭାଗ ପଞ୍ଝାରେ ଶିକାରୀ ରାକେଟ; ଗ୍ରାହକ ସାଜି କାବୁ କଲା ଟିମ

ଦେବଗଡ ଜିଲ୍ଲା ବନ ବିଭାଗ ହାତରେ ବାଘଛାଲ ରାକେଟ । ୪ଜଣଙ୍କୁ ଗିରଫ କରିଛି ବନବିଭାଗ । ଅଧିକ ପଢନ୍ତୁ...

author img

By

Published : Jul 22, 2021, 7:51 AM IST

ବନ ବିଭାଗ ହାତରେ ଶିକାରୀ ରାକେଟ
ବନ ବିଭାଗ ହାତରେ ଶିକାରୀ ରାକେଟ

ଦେବଗଡ: ରାଜ୍ୟରେ ମାତିଛନ୍ତି ବାଘଛାଲ ବେପାରୀ । ଏକ ବାଘଛାଲ ରାକେଟକୁ କାବୁ କରିବାରେ ସଫଳ ହୋଇଛି ଦେବଗଡ ଜିଲ୍ଲା ବନ ବିଭାଗ । ଜିଲ୍ଲା ରିଆମାଳ ରେଞ୍ଜ ବନବିଭାଗ ପକ୍ଷରୁ ବାଘଛାଲ ବିକ୍ରି ରାକେଟର ପର୍ଦ୍ଦାଫାସ କରାଯାଇଛି । ଏହା ସହିତ ୪ଜଣଙ୍କୁ ଗିରଫ କରିଛି ବନବିଭାଗ ।

ସୂଚନାନୁସାରେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମର ରତିଆ କିଡୋ (୨୯) ଏକ ବାଘ ଶିକାର କରି ଘରେ ଛାଲ ରଖିଥିବା ନେଇ କୌଣସି ସୁତ୍ରରୁ ରିଆମାଳ ବନବିଭାଗ ଜାଣିବାକୁ ପାଇଥିଲା । ବାଘ ଛାଲ ଓ ଶିକାରୀକୁ ଗିରଫ କରିବା ପାଇଁ ବନ ବିଭାଗ ବହୁ ଦିନ ହେବ ଉଦ୍ୟମ ଜାରି ରଖିଥିଲା । ଏନେଇ ଦେବଗଡ ଡି.ଏଫ.ଓ କ୍ଷମା ଷଡଙ୍ଗୀ ନିର୍ଦ୍ଦେଶରେ ରିଆମାଳ ରେଞ୍ଜର ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲ ।

ପୂର୍ବ ପ୍ରସ୍ତୁତି ଅନୁସାରେ ବାଘଛାଲ କିଣିବା ବାହାନା କରି ଅଭିଯୁକ୍ତଙ୍କୁ ରିଆମାଳ-ନାକଟିଦେଉଳ ରାସ୍ତାକୁ ଡକାଯାଇଥିଲା । ବାଘଛାଲ ଧରି ଚାରି ଅଭିଯୁକ୍ତ ଉକ୍ତ ସ୍ଥାନରେ ପହଞ୍ଚିଯାଇଥିଲେ । ଛାଲ କିଣିବା ବାହାନାରେ କିଛି ସମୟ ସେମାନଙ୍କୁ ଅଟକାଇ ରଖିବା ପରେ ସ୍ବତନ୍ତ୍ର ଟିମ ସେମାନଙ୍କୁ କାବୁ କରିଥିଲା ।

ଗିରଫ ଚାରିଜଣ ହେଲେ ରତିଆ କିଡୋ, ଅଜିତ କୁମାର ଲାକ୍ରା ,ଗୁଲୁଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଟ ଓ ତୁଲୁବ ଗ୍ରାମର ମନୋହର ମାଝୀ । ବନବିଭାଗ ପକ୍ଷରୁ ବନ୍ୟପ୍ରାଣୀ ଶିକାର ଦଫା ଲଗାଇ ସେମାନଙ୍କୁ ଜେରା କରାଯିବା ସହିତ ରିଆମାଳ ଜେ.ଏମ.ଏଫ ସି କୋର୍ଟରେ ହାଜର କରାଯାଇ ଜେଲକୁ ପଠାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.