ETV Bharat / state

ପାତାଳଗାମୀ ଝରଣା ଜଳ, ସଂରକ୍ଷଣ ପାଇଁ ଦାବି - waterfall

ଦେବଗଡ଼ ସହର ନିକଟରେ ଥିବା କୁରୁଡକୋଟ ଜଳପ୍ରପାତର ଜଳ ସଂରକ୍ଷଣ ରଖିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ପାତାଳଗାମୀ ଝରଣା ଜଳ, ସଂରକ୍ଷଣ ପାଇଁ ଦାବି
ପାତାଳଗାମୀ ଝରଣା ଜଳ, ସଂରକ୍ଷଣ ପାଇଁ ଦାବି
author img

By

Published : Jun 22, 2020, 6:35 PM IST

ଦେବଗଡ: ଦେବଗଡ ଜିଲ୍ଲାକୁ ପ୍ରକୃତିର ଗନ୍ତାଘର କହିଲେ ଅତୁକ୍ତି ହେବ ନାହିଁ । ପାହାଡ, ଝରଣାରେ ଭରିପୂର ରହୁଥିବା ଜିଲ୍ଲା ଏବେ ସରକାରଙ୍କ ଅଣଦେଖାର ଶିକାର ହୋଇଛି । ସହର ନିକଟରେ ରହିଛି କୁରୁଡକୋଟ ଜଳପ୍ରପାତ ।

ପାତାଳଗାମୀ ଝରଣା ଜଳ, ସଂରକ୍ଷଣ ପାଇଁ ଦାବି

ଏହା ଜିଲ୍ଲାର ଯେ କେବଳ ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ ତା ନୁହେଁ,ବରଂ ଏହା ଦେବଗଡ଼ ସହରର ଏକ ପ୍ରମୁଖ ଜଳଉତ୍ସ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । 1916 ମସିହାରେ ତତ୍କାଳୀନ ବାମଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ଏହି ଝରଣାର ଜଳରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଥିଲେ । ଯାହାକି ରାଜ୍ୟର ସର୍ବପ୍ରଥମ ଜଳ ବିଦ୍ୟୁତ ପ୍ରକଳ୍ପ ଭାବେ ଖ୍ୟାତି ଅର୍ଜନ କରିଥିଲା ।

ମାତ୍ର ବିଡ଼ମ୍ବନାର ବିଷୟ ଯେ, ଆଜି ଏହି ଝରଣାର ଜଳ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇ ରହିଯାଇଛି । ପ୍ରତିଦିନ ଏହି ଝରଣାରୁ ପ୍ରବାହିତ ହେଉଥିବା ଲକ୍ଷ ଲକ୍ଷ ଲିଟର ମୂଲ୍ୟବାନ ଜଳ ଲୋକଙ୍କ ବ୍ୟବହାରରେ ନଆସି କିଛି ଦୂରରେ ମାଟିରେ ପାତାଳି ହୋଇ ଯାଉଛି । ବିଗତ କିଛିବର୍ଷ ପୂର୍ବେ ଏହି ଜଳକୁ ସ୍ଥାନୀୟ ଲୋକେ ଚାଷକାର୍ଯ୍ୟରେ ବ୍ୟବହାର କରି ଆସୁଥିଲେ । ପୁରୁଣାଗଡ଼ ଓ ଆଖପାଖ ଅଞ୍ଚଳର ପ୍ରାୟ 100 ଏକର ରୁ ଅଧିକ ଜମିକୁ ଏହି ଜଳ ମାଡୁଥିଲା ।

ଏହାସହିତ ଦେବଗଡ଼ ସହରରେ ଭୂପୃଷ୍ଟ ଜଳସ୍ତରକୁ ଏହା ନିୟନ୍ତ୍ରିତ କରିବାରେ ସହାୟକ ହେଉଥିଲା । ମାତ୍ର ଏହି ଚିତସ୍ରୋତା ପାହାଡିଆ ଝରଣାର ପୁନରୁଦ୍ଧାର ଅଭାବରୁ ଆଜି ଲୋକଙ୍କ ବ୍ୟବହାରରେ ନଆସି ଅଯଥା ମାଟିରେ ପାତାଳି ହୋଇଯାଉଛି । ଗୋଟିଏ ପକ୍ଷରେ ଦେବଗଡ଼ ସହରରେ ଭୂତଳ ଜଳସ୍ତର ନିମ୍ନଗାମୀ ହେବାକୁ ବସିଥିବା ବେଳେ ସହରରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି ।

କୁରୁଡକୋଟ ଝରଣା ଜଳକୁ ଚେକଡ୍ୟାମ ମାଧ୍ୟମରେ ସଂରକ୍ଷଣ କରି ସହରବାସୀଙ୍କୁ ଯୋଗାଇ ଦିଆଯିବାକୁ ଆଜକୁ ଦୀର୍ଘବର୍ଷ ହେଲା ବିଭିନ୍ନ ମହଲରୁ ପ୍ରଶାସନ ନିକଟରେ ଦାବି ହୋଇ ଆସୁଥିଲେ ହେଁ, ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି ଝରଣାର ଜଳକୁ ସଂରକ୍ଷଣ କରାଗଲେ ଏହା ସହରର ଭୂତଳ ଜଳସ୍ତରକୁ ବୃଦ୍ଧି କରିବା ସହିତ ସହରରେ ଦେଖାଦେଇଥିବା ଜଳ ସଙ୍କଟ ଦୂର କରିପାରିବ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.