ETV Bharat / state

କୁନ୍ତୁରୁଘାଗି ଜଳପ୍ରପାତ: ମନମୋହୁଛି କୁଳୁକୁଳୁ ଝରଣା, ମିଳୁନି ମୌଳିକ ସୁବିଧା

ଅବହେଳିତ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଫୁଲପଥର ଗ୍ରାମ ନିକଟରେ ରହିଥିବା କୁନ୍ତୁରୁଘାଗି ଜଳପ୍ରପାତ(kunturughagi waterfall) । ଏଠାକୁ ଯାତାୟତ ପାଇଁ ଖଣ୍ଡିଏ ନିତିଦିନିଆ ରାସ୍ତା ନଥିବାରୁ ଆସି ପାରୁନାହାଁନ୍ତି ଆଶାନୁରୂପ ପର୍ଯ୍ୟଟକ । ଅଧିକ ପଢନ୍ତୁ

ଅବହେଳିତ ପର୍ଯ୍ୟଟନସ୍ଥଳ କୁନ୍ତୁରୁଘାଗି ଜଳପ୍ରପାତ

author img

By

Published : Dec 2, 2021, 8:54 AM IST

Updated : Dec 2, 2021, 9:28 AM IST

ଦେବଗଡ଼: ସବୁଜ ବଣ ପାହାଡ଼ ପରିବେଷ୍ଠିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦେବଗଡ଼ ଜିଲ୍ଲା । ଏହି ଜିଲ୍ଲାରେ ରହିଛି ଛୋଟ ବଡ଼ ଅନେକ ପର୍ଯ୍ୟଟନସ୍ଥଳୀ । ସେଥିମଧ୍ୟରୁ ତିଳେଇବଣି ବ୍ଲକ ଫୁଲପଥର ଗ୍ରାମ ନିକଟରେ ରହିଥିବା କୁନ୍ତୁରୁଘାଗି ଜଳପ୍ରପାତ(kunturughagi waterfall) ହେଉଛି ଅନ୍ୟତମ । ଦେବଗଡ଼ ଜିଲ୍ଲା ଦେଇ ଅତିକ୍ରମ କରିଥିବା 49 ନମ୍ବର ଜାତୀୟ ରାଜପଥ କୈଳାଶ ଗ୍ରାମଠାରୁ 15 କିଲୋମିଟର ଦୂରରେ ଅବସ୍ଥିତ ଏହି ମନୋରମ ପର୍ଯ୍ୟଟନସ୍ଥଳୀ ।

ଅବହେଳିତ ପର୍ଯ୍ୟଟନସ୍ଥଳ କୁନ୍ତୁରୁଘାଗି ଜଳପ୍ରପାତ

ସବୁଜ ବଣ ପାହାଡ଼ ପରିବେଷ୍ଠିତ ପ୍ରାକୃତିକ ପରିବେଶରେ କୁଳୁକୁଳୁ ନାଦ କରି ଭୂପୃଷ୍ଠ ଉପରକୁ ବୋହି ଆସୁଥିବା ଏକ ପାହାଡିଆ ଝରଣା ଓ ଏହାର ପାଦଦେଶରେ ସୃଷ୍ଟି ହୋଇଥିବା ପ୍ରାକୃତିକ ଗଣ୍ଡର ଅପୂର୍ବ ଶୋଭା ବେଶ ଆକୃଷ୍ଟ କରିଥାଏ ଦର୍ଶକ ଓ ପର୍ଯ୍ୟଟକଙ୍କୁ । ଏହାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ପ୍ରତିବର୍ଷ ନଭେମ୍ବର ମାସଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଏଠାକୁ ଅନେକ ପର୍ଯ୍ୟଟକ ଆସି ବଣଭୋଜିର ମଜା ନେଇଥାନ୍ତି । ମାତ୍ର ବିଡ଼ମ୍ବନାର ବିଷୟ ଯେ, ଏବେମଧ୍ୟ ଏହି ପର୍ଯ୍ୟଟନସ୍ଥଳୀଟି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି । ଏଠାକୁ ଯାତାୟତ ପାଇଁ ଖଣ୍ଡିଏ ନିତିଦିନିଆ ରାସ୍ତା ନାହିଁ । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ନାମକୁ ମାତ୍ର ଏକ ପଦାଚଲା ରାସ୍ତା ଅଛି, ହେଲେ ଏହାର ଅବସ୍ଥା ମଧ୍ୟ ଶୋଚନୀୟ । ଫଳରେ ଏଠାକୁ ଆଶାନୁରୂପ ପର୍ଯ୍ୟଟକ ଆସି ପାରୁନାହାନ୍ତି ।

ଏହି ପର୍ଯ୍ୟଟନସ୍ଥଳୀକୁ ଖଣ୍ଡିଏ ନିତିଦିନିଆ ରାସ୍ତା ଓ ଏହାର ପାରିପାର୍ଶ୍ବିକ ଉନ୍ନତିକରଣ କରାଗଲେ, ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

Last Updated : Dec 2, 2021, 9:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.