ETV Bharat / state

ପଣ୍ଡ ହେଲା ଅପହରଣ ଉଦ୍ୟମ, ମଝି ବାଟରେ ଓଲଟିଲା ଭ୍ୟାନ

author img

By

Published : Apr 1, 2022, 11:01 PM IST

ପଣ୍ଡ ହେଲା ଯୁବକଙ୍କୁ ଅପହରଣ ଉଦ୍ୟମ । ଅପହରଣ କରି ଜଣେ ଯୁବକଙ୍କୁ ନେବା ସମୟରେ ଓଲଟି ପଡିଲା ଭ୍ୟାନ । ଅଧିକ ପଢନ୍ତୁ

ପଣ୍ଡ ହେଲା ଅପହରଣ ଉଦ୍ୟମ, ମଝି ବାଟରେ ଓଲଟି ପଡିଲା ଭ୍ୟାନ

ଦେବଗଡ଼: ପଣ୍ଡ ହେଲା ଯୁବକଙ୍କୁ ଅପହରଣ ଉଦ୍ୟମ । ଓଲଟି ପଡିଲା ଭ୍ୟାନ । ଦୁଇ ଅପହରଣକାରୀଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଖାଇରପାଲି ଫାଣ୍ଡି ଅନ୍ତର୍ଗତ ଖିଲେଇ ଗାଁ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାସ୍ତାରେ ।

ସୂଚନା ଅନୁଯାୟୀ, ଆଜି(ଶୁକ୍ରବାର) ଦିନ 11 ଟା ସମୟରେ ଖିଲେଇ ଗାଁର ପପୁନ ନାୟକ ନାମକ ଜଣେ 18 ବର୍ଷୀୟ ଯୁବକ ତାଙ୍କ ସାଙ୍ଗ ବିକାଶ ନାୟକଙ୍କ ସହିତ ସାଇକଲରେ ଖିଲେଇ ଗାଁରୁ ସିଆରୀମାଳିଆ ଅଭିମୁଖେ ଯାଉଥିଲେ । ଏହି ସମୟରେ ଗାଁ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାସ୍ତାରେ ଅନୁଗୋଳ ପଟୁ ଦେବଗଡ଼ ଅଭିମୁଖେ ଆସୁଥିବା ଏକ ପିକଅପ ଭ୍ୟାନରେ ଦୁଇଜଣ ଯୁବକ ଆସି ପପୁନକୁ ମୋବାଇଲି ମାଗିବା ଆଳରେ ଗାଡି ଭିତରକୁ ଟାଣି ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ତାଙ୍କ ସାଙ୍ଗରେ ଥିବା ବିକାଶ ନାୟକ ଚିତ୍କାର କରି ଗ୍ରାମବାସୀଙ୍କୁ ଡାକିବାରୁ ଗ୍ରାମବାସୀ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

ପଣ୍ଡ ହେଲା ଅପହରଣ ଉଦ୍ୟମ, ମଝି ବାଟରେ ଓଲଟିଲା ଭ୍ୟାନ

ଗାଡିଟି ପପୁନକୁ କିଛିଦୂର ଘୋଷାଡି ଆଣିବା ପରେ ସିଆରୀମାଳିଆ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଫଳରେ ଗାଡିରୁ ପପୁନ ଛିଟିକି ପଡ଼ିଥିଲେ । ଗ୍ରାମବାସୀ ଦୁର୍ଘଟଣାସ୍ଥଳରୁ ପପୁନକୁ ଉଦ୍ଧାର କରିବା ସହ ଗାଡ଼ିରେ ଥିବା ଦୁଇଜଣ ଅପହରଣକାରୀକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଖାଇରପାଲି ପୋଲିସ ପହଞ୍ଚି ଅଭିଯୁକ୍ତ ଦ୍ବୟଙ୍କୁ ଅଟକ ରଖିଛି । ଅପହୃତ ଯୁବକ ପପୁନ ଗୁରୁତର ଆହତ ହୋଇ ଦେବଗଡ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଅଟକ ଥିବା ଅଭିଯୁକ୍ତ ଦ୍ବୟଙ୍କ ସଠିକ ପରିଚୟ ମିଳିପାରିନାହିଁ ।

ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଞ୍ଚି ବିଜୟୱାଡା ରାସ୍ତା ଅବରୋଧ କରିଥିଲେ । ଦେବଗଡ଼ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଉକ୍ତ ପିକଅପ ଭ୍ୟାନରେ ସାମ୍ନାରେ ଓ ପଛରେ ଅଲଗା ଅଲଗା ନମ୍ବର ଥିବାରୁ ଏଥିରେ ନିଶାଦ୍ରବ୍ୟ ଚୋରା ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।

ତେବେ କେଉଁ କାରଣରୁ ଯୁବକଙ୍କୁ ଅପହରଣ କରାଯାଉଥିଲା ଏବଂ ପିକଅପ ଭ୍ୟାନରେ କଣ ଚାଲାଣ ହେଉଥିଲା, ସେନେଇ ସଠିକ ତଥ୍ୟ ମିଳିପାରିନାହିଁ । ପୋଲିସ ଅଭିଯୁକ୍ତ ଦ୍ବୟଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଘଟଣାର ରହସ୍ୟ ଜଣାପଡିବ ବୋଲି ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.