ETV Bharat / state

ଖରା ଆରମ୍ଭରୁ ଜଳକଷ୍ଟରେ ବେହାଲ କଲଣ୍ଡା ଗ୍ରାମବାସୀ - ଦେବଗଡ ଲାଟେଷ୍ଟ ନ୍ୟୁଜ୍‌

ଖରା ଦିନ ଆସିବାର ଢେର ସମୟ ପୂର୍ବରୁ ହିଁ ଦେବଗଡରେ ଆରମ୍ଭ ହୋଇଛି ଜଳକଷ୍ଟ । ଚାରିଆଡେ ପାଣି ପାଇଁ ଡହଳ ବିକଳ ଲୋକେ । ଅଧିକ ପଢନ୍ତୁ ...

summer in  deogarh, deogarh latest news, water problem in deogarh before summer, ଖରାଦିନ ପୂର୍ବରୁ ଦେବଗଡରେ ଜଳକଷ୍ଟ, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌, ଦେବଗଡରେ ଗ୍ରୀଷ୍ମ ପ୍ରବାହ
ଖରାଦିନ ଆରମ୍ଭରୁ ଜଳକଷ୍ଟରେ ବେହାଲ କଲଣ୍ଡା ଗ୍ରାମବାସୀ
author img

By

Published : Mar 17, 2020, 4:16 PM IST

ଦେବଗଡ: ଗ୍ରୀଷ୍ମଋତୁ ଆରମ୍ଭରୁ ଗାଁରେ ଦେଖା ଦେଲାଣି ଜଳକଷ୍ଟ । ପାନୀୟଜଳ ମୁନ୍ଦାଏ ପାଇଁ ଲୋକେ ହେଉଛନ୍ତି ଡହଳ ବିକଳ । ସେପଟେ ବସୁଧା ଯୋଜନାରେ ନିର୍ମିତ ପାଇପ ଜଳ ଯୋଗାଣ ପ୍ରକଳ୍ପ ଦୁଇ ମାସ ହେଲା ଅଚଳ ହୋଇ ପଡି ରହିଛି । ଏହି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର କଲଣ୍ଡା ଗାଁରେ ।

ଖରାଦିନ ଆରମ୍ଭରୁ ଜଳକଷ୍ଟରେ ବେହାଲ କଲଣ୍ଡା ଗ୍ରାମବାସୀ

ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାର କଲଣ୍ଡା ଗାଁରେ କାର୍ଯ୍ୟକାରୀ କରିଛନ୍ତି ବସୁଧା ଯୋଜନା । ଏହି ଯୋଜନା ଅନ୍ତର୍ଗତ ଗାଁରେ ନିର୍ମାଣ ହୋଇଛି ପାନୀୟ ଜଳ ପ୍ରକଳ୍ପ । ମାତ୍ର ଆଜିକୁ ଦୀର୍ଘ ଦୁଇ ମାସ ହେଲା ଅଚଳ ହୋଇ ପଡିରହିଛି ଏହି ପ୍ରକଳ୍ପ । ଫଳରେ ପାନୀୟ ଜଳ ମୁନ୍ଦାଏ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି କଲଣ୍ଡା ଗ୍ରାମବାସୀ ।

ସେପଟେ ଗାଁରେ ଥିବା 5ଟି ନଳକୂପ ମଧ୍ୟରୁ 4ଟି ନଳକୂପରୁ ପିଇବା ଉପଯୋଗୀ ପାଣି ବାହାରୁ ନାହିଁ । କେବଳ ଗୋଟିଏ ମାତ୍ର ନଳକୂପ ଉପରେ ନିର୍ଭର କରି ଆସୁଛନ୍ତି ଗାଁର 80ଟି ପରିବାର । ପାଣି ମୁନ୍ଦାଏ ପାଇଁ ଲୋକଙ୍କୁ ନଳକୂପରେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଗୋଟିଏ ମାତ୍ର ନଳକୂପ ଲୋକଙ୍କ ପାନୀୟଜଳ ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ ।

ଗାଁରେ ଦୁଇ ମାସ ହେଲା ଅଚଳ ହୋଇ ପଡ଼ିଥିବା ବସୁଧା ପାନୀୟଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଓ ଅଚଳ ନଳକୂପଗୁଡିକୁ ମରାମତି କରିବା ପାଇଁ ଗ୍ରାମବାସୀ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ହେଁ, ସମସ୍ୟାର ସମାଧାନ ହୋଇପାରୁନାହିଁ । ଜିଲ୍ଲାରେ ଅନୁଭୂତ ହେଉଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.