ଠିକାଦାରଙ୍କ କାରରୁ ମିଳିଲା ପିସ୍ତଲ ଓ ଅଫୁଟା ଗୁଳି, ସହଯୋଗୀ ସହ ଗିରଫ - ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଦେବଗଡ
ଦେବଗଡର ଜଣେ ଠିକାଦାରଙ୍କ ନିକଟରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ । ମାମଲାରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...
![ଠିକାଦାରଙ୍କ କାରରୁ ମିଳିଲା ପିସ୍ତଲ ଓ ଅଫୁଟା ଗୁଳି, ସହଯୋଗୀ ସହ ଗିରଫ ଠିକାଦାରଙ୍କ କାରରୁ ଅସ୍ତ୍ରଶସ୍ତ୍ର ଜବତ, 2 ଗିରଫ](https://etvbharatimages.akamaized.net/etvbharat/prod-images/768-512-11451072-583-11451072-1618752439550.jpg?imwidth=3840)
ଦେବଗଡ: ସ୍ଥାନୀୟ ଯୁବକଙ୍କ କାରରୁ ଅସ୍ତ୍ରଶସ୍ତ୍ର ଜବତ । ତିଳେଇବଣି ଠାରେ ଯାନବାହନ ଯାଞ୍ଚ ଚାଲିଥିଲା । ଏହି ସମୟରେ ଜଣେ ସ୍ଥାନୀୟ ଯୁବ ଠିକାଦାରଙ୍କ କାରରୁ ଗୋଟିଏ ପିସ୍ତଲ ଓ ଦୁଇଟି ଅଫୁଟା ଗୁଳି ଜବତ କରିଛି ପୋଲିସ ।
ଏଥିସହିତ ସମ୍ପୃକ୍ତ ଠିକାଦାର ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଦେବଗଡ଼ ଥାନା ଅନ୍ତର୍ଗତ ତିଳେଇବଣି ଫାଣ୍ଡି ଗତକାଲି(ଶନିବାର) ଗାଡିମୋଟର ଯାଞ୍ଚ କରୁଥିଲା । ସମ୍ବଲପୁରରୁ ତିଳେଇବଣି ଅଭିମୁଖେ ଆସୁଥିବା ଶୋଭନ କୁମାର ସାମଲ ନାମକ ଜଣେ ଯୁବ ଠିକାଦାରଙ୍କ କାରରୁ ଗୋଟିଏ ପିସ୍ତଲ ଓ ଦୁଇଟି ଅଫୁଟା ଗୁଳି ଜବତ କରିଛି ପୋଲିସ । ପୋଲିସ ଠିକାଦାରଙ୍କୁ ଆଦର୍ଶ ଥାନାକୁ ଆଣି ଅଧିକ ପଚରା ଉଚରା କରିବା ପରେ ଉକ୍ତ ମାରଣାସ୍ତ୍ର ସମ୍ବଲପୁର ଦଳେଇପଡା ଅଞ୍ଚଳର ଏମଡ଼ି ନଇମ ଖାଁଙ୍କ ଠାରୁ ଆଣିଥିବା କହିଛି ।
ବୟାନ ଆଧାରରେ ପୋଲିସ ଉଭୟ ଶୋଭନ ଓ ତାଙ୍କ ସହଯୋଗୀ ମୋଇନ ଖାଁଙ୍କୁ ଗିରଫ କରିବା ସହ କାର ଓ ମୋବାଇଲ ଫୋନ ଜବତ କରିଛି । ଆଜି(ରବିବାର) ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଦେବଗଡ଼ ଏସପି ମନୋଜ କୁମାର ମହାନ୍ତ ସୂଚନା ଦେଇଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ