ETV Bharat / state

କୋମାରେ ଲଇମୁରା ସ୍ୱାସ୍ଥ୍ୟକେନ୍ଦ୍ର, ନାହାଁନ୍ତି ଡାକ୍ତର ଗଡୁନି ଆମ୍ବୁଲାନ୍ସ - ଦେବଗଡ଼ ଜିଲ୍ଲାର ଦୁର୍ଗମ ଲଇମୁରା ସ୍ବାସ୍ଥ୍ୟକେନ୍ଦ୍ର

ଦେବଗଡ଼ ଜିଲ୍ଲାର ଦୁର୍ଗମ ଲଇମୁରା ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା । ନାହିଁ ନାହିଁରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର । ନା ଚିକିତ୍ସା ପାଇଁ ଅଛନ୍ତି ଡାକ୍ତର ନା ଗଡୁଛି ଆମ୍ବୁଲାନ୍ସ ।

healthcare in disarray
healthcare in disarray
author img

By

Published : May 11, 2023, 1:40 PM IST

healthcare in disarray

ଦେବଗଡ: ଲଇମୁରାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା । ସ୍ବାସ୍ଥ୍ୟକେନ୍ଦ୍ର ରହିଛି ହେଲେ ନାହାନ୍ତି ଡାକ୍ତର କିମ୍ବା ନର୍ସ । ଏପଟେ ବ୍ୟବହାର ନହୋଇ ପଡି ରହିଛି ଆମ୍ବୁଲାନ୍ସ । ଫଳରେ ସ୍ୱାସ୍ଥ୍ୟସେବା ନପାଇ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ । ଦେବଗଡ଼ ଜିଲ୍ଲାର ଦୁର୍ଗମ ଲଇମୁରା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ।

ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷରେ ସରକାର ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ଦୁର୍ଗମ ପାହାଡିଆ ଅଞ୍ଚଳ ଲଇମୁରା ଠାରେ ଖୋଲିଥିଲେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ସ୍ଥାୟୀ ଏଲୋପାଥିକ ଡାକ୍ତର ଓ ଜଣେ ଷ୍ଟାଫ ନର୍ସ ପଦବୀ ପାଇଁ ମଞ୍ଜୁର ମଧ୍ୟ କରିଥିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଲଇମୁରା, ପାରପୋଷି, ଝରାଗୋଗୁଆ, ଡିମିରିକୁଡ଼ା, ଗଣ୍ଡମ ଓ ଝାରମୁଣ୍ଡା ଆଦି ଛଅଟି ପଞ୍ଚାୟତର ପ୍ରାୟ 30 ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ନିର୍ଭର କରି ଆସୁଛନ୍ତି । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଆଜକୁ ଦୀର୍ଘବର୍ଷ ହେବ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର ଓ ଷ୍ଟାଫ ନର୍ସ । କେବଳ ଜଣେ ଆୟୁଷ ଡାକ୍ତରଙ୍କ ଭରସାରେ ରହିଛନ୍ତି ୩୦ ହଜାରରୁ ଊର୍ଦ୍ଧ୍ବ ପରିବାର ।

ଏଲୋପାଥିକ ଚିକିତ୍ସା ଉପରେ ସମ୍ପୃକ୍ତ ଆୟୁଷ ଡାକ୍ତରଙ୍କ ଅଭିଜ୍ଞତା ନଥିବାରୁ ଲୋକେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଫଳରେ ଏହି ଅଞ୍ଚଳର ଲୋକେ 45 କିଲୋମିଟର ଦୂରରେ ଥିବା ଦେବଗଡ଼ ଡାକ୍ତରଖାନା କିମ୍ବା କୁଚିଣ୍ଡା ଡାକ୍ତରଖାନା ଉପରେ ନିର୍ଭର କରିବାକୁ ବାଧ୍ୟ ହେଇଛନ୍ତି । ମୁଖ୍ୟତଃ ଏହି ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାମାନେ ଦୂରଦୂରାନ୍ତକୁ ଯାଇ ଚିକିତ୍ସା ହେବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆହୁରି ମଧ୍ୟ ପରିତାପର ବିଷୟ ଯେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ପାଞ୍ଚବର୍ଷ ପୂର୍ବରୁ ଭାରତୀୟ ଷ୍ଟେଟବ୍ୟାଙ୍କ ଦେବଗଡ଼ ଶାଖା ତରଫରୁ ଏକ ନୂଆ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଏହି ଆମ୍ବୁଲାନ୍ସଟିଟି ଦିନେ ହେଲେ ବି ଲୋକଙ୍କ ସେବାରେ ଆସିପାରିଲା ନାହିଁ । ଲକ୍ଷାଧିକ ଟଙ୍କା ବ୍ୟୟରେ କିଣା ଯାଇଥିବା ନୂଆଁ ଆମ୍ବୁଲାନ୍ସଟି ସ୍ବାସ୍ଥ୍ୟକେନ୍ଦ୍ରରେ ପଡିପଡି ମାଟିରେ ମିଶିବାକୁ ବସିଛି ।

ଲଇମୁରା ସ୍ଥିତ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଏଲୋପାଥିକ ଡାକ୍ତର ଓ ଜଣେ ଷ୍ଟାଫ ନର୍ସ ନିଯୁକ୍ତି ଦେବା ସହିତ ଅଚଳ ହୋଇ ପଡ଼ିଥିବା ଆମ୍ବୁଲାନ୍ସକୁ ସଜାଡି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଚାରିବର୍ଷ ହେଲା ବାରମ୍ବାର ସ୍ବାସ୍ଥ୍ୟ ବିଭାଗୀୟ କତ୍ତୃପକ୍ଷ ଓ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ଫଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କୁ ହାତପାହାନ୍ତାରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷରେ ସରକାର କେତେକଣ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ହେଲେ ସରକାରଙ୍କ ଅଧିନସ୍ଥ ସ୍ୱାସ୍ଥ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଲଇମୁରା ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥା ଦୟନୀୟ ହୋଇପଡିଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.