ETV Bharat / state

ବଡ ଠାକୁର ଜଙ୍ଘାଲିଙ୍ଗାଙ୍କୁ ପୂଜିଲେ ଗଣ୍ଡ ସମାଜ, ଉତ୍ସବ ମୁଖର ପରିବେଶ - God Jangha linga wroship by ganda samaj

ଲୁଲଙ୍ଗ ଗ୍ରାମରେ ଗଣ୍ଡ ସଂସ୍କୃତ ମହାସମାଜର ଜଙ୍ଘା ବଡ଼ଦେଵଙ୍କ ପ୍ରସିଦ୍ଧ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଗଣ୍ଡ ସମ୍ପ୍ରଦାୟ ଲୋକେ ଯୋଗଦେଇ ସେମାନଙ୍କ ଇଷ୍ଟ ଦେଵତା ଜଙ୍ଘାଲିଙ୍ଗାଙ୍କୁ ପୂଜାର୍ଚ୍ଚନା କରିଥିଲେ। ଅଧିକ ପଢନ୍ତୁ...

God Jangha linga wroship by ganda samaj
God Jangha linga wroship by ganda samaj
author img

By

Published : Jan 8, 2020, 10:06 AM IST

ଦେବଗଡ଼: ଜିଲ୍ଲାର ଲୁଲଙ୍ଗ ଗ୍ରାମରେ ଗଣ୍ଡ ସଂସ୍କୃତ ମହାସମାଜର ଜଙ୍ଘା ବଡ଼ଦେଵଙ୍କ ପ୍ରସିଦ୍ଧ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଗଣ୍ଡ ସମ୍ପ୍ରଦାୟ ଲୋକେ ଯୋଗଦେଇ ସେମାନଙ୍କ ଇଷ୍ଟ ଦେଵତା ଜଙ୍ଘାଲିଙ୍ଗାଙ୍କୁ ପୂଜାର୍ଚ୍ଚନା କରିଥିଲେ।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଲୁଲଙ୍ଗ ଗାଁ ଠାରେ ଗଣ୍ଡ ସାଂସ୍କୃତି ମହାସମାଜର ଇଷ୍ଟଦେଵ ଜଂଘା ବଡ଼ଦେଵ ତଥା ଜଂଘାଲିଙ୍ଗାଙ୍କ ବାର୍ଷିକ ପୂଜା ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟି ସଭାପତି ଦୈତାରି ନାଏକଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରସିଦ୍ଧ ପୂଜାରେ ରିଆମାଳ ଆଠପଡା ଗଣ୍ଡ ସମାଜର ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇ ସେମାନଙ୍କ ଇଷ୍ଟଦେଵତା ଜଂଘା ବଡ଼ଦେଵ ବା ଜଂଘାଲିଙ୍ଗାଙ୍କୁ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗଣ୍ଡ ସମାଜର ମହିଳା ଓ ପୁରୁଷ ଏକତ୍ରୀତ ହୋଇ ଏକ କଳସ ଶୋଭାଯାତ୍ରାରେ ନିକଟସ୍ଥ ଝରଣାରୁ ଜଳ ଆଣି ଇଷ୍ଟଦେଵ ଜଙ୍ଘାଲିଙ୍ଗାଙ୍କୁ ଅମୃତ ସ୍ନାନ କରଇବା ପରେ ପୂଜା ମଣ୍ଡପକୁ ଆଣି ସେଠାରେ ଇଷ୍ଟଦେବତାଙ୍କ ଶରୀରରେ ତୈଳ ଲେପନ କରି ପୂଜାର୍ଚ୍ଚନା କରିଥିଲେ। ଜଙ୍ଘାଲିଙ୍ଗାଙ୍କ ଦାରୁରେ ତୈଳ ଲେପନ କରି ପୂଜାର୍ଚ୍ଚନା କଲେ ସମସ୍ତ ପାପ ତାପରୁ ମୁକ୍ତି ମିଳିବା ସହିତ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି।

ବଡ ଠାକୁର ଜଙ୍ଘାଲିଙ୍ଗାଙ୍କୁ ପୂଜିଲେ ଗଣ୍ଡ ସମାଜ

ଗଣ୍ଡ ସଂସ୍କୃତି ସମାଜର ଏହି ପୂଜା ପ୍ରତିବର୍ଷ ଶାମ୍ବ ଦଶମୀରୁ ଆରମ୍ଭ ହୋଇଥାଏ । ଏହା ତିନିଦିନ ଅନୁଷ୍ଠିତ ହେବାପରେ ଉଦଯାପିତ ହୋଇଥାଏ । ଗଣ୍ଡ ସମାଜର ଏହି ଜଙ୍ଗାଲିଙ୍ଗା ପୂଜା ଜଗନ୍ନାଥ ସଂସ୍କୃତି ସହିତ ଅନେକାଂଶରେ ଜଡ଼ିତ । ଜଗନ୍ନାଥ ସଂସ୍କୃତି ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଣ୍ଟା ର ଉପରି ଅଂଶକୁ ଦାରୁବ୍ରହ୍ମ ରୂପରେ ଶ୍ରୀକ୍ଷେତ୍ରରେ ପୂଜନ କରାଯାଉଥିବା ବେଳେ, ଗଣ୍ଡ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଜଗନ୍ନାଥଙ୍କ ଜଙ୍ଘ ଠାରୁ ନିମ୍ନଭାଗ ଦାରୁବ୍ରହ୍ମକୁ ଜଙ୍ଘା ଲିଙ୍ଗା ବା ଜଙ୍ଘା ବଡ଼ଦେଵଙ୍କ ରୂପରେ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପୂଜା ବହୁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇ ଆସୁଛି ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

Intro:ଦେବଗଡ଼ ଜିଲ୍ଲା ଲୁଲଙ୍ଗ ଗାଁ ରେ ଗଣ୍ଡ ସଂସ୍କୃତ ମହାସମାଜ ର ଜଂଘା ବଡ଼ଦେଵ ଙ୍କ ପ୍ରସିଦ୍ଧ ବାର୍ଷିକ ପୂଜା ଅନୁଷ୍ଠିତ ହୋଇ ଯାଇଛି । ଏହି ପୂଜାରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଗଣ୍ଡ ସମ୍ପ୍ରଦାୟ ଲୋକେ ଯୋଗଦେଇ ସେମାନଙ୍କ ଇଷ୍ଟଦେଵତା ଜଙ୍ଗାଲିଙ୍ଗା ଙ୍କୁ ପୂଜାର୍ଚ୍ଚନା କରିଥିଲେ ।

Body:ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଲୁଲଙ୍ଗ ଗାଁ ଠାରେ ଗଣ୍ଡ ସାଂସ୍କୃତି ମହା ସମାଜ ର ଇଷ୍ଟଦେଵ ଜଂଘା ବଡ଼ଦେଵ ତଥା ଜଂଘାଲିଙ୍ଗା ଙ୍କ ବାର୍ଷିକ ପୂଜା ମହୋତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟି ସଭାପତି ଦୈତାରି ନାଏକ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସିଦ୍ଧ ପୂଜାରେ ରିଆମାଳ ଆଠପଡା ଗଣ୍ଡ ସମାଜ ର ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇ ସେମାନଙ୍କ ଇଷ୍ଟଦେଵତା ଜଂଘା ବଡ଼ଦେଵ ବା ଜଂଘାଲିଙ୍ଗା ଙ୍କୁ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି । ଏହି ପରିପ୍ରେକ୍ଷୀ ରେ ଗଣ୍ଡ ସମାଜ ର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ଏକ କଳଷ ଶୋଭାଯାତ୍ରା ରେ ନିକଟସ୍ଥ ଝରଣାରୁ ଜଳ ଆଣି ଇଷ୍ଟଦେଵ ଜଙ୍ଗାଲିଙ୍ଗା ଙ୍କୁ ଅମୃତ ସ୍ନାନ କରଇବା ପରେ ପୂଜା ମଣ୍ଡପ କୁ ଆଣି ସେଠାରେ ଇଷ୍ଟଦେବତା ଙ୍କ ଶରୀରରେ ତୈଳ ଲେପନ କରି ପୂଜାର୍ଚ୍ଚନା କରିଥିଲେ । ଜଙ୍ଗାଲିଙ୍ଗା ଙ୍କ ଦାରୁ ରେ ତୈଳ ଲେପନ କରି ପୂଜାର୍ଚ୍ଚନା କଲେ ସମସ୍ତ ପାପ ତାପ ରୁ ମୁକ୍ତି ମିଳିବା ସହିତ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

Conclusion:ଗଣ୍ଡ ସଂସ୍କୃତି ସମାଜର ଏହି ପୂଜା ପ୍ରତିବର୍ଷ ଶାମ୍ବ ଦଶମୀ ରୁ ଆରମ୍ଭ ହୋଇଥାଏ ଓ ଏହା ତିନିଦିନ ଅନୁଷ୍ଠିତ ହେବାପରେ ଉଦଯାପିତ ହୋଇଥାଏ । ଗଣ୍ଡ ସମାଜର ଏହି ଜଙ୍ଗାଲିଙ୍ଗା ପୂଜା ଜଗନ୍ନାଥ ସଂସ୍କୃତି ସହିତ ଅନେକାଂଶରେ ଜଡ଼ିତ । ଜଗନ୍ନାଥ ସଂସ୍କୃତି ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅଣ୍ଟା ର ଉପରି ଅଂଶ କୁ ଦାରୁବ୍ରହ୍ମ ରୂପରେ ଶ୍ରୀକ୍ଷେତ୍ର ରେ ପୂଜନ କରାଯାଉଥିବା ବେଳେ , ଗଣ୍ଡ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଜଗନ୍ନାଥ ଙ୍କ ଜଙ୍ଘ ଠାରୁ ନିମ୍ନଭାଗ ଦାରୁବ୍ରହ୍ମ କୁ ଜଂଘାଲିଙ୍ଗା ବା ଜଂଘା ବଡ଼ଦେଵ ଙ୍କ ରୂପରେ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପୂଜା ବହୁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇ ଆସୁଛି ।

Byte 1 - ଦୈତାରି ନାଏକ ( ଆଠପଡା ପ୍ରଗଣ ଗଣ୍ଡ ସମାଜ ସଭାପତି )
Byte 2 - ନିରଞ୍ଜନ କୁମୁରା ( ପୂଜକ )

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.