ETV Bharat / state

ଦେବଗଡ଼ ବାରକୋଟରେ ଛେଳି ମଡକ, ଦଶଦିନରେ ୬୦ ଛେଳି ମୃତ - ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥା

କୌଣସି ଅଜଣା ରୋଗ କାରଣରୁ ବାରକୋଟ ବ୍ଲକ ବିଜାଡ଼ିହି ଗାଁରେ ଛେଳି ମଡ଼କ ଦେଖାଦେଇଛି । ଏଥିପାଇଁ ଦଶଦିନରେ ୬୦ରୁ ଅଧିକ ଛେଳି ମରିଯାଇଥିବା ଦେଖିବାକୁ ମିଳିଛି ।

deogarh
ଦେବଗଡ଼ ବାରକୋଟରେ ଛେଳି ମଡକ
author img

By

Published : Dec 30, 2019, 1:14 AM IST

ଦେବଗଡ଼: ବାରକୋଟ ବ୍ଲକ ବିଜାଡ଼ିହି ଗାଁରେ ଛେଳି ମଡ଼କ ଦେଖାଦେଇଛି । କୌଣସି ଅଜଣା ରୋଗ କାରଣରୁ ଦଶଦିନରେ ୬୦ରୁ ଅଧିକ ଛେଳି ମରିଯାଇଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ଛେଳି ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହା ଦ୍ବାରା ଛେଳିଚାଷ କରି ଜୀବିକା ନିର୍ବାହ କରୁଥିବା ପାଉଡ଼ିଭୂୟାଁ ଜନଜାତିର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ କହିଛନ୍ତି ।

ଦେବଗଡ଼ ବାରକୋଟରେ ଛେଳି ମଡକ

ସରୁଆଳି ପଞ୍ଚାୟତର ବିଜାଡ଼ିହି ଗାଁରେ ଅଜଣା ରୋଗରେ ଦଶଦିନରେ ମଲେଣି ୬୦ରୁ ଅଧିକ ଛେଳି । ଏବେବି ଗାଁର ଅନେକ ଛେଳି ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ଛେଳି ମାନଙ୍କ ନାକରୁ ପାଣି ବାହାରିବା ଓ ପେଟ ଫୁଲିଯିବା କାରଣରୁ ଛେଳିମାନେ ଠିକ ଭାବେ ଚରାବୁଲା କରିନପାରି ମୃତ୍ୟୁବରଣ କରୁଥିବା ଜଣାଯାଇଛି । ଜିଲ୍ଲାରେ ଅତ୍ୟଧିକ ଥଣ୍ଡା ପ୍ରବାହ କାରଣରୁ ଛେଳି ମୃତ୍ୟୁ ହେଉଥିବା ସାଧାରଣରେ ସନ୍ଦେହ କରାଯାଉଥିବା ବେଳେ ଏହାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଫଳରେ ଛେଳିଚାଷ କୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଥିବା ଗ୍ରାମବାସୀ ଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳି ଯାଇଛି ।

ସୂଚନାଯୋଗ୍ୟ ଯେ , ସରୁଆଳି ପଂଚାୟତର ବିଜାଡ଼ିହି ଗାଁରେ ବସବାସ କରନ୍ତି ୪୦ଟି ପାଉଡିଭୂୟାଁ ଆଦିମ ଜନଜାତି ପରିବାର । ଏହି ଜନଜାତିର ଆର୍ଥିକ ବିକାଶ କରିବାକୁ ଦେବଗଡ଼ ଜିଲ୍ଲା ରୁଗୁଡାକୁଦର ସ୍ଥିତ ପାଉଡିଭୂୟାଁ ଉନ୍ନୟନ ସଂସ୍ଥା (PBDA) ପକ୍ଷରୁ ଛେଳିଚାଷ ପାଇଁ କିଛିମାସ ପୂର୍ବରୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥିଲା । ଗ୍ରାମବାସୀ ପ୍ରୋତ୍ସାହନ ରାଶି ପାଇବା ପରେ ଛେଳିଚାଷ ଆରମ୍ଭ କରି ଆସୁଥିଲେ । ମାତ୍ର ବିଗତ କିଛିଦିନ ମଧ୍ୟରେ ଏହି ଗାଁରେ ବ୍ୟାପିଥିବା ଅଜଣା ରୋଗରେ ଅଧିକ ସଂଖ୍ୟାରେ ଛେଳି ମୃତ୍ୟୁବରଣ କରିବା ଓ ଅନେକ ଛେଳି ଆକ୍ରାନ୍ତ ହେବା ଛେଳିଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି ।

ରୋଗ ନିରୂପଣ ଓ ଏହାର ନିରାକରଣ କରିବା ପାଇଁ ଗ୍ରାମବାସୀ ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥା କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପ୍ରାଣୀଧନ ନିରୀକ୍ଷକଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ଛେଳିଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଦେବଗଡ଼ରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

Intro:ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବିଜାଡ଼ିହି ଗାଁ ରେ ବ୍ୟାପିଛି ଛେଳି ମରୁଡ଼ି । ଅଜଣା ରୋଗରେ ବିଗତ ଦଶଦିନ ରେ ମଲେଣି ୬୦ ରୁ ଅଧିକ ଛେଳି । ଜୀବିକା ହରାଇବାରେ ଲାଗିଛନ୍ତି ପାଉଡ଼ିଭୂୟାଁ ଜନଜାତି ର ଛେଳିଚାଷୀ ।

Body:ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ପଂଚାୟତ ର ବିଜାଡ଼ିହି ଗାଁ ରେ ବ୍ୟାପିଛି ଛେଳି ମରୁଡି । ଅଜଣା ରୋଗରେ ବିଗତ ଦଶଦିନ ରେ ରେ ମଲେଣି ୬୦ ରୁ ଅଧିକ ଛେଳି । ଗାଁ ର ଅନେକ ଛେଳି ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ଛେଳି ମାନଙ୍କ ନାକରୁ ପାଣି ବାହାରିବା ଓ ପେଟ ଫୁଲିଯିବା କାରଣରୁ ଛେଳିମାନେ ଠିକ ଭାବେ ଚରାବୁଲା କରିନପାରି ମୃତ୍ୟୁବରଣ କରୁଥିବା ଜଣାଯାଇଛି । ଜିଲ୍ଲାରେ ଅତ୍ୟଧିକ ଥଣ୍ଡା ପ୍ରବାହ କାରଣରୁ ଛେଳି ମରୁଡି ବ୍ୟାପୁଥିବା ସାଧାରଣରେ ସନ୍ଦେହ କରାଯାଉଥିବା ବେଳେ , ଏହାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଫଳରେ ଛେଳିଚାଷ କୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଥିବା ଗ୍ରାମବାସୀ ଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳି ଯାଇଛି । ଛେଳି ମରୁଡ଼ି ଯୋଗୁଁ ଜୀବିକା ହରାଇବାର ଚିନ୍ତା ରେ ଅଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ , ସରୁଆଳି ପଂଚାୟତ ର ବିଜାଡ଼ିହି ଗାଁ ରେ ବସବାସ କରନ୍ତି ୪୦ ଟି ପାଉଡି ଭୂୟାଁ ଆଦିମ ଜନଜାତି ପରିବାର । ଏହି ଜନଜାତି ର ଆର୍ଥିକ ବିକାଶ କରିବା ତଥା ଲୋକଙ୍କୁ ଛେଳିଚାଷ ମାଧ୍ୟମରେ ସ୍ୱାବଲମ୍ବୀ କରିବା ଲକ୍ଷ ରେ ଦେବଗଡ଼ ଜିଲ୍ଲା ରୁଗୁଡାକୁଦର ସ୍ଥିତ ପାଉଡିଭୂୟାଁ ଉନ୍ନୟନ ସଂସ୍ଥା ( PBDA ) ପକ୍ଷରୁ ଛେଳିଚାଷ ପାଇଁ କିଛିମାସ ପୂର୍ବରୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥିଲା । ଗ୍ରାମବାସୀ ପ୍ରୋତ୍ସାହନ ରାଶି ପାଇବାପରେ ଛେଳିଚାଷ ଆରମ୍ଭ କରି ଆସୁଥିଲେ । ମାତ୍ର ବିଗତ କିଛିଦିନ ମଧ୍ୟରେ ଏହି ଗାଁ ରେ ବ୍ୟାପିଥିବା ଅଜଣା ରୋଗ ରେ ଆକ୍ରାନ୍ତ ହୋଇ ୬୦ ରୁ ଅଧିକ ସଂଖ୍ୟାରେ ଛେଳି ମୃତ୍ୟୁବରଣ କରିବା ଓ ଅନେକ ଛେଳି ଆକ୍ରାନ୍ତ ହେବା ଛେଳିଚାଷୀ ଙ୍କୁ ଚିନ୍ତା ବଢ଼ାଇ ଦେଇଛି । ରୋଗ ନିରୂପଣ ଓ ଏହାର ନିରାକରଣ କରିବା ପାଇଁ ଗ୍ରାମବାସୀ ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥା କତ୍ତୃପକ୍ଷ ଙ୍କ ଠାରୁ ଆରମ୍ଭ କରି ପ୍ରାଣୀଧନ ନିରୀକ୍ଷକ ଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ଫଳରେ ଛେଳିଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

Conclusion:ବିଜାଡ଼ିହି ଗାଁ ରେ ବ୍ୟାପିଥିବା ଛେଳି ମରୁଡି କୁ ରୋକିବା ତଥା ଏହି ଅଜଣା ରୋଗ ର ନିରୂପଣ କରି ଏହାର ନିରାକରଣ କରିବା ଦିଗରେ ପ୍ରାଣୀଧନ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆନଗଲେ ଏହି ରୋଗ ଆଖପାଖ ଅଂଚଳ କୁ ବ୍ୟାପିବା ସଙ୍ଗେସଙ୍ଗେ ଏ ଅଂଚଳରେ ଛେଳିମୃତ୍ୟୁ ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି ।

byte 1 - ନିର ଦେହୁରୀ ( ଛେଳିଚାଷୀ )
byte 2 - ନବ ଦେହୁରୀ ( ଛେଳିଚାଷୀ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.