ETV Bharat / state

ଦିନକ ପରେ ଦେବଗଡ଼ ପ୍ରସିଦ୍ଧ ଗଣେଶ ମେଳା, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି

author img

By ETV Bharat Odisha Team

Published : Sep 17, 2023, 9:49 AM IST

ଦେବଗଡ଼ ଜିଲ୍ଲାର ଗଣପର୍ବ ପ୍ରସିଦ୍ଧ ଗଣେଶ ମେଳା ପାଇଁ ପ୍ରସ୍ତୁତିପର୍ବ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ , ଚଳିତ ବର୍ଷ ଏହି 75 ତମ ବର୍ଷ ପୂର୍ତ୍ତି ଅବସରରେ ମେଳାକୁ ଅଧିକ ଆକର୍ଷଣୀୟ ଓ ଧୁମଧାମ ରେ ପାଳନ କରାଯିବାକୁ ମେଳା କମିଟି କର୍ମକର୍ତ୍ତା ତତ୍ପର ହୋଇଛନ୍ତି ।

ଆଉ ଦିନକ ପରେ ଦେବଗଡ଼ ପ୍ରସିଦ୍ଧ ଗଣେଶ ମେଳା, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି

ଦେବଗଡ: ଆଉ ଦିନକ ପରେ ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନହର୍ତ୍ତା ଗଜାନନ । ଯାହାକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଦେବଗଡ଼ ଜିଲ୍ଲାରେ ମଧ୍ୟ ବେଶ ଧୁମଧାମରେ ପାଳନ କରାଯାଏ ଗଣେଶ ପୂଜା । ପ୍ରସିଦ୍ଧ ଗଣପର୍ବ ଗଣେଶ ପୂଜା ପାଇଁ ଜିଲ୍ଲାରେ ପ୍ରସ୍ତୁତିପର୍ବ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ, ଚଳିତ ବର୍ଷ ଏହି 75 ତମ ବର୍ଷ ପୂର୍ତ୍ତି ଅବସରରେ ମେଳାକୁ ଅଧିକ ଆକର୍ଷଣୀୟ ଓ ଧୁମଧାମରେ ପାଳନ କରାଯିବାକୁ ମେଳା କମିଟି କର୍ମକର୍ତ୍ତା ତତ୍ପର ହୋଇଛନ୍ତି ।

ଆସନ୍ତା 19 ଠାରୁ ଆରମ୍ଭ ହେବ ଦେବଗଡ଼ ଜିଲ୍ଲାର ଗଣପର୍ବ ପ୍ରସିଦ୍ଧ ଗଣେଶ ପୂଜା । ଦୀର୍ଘ ଦଶଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆକର୍ଷଣୀୟ ତୋରଣ ସହିତ ସୁନ୍ଦର ଆଲୋକ ମାଳାରେ ସହର ସୁସଜ୍ଜିତ ହୋଇଉଠିଛି । ଶ୍ରୀ ଗଣେଶଙ୍କ ମୂର୍ତ୍ତି ସମେତ ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତି ତିଆରି ପ୍ରାୟତଃ ସରିଥିବା ବେଳେ, କାରିଗର ଏହା ଉପରେ ଶେଷ ସ୍ପର୍ଶ ଦେବା କାର୍ଯ୍ୟ କେବଳ ବାକି ରହିଛି ।

ଗତ 1949 ମସିହା ଠାରୁ ଦେବଗଡ଼ ସହରରେ ପାଳିତ ହୋଇ ଆସୁଥିବା ଏହି ମେଳାକୁ ଚଳିତ ବର୍ଷ 75 ବର୍ଷ ପୂର୍ତ୍ତି ଅବସରରେ ଆୟୋଜକ ଜିଲ୍ଲା ବଣିକ ସଙ୍ଘ ପକ୍ଷରୁ ଏହାର ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ଏହି ମେଳାକୁ ଅଧିକ ଆକର୍ଷଣୀୟ ଓ ମନୋରମ କରିବା ପାଇଁ 50 ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିବା ବେଳେ ସାଜସଜ୍ଜା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଥିବା ମେଳା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା 18 ତାରିଖ ଦିନ ଅଧିବାସ କାର୍ଯ୍ୟକ୍ରମ ହେବ ଓ 19 ତାରିଖ ଠାରୁ 28 ତାରିଖ ପର୍ଯ୍ୟନ୍ତ ପୂଜା ମଣ୍ଡପରେ ବିଘ୍ନ ବିନାଶକ ପୂଜା ପାଇବେ । ଏହାପରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ପ୍ରତି ସନ୍ଧ୍ୟାରେ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ପାଇଁ ମେଲୋଡି, ଭଜନ ସମାରୋହ, ଅପେରା ଆଦି ସମେତ ଆହୁରି ଅନେକ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହିତ ଭକ୍ତଙ୍କୁ ଅନ୍ନଭୋଗ ବଣ୍ଟନ ବ୍ୟବସ୍ଥା କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି: ମାଟିରେ ତିଆରି କରି ହଳଦୀ ଓ କୁଙ୍କୁମରେ ରଙ୍ଗ କଲେ ଛାତ୍ରଛାତ୍ରୀ

ଏହାମଧ୍ୟ ପଢନ୍ତୁ..ଆସୁଛନ୍ତି ଗଜାନନ, ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଵ୍ୟସ୍ତ କାରିଗର

ଆସନ୍ତା 30 ତାରିଖ ଦିନ ଏହି ମେଳାର ମୁଖ୍ୟ ଆକର୍ଷଣ ଶ୍ରୀଗଣେଶଙ୍କ ଆଶୀର୍ବାଦ ଲଡୁକୁ ଲାଟେରୀ ମାଧ୍ୟମରେ ଭାଗ୍ୟଶାଳୀ ବିଜେତାଙ୍କୁ ପ୍ରଦାନ କରାଯିବ । ମେଳାକୁ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ସହଯୋଗ ର ହାତ ବଢ଼ାଇ ବ୍ୟାପକ ପ୍ରସ୍ତୁତି ଜାରି ରଖିଛନ୍ତି ।

ଦେବଗଡ଼ ପ୍ରସିଦ୍ଧ ଗଣେଶ ମେଳାର ବିଶେଷତ୍ୱ ହେଲା, ଏହି ମେଳା ସର୍ବଧର୍ମ ସମନ୍ୱୟର ପ୍ରତୀକ । ପ୍ରାରମ୍ଭରୁ ଏହି ମେଳାରେ ହିନ୍ଦୁ , ମୁସଲମାନ, ଖ୍ରୀଷ୍ଟିଆନ ଆଦି ସର୍ବଧର୍ମ ସମନ୍ୱୟ ଭାଇଚାରାର ଅପୂର୍ବ ମିଳନ ଦେଖିବାକୁ ମିଳିଥାଏ । ସବୁଧର୍ମ ଓ ସମ୍ପ୍ରଦାୟର ଲୋକେ ଏଥିରେ ସହଯୋଗ କରି ମେଳାକୁ ଉପଭୋଗ କରିଥାନ୍ତି । ଦୀର୍ଘ 75 ବର୍ଷ ହେଲା ଦେବଗଡ଼ ସହରରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଆସୁଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.