ETV Bharat / state

ମିଲର ନେଉନି ଧାନ, ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର କ୍ବିଣ୍ଟାଲ ଧାନବସ୍ତା - Farmers facing problems in buying paddy

ଦେବଗଡ଼ ଜିଲ୍ଲାରେ ସ୍ଥାଣୁ ପାଲଟିଥିବା ଯୋଗାଣ ବ୍ୟବସ୍ଥାର ଏଭଳି ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଚଢ଼େଇମରା କୃଷି ସେବା ସମବାୟ ସମିତିରେ ।

ମିଲର ନେଉନି ଧାନ
ମିଲର ନେଉନି ଧାନ
author img

By

Published : Feb 9, 2021, 7:35 PM IST

ଦେବଗଡ଼: ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଧାନ କିଣାକୁ ନେଇ ଦେଖାଦେଇଛି ଅନେକ ସମସ୍ୟା । ଦେବଗଡର ଗାନ୍ଧିଜୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ରି ହୋଇ ନପାରି ପଡିରହିଛି ହଜାର ହଜାର କ୍ବିଣ୍ଟାଲ ଧାନବସ୍ତା । ସେପଟେ ଧାନ ବିକ୍ରୟ କରି ନପାରି ମୁଣ୍ଡରେ ହାତଦେଇ ବସିରହିଛନ୍ତି ଚାଷୀକୁଳ ।

ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର କ୍ବିଣ୍ଟାଲ ଧାନବସ୍ତା

ଦେବଗଡ଼ ଜିଲ୍ଲାରେ ସ୍ଥାଣୁ ପାଲଟିଥିବା ଯୋଗାଣ ବ୍ୟବସ୍ଥାର ଏଭଳି ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଚଢ଼େଇମରା କୃଷି ସେବା ସମବାୟ ସମିତିରେ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଚଢ଼େଇମରା କୃଷି ସେବା ସମବାୟ ସମିତିରେ ଧାନ କିଣାରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା ।

ଗାନ୍ଧିଜୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ବସ୍ତାବସ୍ତା ଧାନ

ଆଜିକୁ ଦୀର୍ଘ ଏକମାସ ହେଲା ଏହି ସମବାୟ ସମିତି କାର୍ଯ୍ୟାଳୟ ପରିଷଦରେ ପରିତ୍ୟକ୍ତ ଭାବେ ପଡିରହିଛି ହଜାର ହଜାର କ୍ବିଣ୍ଟାଲ ଧାନବସ୍ତା। ନା ଏଠାକୁ ମିଲର ଆସୁଛନ୍ତି , ନା ଯୋଗାଣ ବିଭାଗର ଦେଖା ମିଳୁଛି । ସବୁକିଛି ଯେଭଳି ଠପ ହୋଇ ପଡିଛି ଏଠାରେ । ସୂଚନା ଅନୁଯାୟୀ , ରିଆମାଳ ବ୍ଲକ ନୂଆପଡା ଗ୍ରାମର ଶତାଧିକ ଚାଷୀ ଚଢ଼େଇମରା ସେବା ସମବାୟ ସମିତିରେ ଧାନ ବିକ୍ରି କରିବା ପାଇଁ ଗତ 11 , 18 ଓ 20 ତାରିଖରେ ତିନୋଟି ପର୍ଯ୍ୟାୟରେ ଟୋକନ ପାଇଥିଲେ ।

ଧାନ କିଣାକୁ ନେଇ ଚିନ୍ତାରେ ଚାଷୀ
ଧାନ କିଣାକୁ ନେଇ ଚିନ୍ତାରେ ଚାଷୀ

ସେହି ମୁତାବକ ଚାଷୀମାନେ ଚଢ଼େଇମରା ସେବା ସମବାୟ ସମିତିକୁ ଧାନ ଆଣିଥିଲେ । ମାତ୍ର ବିଡମ୍ବନାର ବିଷୟ ଯେ , ଚାଷୀଙ୍କ ଧାନ କିଣିବା ପାଇଁ ଏଠାରେ ମାସେ ହେଲା ମିଲର କିମ୍ବା ଯୋଗାଣ ବିଭାଗର ଦେଖା ମିଳୁନାହିଁ । ଫଳରେ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିଷରରେ ପାଖାପାଖି 3 ହଜାର କ୍ବିଣ୍ଟାଲ ଧାନ ଗଦା ହୋଇ ପଡିରହିଛି ।

ସେପଟେ ଧାନ ବିକ୍ରି କରି ନପାରି ଚାଷୀକୁଳ ମୁଣ୍ଡରେ ହାତଦେଇ ବସି ରହିଛନ୍ତି । ଧାନ ସଂଗ୍ରହ କରୁଥିବା ମିଲରଙ୍କ ପ୍ରତି ଯୋଗାଣ ବିଭାଗ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ପ୍ରଶାସନର ଅହେତୁକ ଅନୁକମ୍ପା କାରଣରୁ ସମଗ୍ର ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.