ETV Bharat / state

ଅବକାରୀ ଚଢାଉ: ବିପୁଳ ପରିମାଣରେ ଦେଶୀମଦ ଜବତ, 5 ଗିରଫ - ବକାରୀ ନିରୀକ୍ଷକ ପଦ୍ମ ଲୋଚନ ପ୍ରଧାନଙ୍କ ନ୍ୟୁଜ

ଦେବଗଡ଼ରେ ବିଗତ କିଛିମାସ ହେଲା ଚୋରା ମଦ କାରବାର ବୃଦ୍ଧି ପାଇଛି। ଯାହାର ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗ ।

ବିପୁଳ ପରିମାଣରେ ଦେଶୀମଦ ଜବତ ସହ 5 ଗିରଫ
ବିପୁଳ ପରିମାଣରେ ଦେଶୀମଦ ଜବତ ସହ 5 ଗିରଫ
author img

By

Published : Mar 20, 2021, 8:33 AM IST

ଦେବଗଡ଼: ସହରରେ ଅବକାରୀ ବିଭାଗ ପକ୍ଷରୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରର ଚଢାଉ କରାଯାଇ 75 ଲିଟର ଦେଶୀମଦ ଓ ବିପୁଳ ପରିମାଣରେ ମହୁଲ ପୋଚ ଜବତ କରାଯିବା ସହିତ 5 ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ପଦ୍ମ ଲୋଚନ ପ୍ରଧାନଙ୍କ ନେତୃତ୍ବରେ ବିଭାଗୀୟ କର୍ମଚାରୀ ମାନେ ଶୁକ୍ରବାର ଦେବଗଡ଼ ପୌରାଞ୍ଚଳର ପୁରୁଣାଗଡ଼ ପେଟ୍ରୋଲ ପମ୍ପ ସାହି , ହାତିଶାଳ ସାହି ଓ ପ୍ରଧାନ ସାହିରେ ଚଢାଉ କରିଥିଲେ ।

ବିପୁଳ ପରିମାଣରେ ଦେଶୀମଦ ଜବତ ସହ 5 ଗିରଫ

ଚଢାଉ ବେଳେ ପେଟ୍ରୋଲ ପମ୍ପ ସାହିର ଅଜିତ ହସ୍ତୀ, ହାତିଶାଳ ସାହିର ବିନୋଦ ଖଡ଼ିଆ ଓ ପ୍ରଧାନ ସାହିର ରଞ୍ଜିତ ଶୋଲେ, ଶଶୀ ମୁଣ୍ଡା ଓ ଅଜିତ ଶୋଲେଙ୍କ ଘରୁ 75 ଲିଟର ଦେଶୀ ମଦ ସହିତ ବିପୁଳ ପରିମାଣରେ ମହୁଲ ପଚ ଜବତ କରିବା ସହିତ ଉପରୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଅବକାରୀ ବିଭାଗ।

ଦେବଗଡ଼ ପୌରାଞ୍ଚଳରେ ବିଗତ କିଛିମାସ ହେଲା ଚୋରାମଦ କାରବାର ବୃଦ୍ଧି ପାଇବାରେ ଲାଗିଥିବା ବେଳେ , ଏହି ଚଢାଉ ପରେ ମଦ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.