ETV Bharat / state

ପାନୀୟ ଜଳ ସଙ୍କଟରେ ଛତ୍ରିପିଟା ଗାଁର 100ରୁ ଊର୍ଦ୍ଧ୍ବ ପରିବାର

author img

By

Published : Jul 5, 2020, 7:26 PM IST

ପିଇବା ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ । ଅନ୍ୟ କୌଣସି ବିକଳ୍ପ ନଥିବାରୁ ନଳକୂପର ଦୂଷିତ ପାଣି ଉପରେ ନିର୍ଭର କରି ଆସୁଛନ୍ତି ଛତ୍ରିପୁର ଗାଁର 100ରୁ ଊର୍ଦ୍ଧ୍ବ ପରିବାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରିଆମାଳ ବ୍ଲକର ଛତ୍ରିପିଟା ଗାଁରେ । ଅଧିକ ପଢନ୍ତୁ...

ପାନୀୟ ଜଳ ସଙ୍କଟରେ ଛତ୍ରିପିଟା ଗାଁ, ଦୂଷିତ ଜଳ ପିଉଛନ୍ତି 100ରୁ ଊର୍ଦ୍ଧ୍ବ ପରିବାର

ଦେବଗଡ: ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ ରିଆମାଳ ବ୍ଲକ ପଳସମା ପଞ୍ଚାୟତର ଛତ୍ରିପିଟା ଗାଁରେ । ଗାଁରେ ବସବାସ କରୁଥିବା 100ରୁ ଊର୍ଦ୍ଧ୍ବ ପରିବାର ପାଇଁ ରହିଛି ମାତ୍ର 3ଟି ନଳକୂପ । ସେଥିମଧ୍ୟରୁ ଗୋଟିଏ ନଳକୂପ ସ୍କୁଲ ପରିସରରେ ଥିବାରୁ ଆଉ ଦୁଇଟି ନଳକୂପ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ଗାଁର ଏହି 100 ପରିବାର ।

ତେବେ ପରିତାପର ବିଷୟ, ଏହି ଦୁଇଟି ନଳକୂପରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନୁହେଁ । ନଳକୂପ 2ଟିରୁ କାଦୁଅ ମିଶ୍ରିତ ଜଳ ବାହାରୁ ଥିବାରୁ ଅଧିକାଂଶ ସମୟରେ ଜଳରେ ପୋକଜୋକ ବାହାରୁ ଥିବାରୁ ଗ୍ରାମର ମହିଳମାନେ କହିଛନ୍ତି । ହେଲେ ପାନୀୟ ଜଳ ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଗ୍ରାମବାସୀ ଏହି ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ।

ସେପଟେ ରାଜ୍ୟବ୍ୟାପୀ କୋରୋନା ଭୟ ରହିଥିବା ବେଳେ ଏହି ଦୂଷିତ ପାଣି ପିଇ ଗ୍ରାମବାସୀ ନାନାଦି ରୋଗରେ ପୀଡିତ ହେଉଥିବା କହିଛନ୍ତି । ପାନୀୟ ଜଳକୁ ନେଇ ଗ୍ରାମବାସୀଙ୍କ ଏଭଳି ସ୍ଥିତିକୁ ଦୃଷ୍ଟି ରଖି ସ୍ଥାନୀୟ ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.