ETV Bharat / state

ଦେବଗଡ଼ରେ କଳାକାରଙ୍କ ସମାବେଶ, ସରକାରୀ ପ୍ରୋତ୍ସାହନ ଦାବି - gathering in deogarh

Artist Gathering:ଶ୍ରୀଜଗନ୍ନାଥ ନାମ ସଂକୀର୍ତ୍ତନ ଲୋକକଳା ପରିଷଦ ପକ୍ଷରୁ କଳାକାରଙ୍କ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଦେବଗଡ଼ରେ କଳାକାରଙ୍କ ସମାବେଶ , କଳାକାରଙ୍କୁ ସରକାରୀ ପ୍ରୋତ୍ସାହନ ଦାବି

author img

By ETV Bharat Odisha Team

Published : Jan 8, 2024, 6:45 AM IST

ଦେବଗଡ଼ରେ କଳାକାରଙ୍କ ସମାବେଶ , କଳାକାରଙ୍କୁ ସରକାରୀ ପ୍ରୋତ୍ସାହନ ଦାବି

ଦେବଗଡ଼: ଜିଲ୍ଲା ବାରକୋଟ ବ୍ଳକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ ଜିଲ୍ଲାସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ । ଏହି ସମାବେଶରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ କଳାକାର ମାନେ ଆସି ସେମାନଙ୍କ କଳା ପ୍ରଦର୍ଶନ କରିବା ସହ କଳାକାରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀଜଗନ୍ନାଥ ନାମ ସଂକୀର୍ତ୍ତନ ଲୋକକଳା ପରିଷଦ ପକ୍ଷରୁ ଆଜି ବାରକୋଟ ବ୍ଲକ ଗୋଳାବନ୍ଧ ଗ୍ରାମ ଠାରେ କଳାକାରଙ୍କ ମହାସମାବେଶ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାର ତିନୋଟି ବ୍ଲକର ଲୋକକଳା ଓ ସାଂସ୍କୃତିକ କଳାକାର ମାନଙ୍କର ଉନ୍ନତି ମୂଳକକାର୍ଯ୍ୟ ତଥା ଲୋକକଳାର ପ୍ରଚାର ପାଇଁ ସରକାରଙ୍କ‌ ତରଫରୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବା ଲକ୍ଷରେ ଏହି ମହାସମାବେଶ ହୋଇଥିଲା ।

ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ମନୋରଞ୍ଜନ ସୂତାର ଯୋଗଦେଇ ସମାଜରେ ଲୋକକଳାର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଲୋକକଳା ଆମ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ ‌। ଆମ ରାଜ୍ୟର ବିଭିନ୍ନ ପର୍ବ ପର୍ବାଣୀ ଯାନିଯାତ୍ରା, ପୂଜାପାର୍ବଣ ଓ ମେଳା ମହୋତ୍ସବ ଆଦି ପାଳନ ସମୟରେ ଲୋକଗୀତ, ଲୋକନୃତ୍ୟ, ସଂକୀର୍ତ୍ତନ‌ ପରିବେଷଣ ଆମ ଜୀବନକୁ ଉତ୍ସବ ମୁଖର କରିଥାଏ ‌ବୋଲି ସେ କହିଥିଲେ ।

ଆହୁରୀ ମଧ୍ୟ ସେ କହିଥିଲେ ," ଏଥିରେ କଳାକାର ମାନେ ନିଜର ପ୍ରଦର୍ଶନ କରିବା ସହ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି । ଲୋକକଳା ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବହୁ ଉପାଦେୟ ଦିଗଦର୍ଶନ ପ୍ରାପ୍ତ ହୋଇଥାଏ । ତେଣୁ ସରକାର ଗ୍ରାମ ଠାରୁ ସହର ଯାଏ କଳାକାର ମାନଙ୍କୁ ସଂଗଠିତ କରି ସେମାନଙ୍କ ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଯଥା କଳାକାର ଭତ୍ତା, କଳାକାର ସହାୟତା ରାଶି ସରକାର ଯୋଗାଇ ଦେଉଛନ୍ତି ।"

ଏହା ମଧ୍ୟ ପଢନ୍ତୁ......ତିର୍ତ୍ତୋଲରେ କଂଗ୍ରେସର ୬୧ ଦିନରେ ୬୧ ପଞ୍ଚାୟତ ଯାତ୍ରା

ଏହି ଅବସରରେ ପ୍ରତି ବ୍ଲକରେ ଜୟ ଜଗନ୍ନାଥ ଅର୍ପଣ ରଥ ଆଶନ୍ତା ଜାନୁଆରୀ 10 ତାରିଖ ଠାରୁ ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରିବ । ଏହି ସଚେତନତା କାର୍ଯ୍ୟକ୍ରମରେ କଳାକାରମାନେ ସହଯୋଗ କରିବା ପାଇଁ କଳାକାର ମାନଙ୍କୁ ଅନୁରୋଧ କରିଥିଲେ ।‌ବିଶେଷକରି ଗ୍ରାମାଞ୍ଚଳରୁ ବିଲୁପ୍ତ ହେବାକୁ ବସିଥିବା ଲୋକକଳାର ପୁନରୁଦ୍ଧାର ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି କଳାକାର ସଙ୍ଘ (ଭୁବନେଶ୍ଵର) ବାସୁଦେବ ଭଟ୍ଟ, ରାଜ୍ୟ ସମ୍ପାଦକ ସୁଦର୍ଶନ ଚମ୍ପତି, ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜନ କୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ବଡ଼ଜେନା, ଦେବଗଡ଼ ଜିଲ୍ଲା ସଭାପତି ବିଷ୍ଣୁ ବାରିକ୍, ଦେବଗଡ଼ ଜିଲ୍ଲା ସମ୍ପାଦକ ଦିବାକର ପ୍ରଧାନ, ରାଜ୍ୟ ଉପସଭାପତି ଗିରିଧାରୀ ବିଶ୍ବାଳ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.